Osama Bin Laden Family: ଲାଦେନ ମରିଲା ପରେ କୁଆଡ଼େ ଗଲେ ତାଙ୍କ ୨୪ ପିଲା?

Sep 11, 2026 - 13:41
Osama Bin Laden Family: ଲାଦେନ ମରିଲା ପରେ କୁଆଡ଼େ ଗଲେ ତାଙ୍କ ୨୪ ପିଲା?

"ନୂଆଦିଲ୍ଲୀ: ୫ ବେଗମ୍‌...

୨୪ ପିଲା...

ଆଉ ଜଣେ ଏମିତି ବାପା, ଯାହାଙ୍କ ନାଁ ଶୁଣିଲେ ଆଜି ବି ମନେପଡ଼େ ୯/୧୧ର ଭୟଙ୍କର ଦୃଶ୍ୟ!

୨୫ ବର୍ଷ ପରେ ବି ଦୁନିଆ ଭୁଲିନି ଓସାମା ବିନ୍ ଲାଦେନଙ୍କୁ।

୨୦୦୧ର ଆତଙ୍କୀ ଆକ୍ରମଣ ପରେ ବଦଳିଗଲା ତାଙ୍କ ପରିବାରର ଜୀବନ।

୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକାର ଅପରେସନରେ ଲାଦେନ ନିହତ ହେବା ପରେ କିଏ କୁଆଡ଼େ ଗଲେ?

କିଏ ବାପାଙ୍କ ପଥ ଛାଡ଼ିଦେଲେ ଆଉ କିଏ ଆତଙ୍କବାଦର ରାସ୍ତାରେ ଚାଲିଲେ?

ଆସନ୍ତୁ ଜାଣିବା ଲାଦେନ ପରିବାରର ଅଜଣା କାହାଣୀ।

୨୦୦୧ ସେପ୍ଟେମ୍ବର ୧୧...

ଆମେରିକାର ଟ୍ୱିନ୍ ଟାୱାର୍ସ ଉପରେ ହୋଇଥିଲା ଭୟଙ୍କର ଆତଙ୍କୀ ଆକ୍ରମଣ।

ପ୍ରାୟ ୩ ହଜାର ଲୋକଙ୍କ ଜୀବନ ନେଇଥିବା ଏହି ଆକ୍ରମଣ ହୋଇଥିଲା ଅଲ୍‌କାଏଦା ଉପରେ ।

ଆଉ ଏହି ସଂଗଠନର ମୁଖ୍ୟ ଥିଲା ଓସାମା ବିନ୍ ଲାଦେନ।

୨୫ ବର୍ଷ ପରେ ବି ୯/୧୧ର ଯନ୍ତ୍ରଣା ଆମେରିକା ପାଇଁ ଅଭୁଲା।Advertisment  ହେଲେ ଏହି ଆତଙ୍କୀର ପରିବାରର କାହାଣୀ ବି କମ୍ ରୋଚକ ନୁହେଁ।

ଲାଦେନଙ୍କ ପାଞ୍ଚଟି ବିବାହ ହୋଇଥିଲା ଏବଂ ତାଙ୍କର ୨୦ରୁ ଅଧିକ ସନ୍ତାନ ଥିବା ରିପୋର୍ଟ ରହିଛି।

ବିଭିନ୍ନ ସୂତ୍ରରେ ସନ୍ତାନ ସଂଖ୍ୟା ୨୪ ପର୍ଯ୍ୟନ୍ତ କୁହାଯାଇଛି।

ତାଙ୍କ ପ୍ରଥମ ପତ୍ନୀ ଥିଲେ ନଜୱା ଘାନେମ୍।

ତାଙ୍କର ୧୧ ସନ୍ତାନ ଥିଲେ।

କିନ୍ତୁ ୯/୧୧ ଆକ୍ରମଣର କିଛି ଦିନ ପୂର୍ବରୁ ନଜୱା ପିଲାଙ୍କୁ ନେଇ ଲାଦେନଙ୍କୁ ଛାଡ଼ି ଚାଲିଯାଇଥିଲେ।

ପରେ ଲାଦେନଙ୍କ ଜୀବନରେ ଆସିଥିଲେ ଖୈରିଆ ସାବର ଓ ସିହାମ ସାବର।

ଏହି ଦୁଇଜଣଙ୍କଠାରୁ ମଧ୍ୟ ତାଙ୍କର ଅନେକ ସନ୍ତାନ ଥିଲେ।

ଶେଷରେ ୟେମେନର ଯୁବତୀ ଅମଲ ଅଲ୍‌-ସଦାହଙ୍କୁ ବିବାହ କରିଥିଲେ ଲାଦେନ।

ଅମଲଙ୍କ ସହ ତାଙ୍କର ସନ୍ତାନ ମଧ୍ୟ ଥିଲେ।

୨୦୧୧, ଆବୋଟାବାଦର ସେହି ରାତି...

ଆମେରିକୀୟ ନେଭି ସିଲ୍‌ସର ଅପରେସନରେ ଲାଦେନ ନିହତ ହେଲା।

ତାଙ୍କ ପୁଅ ଖାଲିଦ ମଧ୍ୟ ଏହି ଅପରେସନରେ ମରିଥିଲେ।

ପତ୍ନୀ ଅମଲ ଆହତ ହୋଇଥିଲେ।

Congo: ପୂର୍ବ କଙ୍ଗୋରେ ଦୁଇଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ଏକାଧିକ ଆହତ ଲାଦେନଙ୍କ ଝିଅ ସଫିଆ ନିଜ ଆଖିରେ ବାପାଙ୍କୁ ମରିବା ଦେଖିଥିବା ତତ୍କାଳୀନ ରିପୋର୍ଟରେ ଆସିଥିଲା।

ଅପରେସନ ପରେ ତାଙ୍କ ପତ୍ନୀ ଓ ପିଲାମାନେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ହେପାଜତରେ ଥିଲେ।

ପରେ ତାଙ୍କୁ ସାଉଦି ଆରବକୁ ପଠାଯାଇଥିଲା।

କିନ୍ତୁ ଲାଦେନଙ୍କ ସବୁ ପିଲା ବାପାଙ୍କ ପଥରେ ଯାଇନଥିଲେ।

ଓମର ବିନ୍ ଲାଦେନ ବାପାଙ୍କ ହିଂସାତ୍ମକ ଚିନ୍ତାଧାରାକୁ ବିରୋଧ କରି ଅଲ୍‌କାଏଦାରୁ ଦୂରେଇ ଯାଇଥିଲେ।

ତାଙ୍କ ବାପାଙ୍କ ହିଂସାତ୍ମକ ରାସ୍ତା ହିଁ ପରିବାରକୁ ତାଙ୍କଠାରୁ ଦୂର କରିଦେଇଥିଲା ବୋଲି ସେ ପରେ କହିଥିଲେ।

ଅନ୍ୟପଟେ ହମଜା ବିନ୍ ଲାଦେନକୁ ତାଙ୍କ ବାପାଙ୍କ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ରହିଛି।

ସେ ପରେ ଅଲ୍‌କାଏଦା ସହ ଜୋଡ଼ି ହୋଇଥିଲା ଏବଂ ଆମେରିକା ତାଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା।

ଆଜି ଲାଦେନଙ୍କ ପରିବାରର ଅଧିକାଂଶ ସଦସ୍ୟଙ୍କ ଜୀବନ ସମ୍ପର୍କରେ ସାର୍ବଜନୀନ ଭାବେ ଖୁବ୍ କମ୍ ସୂଚନା ମିଳେ।

କେହି ସାଧାରଣ ଜୀବନକୁ ଫେରିଛନ୍ତି, ଆଉ କେହି ଆତଙ୍କବାଦର ଛାୟାରେ ହଜିଯାଇଛନ୍ତି।

୯/୧୧କୁ ୨୫ ବର୍ଷ ପୂରିଥିବା ବେଳେ ଲାଦେନଙ୍କ ନାଁ ଯେତେବେଳେ ପୁଣି ଚର୍ଚ୍ଚାରେ, ସେତେବେଳେ ତାଙ୍କ ପରିବାରର ଏହି କାହାଣୀ ମଧ୍ୟ ନିଶ୍ଚୟ ଚମକାଇବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)