Explosion: ଆନ୍ଧ୍ରପ୍ରଦେଶ: ପିନାକୋଟା ନିକଟରେ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଆଶଙ୍କା
ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମା ରାଜୁ ଜିଲ୍ଲାର ଅନନ୍ତଗିରି ମଣ୍ଡଳର ପିନାକୋଟା ନିକଟରେ ଶନିବାର ଏକ ବିସ୍ଫୋରଣ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡ଼ିନାହିଁ।
ପ୍ରାଥମିକ ସୂଚନା ଅନୁଯାୟୀ, ଏକ ଡିଜେଲ ଟ୍ରକରେ ବିସ୍ଫୋରଣ ହୋଇଥିଲା।
ପାଡେରୁ ଡିଏସ୍ପି ରାଜା ସିମ୍ହା ରେଡ୍ଡୀ କହିଛନ୍ତି ଯେ, ମୃତକଙ୍କ ପରିଚୟ ଜଣାପଡ଼ିନାହିଁ।
ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।
ଜଣେ ସବ୍-ଇନ୍ସପେକ୍ଟର ସ୍ପଷ୍ଟ କରିଛନ୍ତି ଯେ, ବିସ୍ଫୋରଣ ଖଣି ଅଞ୍ଚଳରେ ଘଟିନାହିଁ।
Advertisment ଜଣାପଡ଼ିନାହିଁ ପ୍ରକୃତ ମୃତ୍ୟୁସଂଖ୍ୟା ଆନ୍ଧ୍ର ପ୍ରଦେଶ ଗୃହମନ୍ତ୍ରୀ ଭାଙ୍ଗାଲାପୁଡି ଅନିଥା ଆଲୁରି ସୀତାରାମା ରାଜୁ ଜିଲ୍ଲାର ଜିଲ୍ଲାପାଳ ଟି.
ନିଶାନ୍ତି ଓ ପୁଲିସ ଅଧୀକ୍ଷକ ଅମିତ ବରଦାରଙ୍କ ସହିତ ଘଟଣା ବିଷୟରେ ପଚାରି ବୁଝିଛନ୍ତି।
ମନ୍ତ୍ରୀ ମୃତକ ପାଇଁ ଶୋକ ପ୍ରକାଶ କରିବା ସହିତ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା, ପ୍ରଭାବିତମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସରକାର ଘଟଣାରେ ପ୍ରଭାବିତ ପରିବାରଙ୍କ ସହିତ ରହିଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି।
ଆମର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନିଆଯାଉଛି: ନେହା ବୋରା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
