Qatar News: କତର ପୂର୍ବତନ ଆମିର୍ ଶେଖ୍ ହମାଦ ଖଲିଫାଙ୍କର ୭୪ ବର୍ଷରେ ପରଲୋକ
"ଦୋହା: କତରର ପୂର୍ବତନ ଆମିର୍ ଶେଖ୍ ହମାଦ ବିନ୍ ଖଲିଫା ଅଲ୍-ଥାନିଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି।
ଶେଖ୍ ହମାଦ ବିନ୍ ଖଲିଫାଙ୍କୁ ତୈଳ ସମୃଦ୍ଧ ଆଧୁନିକ କତରର ମୁଖ୍ୟ ସ୍ଥପତି ଭାବେ ବିବେଚନା କରାଯାଏ।
କତର ପରି ଏକ କ୍ଷୁଦ୍ର ରାଷ୍ଟ୍ରକୁ କୂଟନୀତି, ମିଡିଆ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ବିଶ୍ବସ୍ତରରେ ପ୍ରତିଷ୍ଠା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
Advertisment ୧୯୯୫ ମସିହାରେ ଶେଖ ହମାଦ ନିଜ ବାପାଙ୍କଠାରୁ କ୍ଷମତା ବଳପୂର୍ବକ ଦଖଲ କରିଥିଲେ ଓ ପରମ୍ପରା ଭାଙ୍ଗି ୧୮ ବର୍ଷ ପରେ କ୍ଷମତା ନିଜ ପୁତ୍ରକୁ ହସ୍ତାନ୍ତର କରିଥିଲେ।
କତରର ସର୍ବୋଚ୍ଚ ସରକାରୀ ସଂସ୍ଥା "ଆମିରି ଦିୱାନ" ରବିବାର ସକାଳେ ଶେଖ ହମାଦଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଛି।
ଏଥିରେ ତାଙ୍କ ମୃତ୍ୟୁର କାରଣ ଉଲ୍ଲେଖ କରାଯାଇ ନାହିଁ।
ଶେଖ୍ ହମାଦ ଦେଶର ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଦେଶର ନେତୃତ୍ବ ନେଇଥିଲେ।
ତାଙ୍କ ନେତୃତ୍ବରେ କତର ଦ୍ରୁତ ପରିବର୍ତ୍ତନ ସହିତ ଅର୍ଥନୈତିକ ଓ ରାଜନୈତିକ ମହତ୍ତ୍ୱାକାଂକ୍ଷା ହାସିଲ କରିପାରିଥିଲା।
David's Hat-Trick: ଡେଭିଡ୍ଙ୍କ ହ୍ୟାଟ୍ରିକ୍ରେ କାନାଡ଼ାର ଐତିହାସିକ ବିଜୟ: କତରକୁ ୬-୦ରେ ହରାଇଲା ଜଣେ ଶକ୍ତିଶାଳୀ, ସ୍ୱାଧୀନ ଚିନ୍ତାଧାରାର ବ୍ୟକ୍ତିତ୍ୱ ଭାବରେ ୨୦୧୩ରେ ସେ ତାଙ୍କ ପୁତ୍ର ତଥା ବର୍ତ୍ତମାନ ଆମିର୍ ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନି କ୍ଷମତା ପ୍ରଦାନ କରିଥିଲେ।
ଶେଖ୍ ହମାଦ ତାଙ୍କ ବିଦାୟୀ ଭାଷଣରେ କହିଥିଲେ ଯେ, ସେ ଚାହାନ୍ତି ଯେ ଏକ ନୂତନ ପିଢ଼ି ସେମାନଙ୍କର ଅଭିନବ ଚିନ୍ତାଧାରା ଓ ସକ୍ରିୟ ଶକ୍ତି ସହିତ ଦେଶର ଦାୟିତ୍ୱ ଗ୍ରହଣ କରୁ।
ଶେଖ୍ ହମାଦ୍ ମିଡିଆ ନେଟୱର୍କ "ଅଲ୍-ଜଜିରା" ପ୍ରତିଷ୍ଠା କରିଥିଲେ, ଯାହା ଆରବ ରାଜନୀତିରେ କତରକୁ ଏକ ଦୃଢ଼ ସ୍ବର ଭାବେ ଉପସ୍ଥାପନ କରିବା ସହିତ ଉପସାଗର ଦେଶ ବାହାରେ ପ୍ରତିଷ୍ଠା ବୃଦ୍ଧି କରିଥିଲା।
କତର ୨୦୨୨ରେ ସଫଳତାର ସହିତ ଫୁଟବଲ ବିଶ୍ବକପ ଆୟୋଜନ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ୍ ହମାଦଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।