Nepal: ନେପାଳରେ ପୁଣି ତେଜିଲା ଜେନ୍‌ ଜି ଆନ୍ଦୋଳନ

Jul 12, 2026 - 22:28
Nepal: ନେପାଳରେ ପୁଣି ତେଜିଲା ଜେନ୍‌ ଜି ଆନ୍ଦୋଳନ

"କାଠମାଣ୍ଡୁ: ନେପାଳରେ ବେରୋଜଗାର ଓ ଅର୍ଥନୈତିକ ଦୁର୍ଦ୍ଦଶାକୁ ନେଇ ପୁଣି ଥରେ ଜେନ୍‌ ଜି ଆନ୍ଦୋଳନ ତେଜିଛି।

ତିନି ଦିନରେ ତିନିଟି ଆତ୍ମଦାହ ଉଦ୍ୟମ ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଥିବାବେଳେ ପ୍ରଧାନମନ୍ତ୍ରୀ ବାଲେନ୍‌ ଶାହାଙ୍କ ସରକାର ଉପରେ ପ୍ରବଳ ଚାପ ସୃଷ୍ଟି ହୋଇଛି।

ଏହି ଘଟଣାରେ ଦେଶର ଯୁବପିଢ଼ିଙ୍କ ମାନସିକ ଅବସ୍ଥାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।

କାଠମାଣ୍ଡୁ ଓ ଦେଶର ଅନ୍ୟାନ୍ୟ ସ୍ଥାନରେ ‌ଜୋ‌ରଦାର ପ୍ରଦର୍ଶନ ହୋଇଛି।

Advertisment ପ୍ରତିବାଦକାରୀମାନେ ବେକାରୀ ଓ ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ବାଲେନ ଶାହାଙ୍କ ସରକାର ଯୁବ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ପ୍ରଦର୍ଶନକାରୀମାନେ ତାଙ୍କ ଇସ୍ତଫା ଦାବି କରିଛନ୍ତି।

ନିକଟରେ ହୋଇଥିବା ଆତ୍ମଦାହ ଘଟଣା ଦେଶର ଯୁବପିଢ଼ି ଉପରେ ବଢ଼ୁଥିବା ଚାପର ପ୍ରତୀକ ବୋଲି କୁହାଯାଉଛି।

ଗଣେଶ ନେପାଳୀ, ବିବେକ ମଣ୍ଡଳଙ୍କର ମୃତ୍ୟୁ ହୋଇଥିବାବେଳେ ଅଶ୍ବନୀ ରାଉତ ଗୁରୁତର ଅଛନ୍ତି।

ନିଯୁକ୍ତି କ୍ଷେତ୍ରରେ ସଂସ୍କାର ପାଇଁ ବାରମ୍ବାର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ବେ ମୁଦ୍ରାସ୍ଫିତି ଓ ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ପାଉଛି ବୋଲି ପ୍ରତିବାଦକାରୀ କହିଛନ୍ତି।

ଚାକିରି କରିଥିବା ପ୍ରେମିକାକୁ ଈର୍ଷା କରୁଥିଲା ବେରୋଜଗାର ପ୍ରେମିକ, ନେଇଗଲା ଜୀବନ ବିରୋଧୀ ନେପାଳୀ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରି ବାଲେନ ଶାହାଙ୍କ ସରକାର ଦେଶର ଯୁବପିଢ଼ିଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବାରେ କିମ୍ବା ନିଯୁକ୍ତି ଓ ଆର୍ଥିକ ପୁନରୁଦ୍ଧାର ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରଦାନ କରିବାରେ ବିଫଳ ହୋଇଛି ବୋଲି କହିଛି।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ ହୋଲ୍ଡିଂ ସେଣ୍ଟରରେ ରହିବାକୁ ବାଧ୍ୟ କରାଯାଇଥିବା ଲୋକଙ୍କ ସମସ୍ୟା ଉଠାଇବା ପାଇଁ କିଛି କର୍ମୀ, ଛାତ୍ର ଓ ସାମ୍ବାଦିକଙ୍କୁ ଗିରଫ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।