OmarAbdullah: ଏନ୍ସି ବିଧାୟକଙ୍କୁ ଦଳବଦଳ ପାଇଁ ୨୦-୩୦ କୋଟି ଟଙ୍କାର ପ୍ରଲୋଭନ ଅଭିଯୋଗ: ପ୍ରମାଣ ମାଗିଲା ବିଜେପି
"ଶ୍ରୀନଗର: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କ ଦଳ ନ୍ୟାସନାଲ କନଫରେନ୍ସ (ଏନ୍ସି)ର ବିଧାୟକମାନଙ୍କୁ ବିଜେପି ପକ୍ଷରୁ ୨୦ରୁ ୩୦ କୋଟି ଟଙ୍କା, ମନ୍ତ୍ରିପଦ ଓ ରାଜ୍ୟ ମାନ୍ୟତା ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ଦଳବଦଳ ପାଇଁ ପ୍ରଲୋଭିତ କରୁଥିବା ଅଭିଯୋଗ କରିବା ପରେ ଏହାକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି।
ବିଜେପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ଓମାର ଅବଦୁଲ୍ଲାଙ୍କୁ ପ୍ରମାଣ ଦେବାକୁ, ନଚେତ୍ ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ଦାବି କରିଛି।Advertisment ଆହୁରି ପଢନ୍ତୁ: Tamilnadu: ତାମିଲନାଡ଼ୁରେ ପତ୍ନୀ ଅନ୍ୟ ଲୋକ ସହିତ ଫେରାର୍: ଦୁଇ ପିଲାଙ୍କୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା ଓମାର ଅବଦୁଲ୍ଲା ଶ୍ରୀନଗରରେ ଆୟୋଜିତ ଏକ କର୍ମୀ ସମାବେଶରେ କହିଥିଲେ, ଜମ୍ମୁ ଅଞ୍ଚଳର ତାଙ୍କ ଦଳର ଜଣେ ବିଧାୟକଙ୍କୁ ବିଜେପି ସହ ଜଡ଼ିତ ଜଣେ ସୁପ୍ରିମ୍କୋର୍ଟ ଓକିଲ ଗୁପ୍ତ ବୈଠକରେ ୨୦ରୁ ୩୦ କୋଟି ଟଙ୍କା, ମନ୍ତ୍ରିପଦ ଓ ଜମ୍ମୁ-କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇ ବିଜେପିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ।
ତେବେ ସମ୍ପୃକ୍ତ ବିଧାୟକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ଏ ସମ୍ପର୍କରେ ଜଣାଇଥିବା ଓମାର କହିଛନ୍ତି।
ସେ ଆହୁରି ଦାବି କରିଛନ୍ତି ଯେ, ତାଙ୍କ ଦଳର ବିଧାୟକମାନେ ବିକ୍ରି ହେବା ଭଳି ଲୋକ ନୁହନ୍ତି ଏବଂ ଏଭଳି ଉଦ୍ୟମ ସଫଳ ହେବ ନାହିଁ।
ଆହୁରି ପଢନ୍ତୁ: CJI: ସଂସଦରେ ମଧ୍ୟସ୍ଥତା ପରିଷଦ ବିଲ୍ ଆଗତ ହେଉ: ପ୍ରଧାନ ବିଚାରପତି ଏହାର ଜବାବରେ ବିଜେପି ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଓମାରଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।
ତାଙ୍କ ମତରେ, ଏଭଳି ଗୁରୁତର ଅଭିଯୋଗ ପ୍ରମାଣ ବିନା କରିବା ଉଚିତ ନୁହେଁ।
ସେ ଓମାର ଅବଦୁଲ୍ଲାଙ୍କୁ ତୁରନ୍ତ ପ୍ରମାଣ ଉପସ୍ଥାପନ କରିବାକୁ କିମ୍ବା ସାର୍ବଜନୀନ ଭାବେ କ୍ଷମା ମାଗିବାକୁ ଦାବି କରିଛନ୍ତି।
ଜମ୍ମୁ-କାଶ୍ମୀର ବିଜେପି ପକ୍ଷରୁ ମଧ୍ୟ ସମାନ ପ୍ରତିକ୍ରିୟା ଆସିଛି।
ଦଳ କହିଛି, ଅବଦୁଲ୍ଲା ଯଦି ସମ୍ପୃକ୍ତ ବିଜେପି ନେତାଙ୍କ ନାମ ପ୍ରକାଶ ନ କରନ୍ତି କିମ୍ବା ନିଜ ଅଭିଯୋଗ ସପକ୍ଷରେ ପ୍ରମାଣ ଦାଖଲ ନ କରନ୍ତି, ତେବେ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରାଯିବ।
ଅନ୍ୟପକ୍ଷରେ ଓମାର ଅବଦୁଲ୍ଲା କେନ୍ଦ୍ର ସରକାରଙ୍କ ଉପରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇବାରେ ବିଳମ୍ବ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି, ବାରମ୍ବାର "ଉପଯୁକ୍ତ ସମୟ"ର କଥା କୁହାଯାଉଥିଲେ ମଧ୍ୟ ସେହି ସମୟ କେବେ ଆସିବ, ତାହା ସ୍ପଷ୍ଟ କରାଯାଉନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।