Oracle: ଓରାକଲ୍‌ରେ ପୁଣି ଛଟେଇ; ଏଥର ଏଆଇ ପାଇଁ ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ କର୍ମଚାରୀଙ୍କୁ ଚାକିରିରୁ ବିଦା

Sep 15, 2026 - 20:57
Oracle: ଓରାକଲ୍‌ରେ ପୁଣି ଛଟେଇ; ଏଥର ଏଆଇ ପାଇଁ ବଢ଼ୁଥିବା ଖର୍ଚ୍ଚ ମଧ୍ୟରେ କର୍ମଚାରୀଙ୍କୁ ଚାକିରିରୁ ବିଦା

"ନୂଆଦିଲ୍ଲୀ: ଆମେରିକୀୟ ପ୍ରଯୁକ୍ତି କମ୍ପାନି ଓରାକଲ୍‌ରେ ପୁଣି ବଡ଼ ଧରଣର କର୍ମଚାରୀ ଛଟେଇ ଆରମ୍ଭ ହୋଇଛି।

ସୋମବାର ସକାଳ ପ୍ରାୟ ୬ଟାରେ କିଛି କର୍ମଚାରୀଙ୍କୁ ଏକ ଇ-ମେଲ୍‌ ମିଳିଥିଲା।

ଇ-ମେଲ୍‌ରେ ସେମାନଙ୍କୁ କୁହାଯାଇଥିଲା, "ଆଜି ଆପଣଙ୍କ ଶେଷ କାର୍ଯ୍ୟଦିବସ।" ଏହା ପୂର୍ବରୁ ଭୋର ପ୍ରାୟ ୪ଟାରୁ କେତେକ କର୍ମଚାରୀଙ୍କ କମ୍ପାନି ସିଷ୍ଟମ୍‌ରେ ପ୍ରବେଶ ବନ୍ଦ ହୋଇଯାଇଥିଲା।

ପରେ ସକାଳ ୫ଟାରୁ ୫ଟା ୩୦ ମଧ୍ୟରେ ସେମାନଙ୍କୁ ସ୍ଲାକ୍‌ରୁ ମଧ୍ୟ ବିଚ୍ଛିନ୍ନ କରାଯାଇଥିବା ଜଣାପଡ଼ିଛି।Advertisment "ଓରାକଲ୍‌ ଲିଡରସିପ୍‌" ନାମରେ ପଠାଯାଇଥିବା ଇ-ମେଲ୍‌ରେ କର୍ମଚାରୀଙ୍କୁ କୁହାଯାଇଥିଲା ଯେ କମ୍ପାନିର ବ୍ୟବସାୟିକ ଆବଶ୍ୟକତାର ସମୀକ୍ଷା ପରେ ବ୍ୟାପକ ସାଂଗଠନିକ ପରିବର୍ତ୍ତନର ଅଂଶ ଭାବେ ସେମାନଙ୍କ ପଦବି ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରଭାବିତ କର୍ମଚାରୀଙ୍କୁ ଭବିଷ୍ୟତ ଯୋଗାଯୋଗ ପାଇଁ ନିଜ ଇ-ମେଲ୍‌ ଠିକଣା ଦେବାକୁ କୁହାଯାଇଥିଲା।

କ୍ଷତିପୂରଣ ସମ୍ପର୍କିତ ପ୍ରଶ୍ନ ପାଇଁ ମାନବ ସମ୍ବଳ ବିଭାଗ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଓରାକଲ୍‌ରେ ଏହା ପ୍ରଥମ ଛଟେଇ ନୁହେଁ।

୨୦୨୬ ମେ ଶେଷ ସୁଦ୍ଧା କମ୍ପାନିର କର୍ମଚାରୀ ସଂଖ୍ୟା ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ୬୨ ହଜାରରୁ ୧ ଲକ୍ଷ ୪୧ ହଜାରକୁ ହ୍ରାସ ପାଇଥିଲା।

ଅର୍ଥାତ୍‌ ପ୍ରାୟ ୨୧ ହଜାର କର୍ମଚାରୀ କମିଥିଲେ।

ଏହି ଛଟେଇ ଓ ପୁନର୍ଗଠନ ପାଇଁ କମ୍ପାନି ପ୍ରାୟ ୧.୮୪ ବିଲିୟନ୍‌ ଡଲାର ଖର୍ଚ୍ଚ କରିଥିଲା।

ଏବେ ଓରାକଲ୍‌ ଏଆଇ ଓ କ୍ଲାଉଡ୍‌ ଭିତ୍ତିଭୂମିରେ ବିପୁଳ ନିବେଶ କରୁଛି।

୨୦୨୭ ଆର୍ଥିକ ବର୍ଷରେ କମ୍ପାନିର ପୁଞ୍ଜି ଖର୍ଚ୍ଚ ୯୫ ବିଲିୟନ୍‌ ଡଲାର ପର୍ଯ୍ୟନ୍ତ ହୋଇପାରେ।

ଏହି ବିପୁଳ ନିବେଶ ପାଇଁ କମ୍ପାନି ଋଣ ମଧ୍ୟ ବଢ଼ାଉଥିବା ବେଳେ ଖର୍ଚ୍ଚ କମାଇବା ପାଇଁ ଛଟେଇ କରାଯାଉଥିବା ଚର୍ଚ୍ଚା ହେଉଛି।

ନୂଆ ଛଟେଇରେ କେତେ ଜଣ ପ୍ରଭାବିତ ହୋଇଛନ୍ତି, ଓରାକଲ୍‌ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ।

ବ୍ୟାଙ୍କ ଲୁଟ୍‌ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)