Old Woman Sand Teach: ଡିଜିଟାଲ ଯୁଗରେ ଚର୍ଚ୍ଚାରେ ‌ଜେଜେମା’ଙ୍କ ପାରମ୍ପରିକ ଓ ନିଆରା ଶିକ୍ଷାଦାନ ପ୍ରଣାଳୀ

Oct 24, 2026 - 20:03
Old Woman Sand Teach:  ଡିଜିଟାଲ ଯୁଗରେ ଚର୍ଚ୍ଚାରେ ‌ଜେଜେମା’ଙ୍କ ପାରମ୍ପରିକ ଓ ନିଆରା ଶିକ୍ଷାଦାନ ପ୍ରଣାଳୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ରେ ପ୍ରତିଦିନ ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ଅନେକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଥାଏ।

କିଛିଦିନ ହେବ ଇଣ୍ଟରନେଟ୍‌ରେ ଏପରି ଏକ ଭିଡିଓ ଛାଇ ରହିଛି, ଯାହାକୁ ଦେଖିଲେ ଆପଣଙ୍କ ପିଲାଦିନର ସ୍ମୃତି ତାଜା ହୋଇଯିବ ଏବଂ ମୁହଁରେ ଏକ ସୁନ୍ଦର ହସ ଫୁଟିଉଠିବ।

ଆଜିର ଡିଜିଟାଲ ଯୁଗରେ ପିଲାମାନେ ମୋବାଇଲ୍ ଫୋନ୍, ଟାବଲେଟ୍ ଓ ଦାମୀ ପ୍ଲେସ୍କୁଲ୍‌ରେ ପାଠ ପଢ଼ୁଥିବାବେଳେ, ସୋସିଆଲ ମିଡିଆରେ ଜଣେ ବୃଦ୍ଧା ଜେଜେମା'ଙ୍କ ପାରମ୍ପରିକ ଓ ନିଆରା ଶିକ୍ଷାଦାନ ପ୍ରଣାଳୀ ଖୁବ୍ ଚର୍ଚ୍ଚା ସାଉଁଟୁଛି।

Advertisment ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧା ଜେଜେମା' ପିଲାମାନଙ୍କୁ ଅତି ପାରମ୍ପରିକ ଓ ନିଆରା ଢଙ୍ଗରେ ଅକ୍ଷର ଶିଖାଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଭାବବିହ୍ୱଳ କରିଦେଇଛି।

ଖେଳକୁଦ ମାଧ୍ୟମରେ ବିନା ଖର୍ଚ୍ଚରେ ପିଲାମାନଙ୍କୁ ପଢ଼ାଇବାର ଏହି ପୁରୁଣା ଭାରତୀୟ ପଦ୍ଧତି ବଡ଼ ବଡ଼ ଶିକ୍ଷାବିତ୍‌ଙ୍କ ମଧ୍ୟ ଧ୍ୟାନ ଆକର୍ଷଣ କରିଛି।

ଚଟେଇ, ବାଲି ଓ କୁନି କୁନି ଆଙ୍ଗୁଠି ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଭିଡିଓରେ କେରଳର ପାରମ୍ପରିକ ଧଳା ଶାଢ଼ି ପିନ୍ଧିଥିବା ଜଣେ ଜେଜେମା'ଙ୍କୁ ଦେଖିବାକୁ ମିଳୁଛି।

ସେ ବାରଣ୍ଡାରେ ଚଟେଇ ଉପରେ ଧାଡ଼ିରେ ବସିଥିବା ପିଲାମାନଙ୍କ ସାମ୍ନାରେ ଅତି ଯତ୍ନର ସହ ସଫା ବାଲି ବିଛାଇ ଦେଉଛନ୍ତି।

ଆଜିକାଲି ପିଲାମାନେ ସ୍ଲେଟ୍, ଖାତା କିମ୍ବା ଆଇପ୍ୟାଡ୍‌ରେ ପାଠପଢ଼ା ଆରମ୍ଭ କରୁଥିବାବେଳେ, ଏହି ଭିଡିଓ ଆମକୁ ଭାରତର ଶତାବ୍ଦୀ ପୁରୁଣା ପାରମ୍ପରିକ ଶିକ୍ଷା ପଦ୍ଧତିର ସ୍ମୃତିକୁ ମନେ ପକାଇ ଦେଉଛି।

No paper, no internet, just pure creativity.

Innovation doesn't always need technology. pic.twitter.com/lzONV1byIY — अथर्व (@Talwar_1009) October 23, 2026 ଖାତା-କଲମ ବିନା ଅକ୍ଷର ଶିଖୁଛନ୍ତି ପିଲା ବୟସର ଏହି ପର୍ଯ୍ୟାୟରେ ମଧ୍ୟ ଜେଜେମା'ଙ୍କ ଉତ୍ସାହ ଦେଖିବା ଭଳି।

ସେ ହାତରେ ଏକ ଛୋଟ କାଠି ଧରି ବାଲି ଉପରେ ଗୋଟିଏ ପରେ ଗୋଟିଏ ଅକ୍ଷରର ଆକୃତି ଅତି ସୁନ୍ଦର ଓ ସ୍ପଷ୍ଟ ଭାବରେ ଲେଖୁଛନ୍ତି।

ସେ ବାଲି ଉପରେ ଯେମିତି ଅକ୍ଷର ଲେଖୁଛନ୍ତି, ସାମ୍ନାରେ ବସିଥିବା ନିରୀହ ପିଲାମାନେ ସେତିକି ଧ୍ୟାନର ସହ ନିଜର କୁନି କୁନି ଆଙ୍ଗୁଠିକୁ ବାଲି ଉପରେ ଚଳାଉଛନ୍ତି ଏବଂ ଜେଜେମା' ଲେଖିଥିବା ଅକ୍ଷରକୁ ଠିକ୍ ସେହିପରି ଲେଖିବା ଶିଖୁଛନ୍ତି।

ଏହି ସମୟରେ ପିଲାମାନଙ୍କର ଏକାଗ୍ରତା ଏବଂ ସେମାନଙ୍କ ମୁହଁରେ ଥିବା ନିଷ୍ପାପ ହସ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରୁଛି।

ସୋସିଆଲ ମିଡିଆରେ ୟୁଜର୍ସଙ୍କ ପ୍ରତିକ୍ରିୟା ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

ୟୁଜର୍ସମାନେ କମେଣ୍ଟ କରି ଲେଖିଛନ୍ତି ଯେ ପୁରୁଣା ପିଢ଼ିର ଏହି କଳା ଓ ସରଳ ଶିକ୍ଷାଦାନ ପଦ୍ଧତି ଆଗରେ ଆଜିର ଆଧୁନିକ ପ୍ରଯୁକ୍ତି ଓ ଗ୍ୟାଜେଟ୍‌ଗୁଡ଼ିକ ମଧ୍ୟ ଫିକା ପଡ଼ିଯିବ।

ଏହି ପିଲାମାନେ ପ୍ରକୃତରେ ଭାଗ୍ୟବାନ, କାରଣ ଜୀବନର ଆରମ୍ଭରୁ ସେମାନଙ୍କୁ ଏପରି ଜଣେ ସମର୍ପିତ ଶିକ୍ଷୟିତ୍ରୀ ମିଳିଛନ୍ତି।

ମୋଟା ଅଙ୍କର ଫି' କିମ୍ବା ଖାତାର ବୋଝ ବିନା ଖେଳକୁଦ ମାଧ୍ୟମରେ ପାଠ ଶିଖିବାର ଏହି ଦେଶୀ ପଦ୍ଧତି ସବୁଠାରୁ ଭଲ।

ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଧରାଶାୟୀ କଲା ଭାରତ, ଦମ୍ଭ ଦେଖାଇଲେ ତିଲକ-ନୀତିଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)