Paddy:ଧାନ ବଜାରକୁ ଆସିଲାଣି: ଗୋଟିଏ ବି ମଣ୍ଡି ଖୋଲିନି
ଭୁବନେଶ୍ବର: ରାଜ୍ୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି।
ସରକାର ସମାଧାନ କରିପାରୁ ନାହାନ୍ତି।
ଏବେ ଧାନ ଅମଳ ହୋଇ ବଜାରକୁ ଆସିଗଲାଣି।
କିନ୍ତୁ ରାଜ୍ୟରେ ଗୋଟିଏ ବି ମଣ୍ଡି ଖୋଲିପାରିଲା ନାହିଁ।
ବିଭାଗୀୟ ମନ୍ତ୍ରୀ କେବଳ ସ୍ବପ୍ନ ରାଇଜରେ ବୁଲୁଛନ୍ତି।
ବାସ୍ତବତାଠାରୁ ଢେର୍ ଦୂରରେ ଅଛନ୍ତି।
ଧାନକ୍ରୟରେ ଅପାରଗତା ଯୋଗୁ ଦଲାଲ ବ୍ୟବସ୍ଥା ସୃଷ୍ଟି ହେଉଛି।
ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କ ଉପରେ ଏମିତି ବର୍ଷିଛନ୍ତି ବିରୋଧୀ ଦଳର ସଦସ୍ୟମାନେ।
Advertisment Demad: ଏକାଧିକ ଦାବି ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ 'ଏଗ୍ରିଷ୍ଟାକ୍ ପଞ୍ଜୀକରଣ ସମସ୍ୟା ଓ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ରାଜ୍ୟରେ ଚାଷୀ ଅସନ୍ତୋଷ' ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସାରା ରାଜ୍ୟରେ ଚାଷୀମାନେ କ୍ରୋଧିତ ଓ କ୍ଷୁବ୍ଧ।
ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି।
ହୀରାକୁଦ ଜଳସେଚିତ ଅଞ୍ଚଳରେ ଧାନ ଶୀଘ୍ର ଅମଳ ହୁଏ।
ସେଠାରେ ଧାନ ପ୍ରସ୍ତୁତ ହୋଇଗଲାଣି।
କିନ୍ତୁ ଧାନ କିଣିବାକୁ ଏ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇନି।
ଆଜି ପର୍ଯ୍ୟନ୍ତ ଗୋଟିଏ ଜାଗାରେ ମଣ୍ଡି ଖୋଲିନି।
ଧାନ ସଂଗ୍ରହ ନୀତି ବହୁ ବିଳମ୍ବରେ କ୍ୟାବିନେଟ୍ ଅନୁମୋଦନ ପାଇଲା।
ଏପଟେ ଏଫସିଆଇ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରକାଶ କରୁଛି।
୨୦୨୫-୨୬ ଖରିଫ ଋତୁରେ ଏଫ୍ସିଆଇ ୨୮ ଲକ୍ଷ ୭୧ ହଜାର ମେଟ୍ରିକ ଟନ୍ ଚାଉଳ ଉଠାଇ ନାହିଁ।
ଚାଷୀ ବର୍ତ୍ତମାନ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଲେଣି।
ଏହାକୁ ମନ୍ତ୍ରୀ ରାଜନୈତିକ ଚଷମାରେ ଦେଖନ୍ତୁ ନାହିଁ।
ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଥିଲେ, ସରକାର କଟନିଛଟନି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ ହେଲା ନାହିଁ।
ଚାଷୀଙ୍କୁ ଅଖା ମିଳିଲା ନାହିଁ।
ଚାଷୀଙ୍କ ପାଖରେ ଶାସନ ବ୍ୟବସ୍ଥା ଛିଡ଼ା ହେବା କଥା, କିନ୍ତୁ ତାହା ହେଉ ନାହିଁ।
ପଞ୍ଚାୟତ ନିର୍ବାଚନରେ ଚାଷୀ ଉଚିତ ଜବାବ ଦେବେ।
ମନୋହର ରନ୍ଧାରୀ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।
Nayagarh group clash: ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ; ୨୫ରୁ ଊର୍ଦ୍ଧ୍ବ ଆହତ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, ଚାଷୀଙ୍କୁ କାଗଜପତ୍ରରେ ନୁହେଁ, ବାସ୍ତବରେ ସମ୍ମାନ ଦରକାର।
ସେମାନଙ୍କୁ ହତାଦର କରା ନଯାଉ।
କଟନିଛଟନି ନେଇ ସରକାର ବହୁ ବାହାଦୁରି ମାରିଲେ।
ମାତ୍ର ଗତବର୍ଷ ୧୫ରୁ ୨୦ କେଜି ପର୍ଯ୍ୟନ୍ତ କଟନିଛଟନି ଚାଲିଲା।
ଉନ୍ନତ ଧାନଚାଷ ପ୍ରଣାଳୀ ଯୋଗୁଁ ଉତ୍ପାଦନ ବଢ଼ୁଥିବା ବେଳେ ସରକାର ଏକର ପିଛା ଅଧିକ ଧାନ କିଣିବାକୁ ସେ ଦାବି କରିଥିଲେ।
ଅଶୋକ ଦାସ କହିଥିଲେ, ଏଗ୍ରିଷ୍ଟାକ୍ ପଞ୍ଜୀକରଣକୁ ବିରୋଧ କରୁନୁ।
ମାତ୍ର ଏହା ରାତାରାତି ହୋଇଯିବ ନାହିଁ।
ଧାନକ୍ରୟରେ ଆମର ପରିଚାଳନାଗତ ତ୍ରୁଟି ରହୁଛି।
ଫଳରେ ଚାଷୀମାନେ ହଇରାଣ ହେଉଛନ୍ତି।
ଶାସକ ଦଳର ସଭ୍ୟମାନଙ୍କ ଯୁକ୍ତି ଥିଲା, ବର୍ତ୍ତମାନର ସରକାର ଧାନକିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିଛନ୍ତି।
ଏବେ ଚାଷୀଙ୍କ ଟୋକନ୍ ଲାପ୍ସ ହେବା ପରେ ମଧ୍ୟ ଧାନ ବିକ୍ରି ପାଇଁ ସୁଯୋଗ ଦିଆଗଲା।
ରାଜ୍ୟର ୫୪ ପ୍ରତିଶତ ଚାଷୀ ଏଯାଏଁ ଆଗ୍ରିଷ୍ଟାକ ପଞ୍ଜୀକରଣ କରିସାରିଲେଣି।
ଏଗ୍ରିଷ୍ଟାକ୍ ସହ ଧାନକିଣାର କୌଣସି ସମ୍ପର୍କ ନାହିଁ।
ସେହିପରି ବିଭିନ୍ନ ଜିଲ୍ଲାରେ ଧାନକ୍ରୟ ପାଇଁ ଡିଏଲପିସି ବୈଠକ ଅନୁଷ୍ଠିତ ହୋଇ ତାରିଖ ଧାର୍ଯ୍ୟ ହୋଇ ସାରିଲାଣି।
ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ସୁଧୀର ରଞ୍ଜନ ପାଟ୍ଟଯୋଶୀ ଓ ଈରାଶିଷ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇଥିଲେ।
ଏଗ୍ରିଷ୍ଟାକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ FIR: ସ୍କୁଲରେ ପଶି ଟଙ୍କା ଓ କାଗଜପତ୍ର ଚୋରି ଘଟଣା: ବିଜେପି ନେତାଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ଭୁବନେଶ୍ବର: ଏଗ୍ରିଷ୍ଟାକ୍ ଫାର୍ମର ଆଇଡି ନଥିବା କାରଣରୁ କୌଣସି ଯୋଗ୍ୟ ଚାଷୀ ଧାନ ବିକ୍ରୟରୁ ବଞ୍ଚିତ ହେବେ ନାହିଁ।
ଏହି ପଞ୍ଜୀକରଣକୁ ଚଳିତ ଖରିଫ ଋତୁରେ ଧାନ ବିକ୍ରୟର ବାଧ୍ୟତାମୂଳକ ପୂର୍ବ ସର୍ତ୍ତ ଭାବେ ରଖାଯାଇ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ କହିଥିଲେ, ଚଳିତ ଖରିଫ ଋତୁ ପାଇଁ ୨୨ ଲକ୍ଷ ୨୭ ହଜାର ୭୧୩ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି।
ଚଳିତ ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ମଣ୍ଡି ଖୋଲିବା ତାରିଖ ଏକପାଖିଆ ପ୍ରଶାସନିକ ନିଷ୍ପତ୍ତି ନୁହେଁ।
ଧାନ ଅମଳର ସ୍ଥିତି, ଚାଷୀ ଙ୍କ ପ୍ରସ୍ତୁତି ଓ ସ୍ଥାନୀୟ ଆବଶ୍ୟକତାକୁ ବିଚାରକୁ ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ଦ୍ବାରା ନିର୍ଦ୍ଧାରଣ କରାଯାଏ।
ଜିଲ୍ଲାୱାରୀ ତାରିଖ ଭିନ୍ନ ଭିନ୍ନ ରୁହେ।
କୌଣସି ସ୍ଥାନରେ ସମସ୍ୟା ଥିଲେ ତାହାର ସମାଧାନ ହେବା ଦରକାର।
ତାହାକୁ ରାଜନୈତିକ ଦୃଷ୍ଟିରେ ନ ଦେଖି ସରକାରଙ୍କ ସାମନାକୁ ଅଣାଯାଉ।
କିନ୍ତୁ ସେହି ସମସ୍ୟାକୁ ଆଧାର କରି ସମଗ୍ର ଧାନ ସଂଗ୍ରହ ବ୍ୟବସ୍ଥାକୁ ତ୍ରୁଟିପୂର୍ଣ୍ଣ ବୋଲି ଚିତ୍ରଣ କରିବା ଆଦୌ ଯଥାର୍ଥ ନୁହେଁ।
ଚାଷୀଙ୍କ ସ୍ବାର୍ଥ ସହ ସରକାର ସାଲିସ କରିବେ ନାହିଁ।
ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ବଚ୍ଛ, ତ୍ରୁଟିମୁକ୍ତ ଓ ଚାଷୀ- ଅନୁକୂଳ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
