ONGC: ଭେନେଜୁଏଲାରେ ଓଏନ୍‌ଜିସିର ନିବେଶ ବୃଦ୍ଧି ବାଟ ଫିଟିଲା

Aug 16, 2026 - 20:48
ONGC: ଭେନେଜୁଏଲାରେ ଓଏନ୍‌ଜିସିର ନିବେଶ ବୃଦ୍ଧି ବାଟ ଫିଟିଲା

"ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଓଏନ୍‌ଜିସି ପାଇଁ ଭେନେଜୁଏଲାରେ ଅଧିକ ନିବେଶ ବାଟ ଫିଟିଛି।

ପୂର୍ବରୁ ଏ ନେଇ ଆମେରିକା ଲଗାଇଥିବା କଟକଣାକୁ ହଟାଇ ଦେଇଛି।

ଓଏନ୍‌ଜିସିର ବିଦେଶ ନିବେଶ ଶାଖା ଓଏନ୍‌ଜିସି ବିଦେଶ ଲିମିଟେଡ (ଓଭିଏଲ୍‌)କୁ ଆମେରିକାର ଟ୍ରେଜେରି ବିଭାଗର ବିଦେଶ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ (ଓଏଫଏସି) ଲାଇସେନ୍ସ ପ୍ରଦାନ କରିଛି।

Advertisment ଆମେରିକାର କଟକଣା ଯୋଗୁ ଓଭିଏଲ୍‌ ଭେନେଜୁଏଲାରେ ନିବେଶ ରାଶି ବଢ଼ାଇ ପାରୁ ନଥିଲା।

ଏହି ଲାଇସେନ୍ସ ମିଳିବା ପରେ ଭେନେଜୁଏଲାରେ ନିବେଶ ବଢ଼ାଇବା ରାସ୍ତା ପ୍ରଶସ୍ତ ହୋଇଛି।

ବର୍ତ୍ତମାନ ଓଏନ୍‌ଜିସି ଭେନେଜୁଏଲାରେ ଉତ୍ପାଦନ ବଢ଼ାଇ ପାରିବ, ନୂଆ ରାଜିନାମା କରିପାରିବ ଏବଂ ପ୍ରମୁଖ ପ୍ରକଳ୍ପଗୁଡ଼ିକରେ ଭେନେଜୁଏଲାର ରାଷ୍ଟ୍ରାୟତ୍ତ ତେଲ କମ୍ପାନିଠାରୁ ପରିଚାଳନା ଭାର ଆଣିପାରିବ।

ଓଏନ୍‌ଜିସିର ଅର୍ଥ ନିର୍ଦ୍ଦେଶକ ଅନୁପମ ଅଗ୍ରୱାଲ କହିଛନ୍ତି ଯେ ଆମେରିକାର ଲାଇସେନ୍ସ ହାସଲ ପରେ କମ୍ପାନି ଭେ‌ନେଜୁଏଲାରେ ସଂପୂର୍ଣ୍ଣ ମୁକ୍ତ ଭାବେ କାର୍ଯ୍ୟ କରିପାରିବ।

ନୂଆ ରାଜିନାମା ପାଇଁ ଓଏନ୍‌ଜିସି ଭେନେଜୁଏଲା ସରକାର ଏବଂ ସେଠାକାର ରାଷ୍ଟ୍ରାୟତ୍ତ କମ୍ପାନି ପେଟ୍ରୋଲିୟସ ଡି ଭେନେଜୁଏଲା ଏସ୍‌.ଏ. (ପିଡିଭିଏସ୍‌ଏ) ସହ ଆଲୋଚନା ଚଳାଇଛି।

ପିଏସ୍‌ପିବି ଇଣ୍ଟର ୟୁନିଟ୍‌ ଚେସ୍‌: ସପ୍ତମ ରାଉଣ୍ଡ ସୁଦ୍ଧା ଆଇଓସି-ଏ, ଓଏନ୍‌ଜିସି ଅଗ୍ରଣୀ ଆମେରିକାର ଲାଇସେନ୍ସ ମିଳିବା ଫଳରେ ଲାଭାଂଶ ବାବଦରେ ପଡ଼ି ରହିଥିବା ୫୦୦ ନିୟୁତ ଡଲାରରୁ ଅଧିକ ରାଶି ପାଇବା ସମ୍ଭାବନା ସୃଷ୍ଟି ହୋଇଛି।

ଆମେରିକାର କଟକଣା ପାଇଁ ଏହି ଅର୍ଥ ପଡ଼ି ରହିଛି।

ଉଲ୍ଲେଖଯୋଗ୍ୟ, ସାନ୍‌ କ୍ରି‌ଷ୍ଟୋବଲ ତୈଳ ପ୍ରକଳ୍ପରେ ଓଭିଏଲ୍‌ର ୪୦ ପ୍ରତିଶତ ରହିଛି।

ଏଥିରେ ଅବଶିଷ୍ଟ ଅଂଶଧନ ପିଡିଭିଏସ୍‌ଏ ପାଖରେ ଅଛି।

ସେହିଭଳି କାରାବୋବୋ-୧ ପ୍ରକଳ୍ପରେ ଓଭିଏଲ୍‌ର ୧୧ ପ୍ରତିଶତ ଅଂଶଧନ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media