IMFA: ଥେରୁବାଲିରେ ଉତ୍ପାଦନ କମାଇବ, କଳିଙ୍ଗନଗରରେ ବଢ଼ାଇବ

Jul 12, 2026 - 22:28
IMFA: ଥେରୁବାଲିରେ ଉତ୍ପାଦନ କମାଇବ, କଳିଙ୍ଗନଗରରେ ବଢ଼ାଇବ

"ଭୁବନେଶ୍ବର: ଦେଶର ଅନ୍ୟତମ ପ୍ରମୁଖ ଫେରୋକ୍ରୋମ୍‌ ଉତ୍ପାଦନକାରୀ ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ୍‌ ଫେରୋ ଆଲୟଜ (ଇମ୍ଫା) ଏହାର ଉତ୍ପାଦନ ରଣନୀତିରେ ପରିବର୍ତ୍ତନ କରି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ଯୋଜନା ରଖିଛି।

ବର୍ତ୍ତମାନ କମ୍ପାନିର ତିନିଟି କାରଖାନା ରାୟଗଡ଼ାର ଥେରୁବାଲି, କଟକର ଚୌଦ୍ବାର ଓ ଯାଜପୁରର କଳିଙ୍ଗନଗରରେ ରହିଛି।

ଥେରୁବାଲି ଏହାର ପ୍ରମୁଖ କାରଖାନା ହୋଇଥିଲେ ମଧ୍ୟ ଦୂର ସ୍ଥାନରେ ଥିବାରୁ ଲଜିଷ୍ଟିକ୍ସ ବାବଦରେ କମ୍ପାନିକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।

Advertisment ବିଦ୍ୟୁତ୍‌ ସଞ୍ଚରଣ ଚାର୍ଜ ମଧ୍ୟ ଅଧିକ ଦେବାକୁ ପଡ଼ୁଛି। ‌ଯେଉଁଥିପାଇଁ ଟନ୍‌ ପିଛା କମ୍ପାନିର ଖର୍ଚ୍ଚ ୫୦୦୦-୬୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଉଛି।

ଥେରୁବାଲି କାରଖାନାରେ ଉତ୍ପାଦନ କମ୍‌ କରି ଓ କଳିଙ୍ଗନଗର କାରଖାନାରେ ଉତ୍ପାଦନ ବଢ଼ାଇ କମ୍ପାନି ଖର୍ଚ୍ଚ କମ୍‌ କରିବାକୁ ଯୋଜନା ରଖିଛି।

ଏ ସମ୍ପର୍କରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ ଖଣି ପାଖାପାଖି ଅଞ୍ଚରେ କଳିଙ୍ଗନଗର କାରଖାନା ରହିଛି।

ଥେରୁବାଲି ଓ ଚୌଦ୍ବାର ତୁଳନାରେ କଳିଙ୍ଗନଗରରେ ଉତ୍ପାଦନ ଅଧିକ ସୁବିଧାଜନକ।

ଭବିଷ୍ୟତରେ କଳିଙ୍ଗନଗରରେ କମ୍ପାନି ଏହାର ୫୦ ପ୍ରତିଶତ ଫେରୋକ୍ରୋମ ଉତ୍ପାଦନ କରିବ।

ଖଣି ଓ ପାରାଦୀପ ବନ୍ଦର ପାଖାପାଖି ଅଞ୍ଚଳରେ ଥିବାରୁ କଳିଙ୍ଗନଗର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଥେରୁବାଲି କାରଖାନାରେ ଉତ୍ପାଦନ ବନ୍ଦ କରାଯିବ ନାହିଁ।

ପର୍ଯ୍ୟାୟକ୍ରମେ ‌ସେଠାରେ ଉତ୍ପାଦନ କମ୍‌ କରାଯିବ।

ଏଥି ସହିତ ‌ସେହି ଜମିକୁ ବିକଳ୍ପ ବ୍ୟବସାୟରେ ଉପଯୋଗ କରିବାର ସୁଯୋଗ ସନ୍ଧାନ କରାଯିବ।

ଥେରୁବାଲିରେ ଉତ୍ପାଦନ କମ୍‌ କରି ତାହାକୁ କଳିଙ୍ଗନଗରରେ କରିବାକୁ ଇମ୍ଫା ରଣନୀତି ପ୍ରସ୍ତୁତ କରିଛି।

ତାହା ହେଲେ କମ୍ପାନିର ଟନ୍‌ ପିଛା ଖର୍ଚ୍ଚ ୧୫୦୦-୨୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ।

ଥେରୁବାଲିରେ କମ୍ପାନି ପାଖରେ ବ୍ୟାପକ ଜମି ରହିଛି।

ସେହି ଜମିରେ ୧୫୦ କୋଟି ଟଙ୍କା ନିବେଶରେ କମ୍ପାନି ଏକ ଇଥାନଲ କାରଖାନା ସ୍ଥାପନ କରୁଛି।

ତାହାର ଦୈନିକ ଉତ୍ପାଦନ କ୍ଷମତା ୧୨୦ କିଲୋଲିଟର ରହିବ।

କାରଖାନାରେ ଉତ୍ପାଦନ ଏହାର ପୂର୍ଣ୍ଣ କ୍ଷମତାରେ ପହଞ୍ଚିବା ପରେ ସେଥିରେ ଆଉ ନିବେଶ ଆବଶ୍ୟକ ନା ନାହିଁ, ସେ ସମ୍ପର୍କରେ କମ୍ପାନି ନିଷ୍ପତ୍ତି ନେବ।

ଏହା ଏକ ଶସ୍ୟ ଆଧାରିତ କାରଖାନା ହୋଇଥିବାରୁ ଥେରୁବାଲି ଅଞ୍ଚଳ ‌ସେଥିପାଇଁ ଉପଯୁକ୍ତ ବୋଲି କମ୍ପାନି ଭାବୁଛି।

IMFA buys Tata Ferrochrome plant: ଇମ୍ଫା‌ କିଣିଲା ଟାଟା ଫେରୋକ୍ରୋମ୍ ପ୍ଲାଣ୍ଟ୍‌, ୬୧୦ କୋଟିର ଡିଲ୍‌ ନିକଟରେ କମ୍ପାନି ଟାଟା ଷ୍ଟିଲ୍‌ର ଫେରୋକ୍ରୋମ ବ୍ୟବସାୟକୁ ଇମ୍ଫା ଅଧିଗ୍ରହଣ କରିଥିଲା।

ଏଥି ସହିତ କଳିଙ୍ଗନଗରରେ ଏହାର ନିଜସ୍ବ ନୂଆ କାରଖାନା ମଧ୍ୟ ରହିଛି।

ଏହା ବଳରେ ଚଳିତ ଆର୍ଥିକ ବର୍ଷରେ କମ୍ପାନି ଏହାର ଉତ୍ପାଦନ କ୍ଷମତାକୁ ୪,୦୦,୦୦୦ ଟନ୍‌‌ରେ ପହଞ୍ଚାଇବାକୁ ଯୋଜନା ରଖିଛି।

୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନିର ଉତ୍ପାଦନ କ୍ଷମତା ୫,୦୦,୦୦୦ ଟନ୍‌‌ରେ ପହଞ୍ଚିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।