ISSP: ଆଇଏସ୍‌ଏସ୍‌ପି ଭୁବନେଶ୍ବର ଶାଖାର ପ୍ରତିଷ୍ଠା ଦିବସ

Jul 12, 2026 - 22:09
ISSP: ଆଇଏସ୍‌ଏସ୍‌ପି ଭୁବନେଶ୍ବର ଶାଖାର ପ୍ରତିଷ୍ଠା ଦିବସ

"ଭୁବନେଶ୍ୱର: ଇଣ୍ଡିଆନ୍ ସୋସାଇଟି ଫର୍ ଦି ଷ୍ଟଡି ଅଫ୍ ପେନ୍ (ଆଇଏସ୍‌ଏସ୍‌ପି) ଭୁବନେଶ୍ୱର ଶାଖା ପକ୍ଷରୁ ସିଏମ୍‌ଇ ଓ ସୋସାଇଟିର ୪୨ତମ ପ୍ରତିଷ୍ଠା ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯନ୍ତ୍ରଣା ଚିକିତ୍ସା ବିଶେଷଜ୍ଞ, ଡାକ୍ତର, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ମେଡିକାଲ୍ ସେପାର ପ୍ରତିନିଧିମାନେ ଯୋଗଦେଇଥିଲେ।Advertisment କାର୍ଯ୍ୟକ୍ରମରେ ସୋସାଇଟିର ସଭାପତି ଡ.ରିତେଶ ରାୟ, ଉପସଭାପତି ଡ.

ଶୋଭନ କୁମାର ରଥ, ସମ୍ପାଦକ ଡ.

ରାଜେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଡ.

ଗୌରବ ଅଗ୍ରୱାଲଙ୍କ ସହ ସଂସ୍ଥାର ପ୍ରତିଷ୍ଠାତା ସଦସ୍ୟ ଡ.

ଜିତାମିତ୍ର ମିଶ୍ର ଓ ଡ.

ନିବେଦିତା ପାଣି ଉପସ୍ଥିତ ରହିଥିଲେ।

ଦିଲ୍ଲୀ ପେନ୍ ମ୍ୟାନେଜମେଣ୍ଟ ସେଣ୍ଟରର ବିଶିଷ୍ଟ ପେନ୍ ବିଶେଷଜ୍ଞ ଡା ଜି ପି ଦୁରେଜା ଯୋଗଦେଇ ଦୀର୍ଘସ୍ଥାୟୀ ଯନ୍ତ୍ରଣାର ଆଧୁନିକ ଚିକିତ୍ସା ଉପରେ ଆଲୋକପାତ କରିଥିଲେ।

ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡ.

ସୌମ୍ୟ ଦର୍ଶନ ନାୟକ, ରେଡିଓଲୋଜିଷ୍ଟ ଡ.

ବିକାଶ ଅଗ୍ରୱାଲ ଏବଂ ରିଉମାଟୋଲୋଜିଷ୍ଟ ଡ.

ଜ୍ୟୋତି ପରିଡ଼ା ବକ୍ତବ୍ୟ ରଖିଥିଲେ।

Cyclone: ପୂର୍ବ ଚୀନ୍‌ରେ ବାତ୍ୟା "ବାବୀ"ର ତାଣ୍ଡବ: ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।