Operation Sindoor: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନର ନୂଆ ପ୍ରଚାର ଭିଡିଓ, ୩୨ ଭାରତୀୟ ବାୟୁସେନା ଘାଟିରେ ଆକ୍ରମଣ ଦାବି

Sep 07, 2026 - 22:22
Operation Sindoor: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନର ନୂଆ ପ୍ରଚାର ଭିଡିଓ, ୩୨ ଭାରତୀୟ ବାୟୁସେନା ଘାଟିରେ ଆକ୍ରମଣ ଦାବି

"ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନ ପୁଣି ଏକ ପ୍ରଚାର ଭିଡିଓ ଜାରି କରିଛି।

ପାକିସ୍ତାନ ବାୟୁସେନା ଦିବସ ଅବସରରେ ସେପ୍ଟେମ୍ବର ୬ରେ "ଫିଜାଓଁ କେ ପାସବାଂ" ନାମରେ ଏହି ଭିଡିଓ ଜାରି କରାଯାଇଛି।

ପାକିସ୍ତାନ ବାୟୁସେନାର ଡିଜିପିଆର୍‌ ଏହାକୁ "ଏକ୍ସ"ରେ ପ୍ରକାଶ କରିଛି।

ଭିଡିଓରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ କମ୍ପ୍ୟୁଟର ଗ୍ରାଫିକ୍ସର ବ୍ୟବହାର ହୋଇଛି।Advertisment ଆହୁରି ପଢନ୍ତୁ :National Capacity Building ସର୍ବଭାରତୀୟ ସମ୍ମିଳନୀରେ ଓଡ଼ିଶା ବାଚସ୍ପତି ବଖାଣିଲେ ରାଜ୍ୟର ମହିଳାଙ୍କ ପ୍ରଗତି ଭିଡିଓରେ ପାକିସ୍ତାନ ଦାବି କରିଛି ଯେ, ଅପରେସନ ସିନ୍ଦୂର ସମୟରେ ତା"ର ବାୟୁସେନା ଭାରତର ୩୨ଟି ବାୟୁସେନା ଘାଟିକୁ ଆକ୍ରମଣ କରିଥିଲା।

ଏହା ସହ ଦୁଇଟି ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ କରିବା, ଭାରତୀୟ ସାମରିକ ଉପଗ୍ରହକୁ ଅଚଳ କରିବା, ବିଦ୍ୟୁତ୍‌ ଗ୍ରିଡ୍‌ରେ ବ୍ୟାଘାତ ସୃଷ୍ଟି କରିବା ଏବଂ ଇନ୍ଧନ ଯୋଗାଣ ବ୍ୟବସ୍ଥାକୁ ପ୍ରଭାବିତ କରିବା ଭଳି ଦାବି ମଧ୍ୟ କରାଯାଇଛି।

ଭାରତର ୮ଟି ବିମାନ ଖସାଇଥିବା ନେଇ ମଧ୍ୟ ଭିଡିଓରେ ଦାବି ରହିଛି।

ଆହୁରି ପଢନ୍ତୁ :Kharif Procurement 2026-27 ୨୦୨୬-୨୭ ଖରିଫ ମଣ୍ଡି ପାଇଁ ସରିଲା ଅବଧି, ୨୧ଲକ୍ଷରୁ ଅଧିକ ଚାଷୀଙ୍କ ପଞ୍ଜୀକରଣ ଭିଡିଓରେ ଭାରତର ମାନଚିତ୍ର ଦେଖାଇ ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଚିହ୍ନ ଦିଆଯାଇଛି। "୩୨ ଆଇଏଏଫ୍‌ ବେସ୍‌ ହିଟ୍‌" ଲେଖା ମଧ୍ୟ ଦେଖାଯାଇଛି।

ତେବେ ଏହି ଦାବିଗୁଡ଼ିକ ସପକ୍ଷରେ ପ୍ରକୃତ ଉପଗ୍ରହ ଚିତ୍ର, ବାୟୁସେନା ଘାଟିର କ୍ଷୟକ୍ଷତିର ଫଟୋ କିମ୍ବା ଅନ୍ୟ କୌଣସି ପ୍ରତ୍ୟକ୍ଷ ପ୍ରମାଣ ଭିଡିଓରେ ଦିଆଯାଇନାହିଁ।

ଏଥିପାଇଁ ଭାରତୀୟ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ପାକିସ୍ତାନର ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢନ୍ତୁ :Truck Terminals ଟ୍ରକ୍ ଟର୍ମିନାଲ୍‌ ପରିଚାଳନା ପାଇଁ ପରିବହନ ବିଭାଗ ଓ ଆଇଓସିଏଲ୍‌ ମଧ୍ୟରେ ବୁଝାମଣା ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷର ଦାବି ଓ ପ୍ରମାଣ ନେଇ ବିବାଦରେ ରହିଆସିଛନ୍ତି।

ଭାରତରେ ଅଗଷ୍ଟ ୧୫ରେ ଡିସକଭରି ଚ୍ୟାନେଲ୍‌ରେ "ଡିକ୍ଲାସିଫାଏଡ୍‌: ଅପରେସନ ସିନ୍ଦୂର" ନାମରେ ଦୁଇ ଭାଗର ଏକ ଡକ୍ୟୁମେଣ୍ଟାରି ପ୍ରସାରିତ ହୋଇଥିଲା।

ଏଥିରେ ତତ୍କାଳୀନ ତିନି ସେନାର ମୁଖ୍ୟ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଅନିଲ ଚୌହାନ ଓ ତତ୍କାଳୀନ ଡିଜିଏମ୍‌ଓଙ୍କ ବକ୍ତବ୍ୟ ସହ ଭିଡିଓ ଫୁଟେଜ୍‌ ଦେଖାଯାଇଥିଲା।

ଆହୁରି ପଢନ୍ତୁ :Murder: ଗୁଆହାଟୀରେ ବର୍ବର ହତ୍ୟାକାଣ୍ଡ: ଫ୍ରିଜ୍‌ରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ, ସ୍ୱାମୀ ଗିରଫ ୨୦୨୫ ମେ"ରେ ଅପରେସନ ସିନ୍ଦୂର ସମୟରେ ମଧ୍ୟ ପାକିସ୍ତାନ ଭାରତୀୟ ବାୟୁସେନା ଘାଟି ଓ ଏସ୍‌-୪୦୦କୁ କ୍ଷତି ପହଞ୍ଚାଇଥିବା ଦାବି କରିଥିଲା।

ତେବେ ଏହି ଦାବି ସପକ୍ଷରେ ଉପଗ୍ରହ ଚିତ୍ର ପ୍ରକାଶ ପାଇନଥିଲା।

ଅନ୍ୟପକ୍ଷରେ ଭାରତ ପାକିସ୍ତାନର ନୂର ଖାନ୍‌, ମୁରିଦ୍‌, ରଫିକି, ସରଗୋଧା, ଜାକୋବାବାଦ ଓ ଭୋଲାରି ଭଳି ସାମରିକ ଘାଟିରେ ହୋଇଥିବା ଆକ୍ରମଣର ଉପଗ୍ରହ ଚିତ୍ର ଓ ଭିଡିଓ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)