Old memories: ‘ମାଣ’ରେ ଲୁଚିଛି ପୁରୁଣା ସ୍ମୃତି: ଏବେ ବି କେନ୍ଦୁଝର ହାଟବଜାରରେ ମାପକ ଭାବେ ବ୍ୟବହୃତ

Aug 13, 2026 - 06:34
Old memories: ‘ମାଣ’ରେ ଲୁଚିଛି ପୁରୁଣା ସ୍ମୃତି: ଏବେ ବି କେନ୍ଦୁଝର ହାଟବଜାରରେ ମାପକ ଭାବେ ବ୍ୟବହୃତ

"କେନ୍ଦୁଝର: ସମୟ ସହ ବଦଳିଛି ମଣିଷର ଜୀବନଶୈଳୀ।

ବଦଳିଛି ବଜାରର ଚିତ୍ର ଓ କିଣାବିକାର ପ୍ରକ୍ରିୟା।

ଡିଜିଟାଲ ଓଜନକଣ୍ଟାରେ ସାମଗ୍ରୀ ରଖିଦେଲେ ମୁହୂର୍ତ୍ତକରେ ଜଣାପଡ଼ିଯାଉଛି ଓଜନ।

ହେଲେ କେନ୍ଦୁଝରର କିଛି ହାଟବଜାରରେ ଏବେ ବି ବ୍ୟବହୃତ ହେଉଛି ପୁରୁଣା ଓଜନମାପ "ମାଣ"।

ସମୟ ସ୍ରୋତରେ ତରାଜୁ ପଛକୁ ହଟିଲା, ଡିଜିଟାଲ ଓଜନକଣ୍ଟା ବଜାର ଦଖଲ କଲା; ତଥାପି "ମାଣ" ହଜି ନାହିଁ।

ଏହା କେବଳ ଏକ ମାପକ ଯନ୍ତ୍ର ନୁହେଁ, କେନ୍ଦୁଝର ଗଡ଼ଜାତ ଅଞ୍ଚଳର ପରମ୍ପରା ଓ ଜନଜୀବନର ନିରବ ସାକ୍ଷୀ।Advertisment Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ ପୂର୍ବରୁ ଚାଷୀମାନେ ଘରୁ ଧାନଚାଉଳ, ଡାଲି, ଚୁଡ଼ା, ବାଦାମ ଧରି ହାଟକୁ ଆସୁଥିଲେ।

ମାଣରେ ସାମଗ୍ରୀ ଭରୁଥିଲେ, ସେହି ଆଧାରରେ ହେଉଥିଲା କିଣାବିକା।

କେତେ ମାଣରେ କେତେ ସାମଗ୍ରୀ ହେବ ତାହାର ହିସାବ ଗାଁ ଲୋକଙ୍କ ଜିଭରେ ଥିଲା।

କେନ୍ଦୁଝର ରାଜାଙ୍କ ସମୟରେ ମାଣକୁ ମାନ୍ୟତା ଦିଆଯାଇଥିଲା।

ଏହାର ଶୁଦ୍ଧତା ନିଶ୍ଚିତ କରିବା ପାଇଁ ମାଣରେ "କେଏସ୍‌" ଅର୍ଥାତ କେନ୍ଦୁଝର ଷ୍ଟେଟ୍‌ ଚିହ୍ନ ଲଗାଯାଉଥିଲା।

ଏହି ଚିହ୍ନ ମାନ୍ୟତା ଓ ପ୍ରାମାଣିକତାର ପରିଚୟ ବହନ କରୁଥିଲା।

ଦେଢ଼ମାଣରେ ଗୋଟିଏ କେଜି ସାମଗ୍ରୀ ହେଉଥିଲା।

ସେହିପରି ମାଣିକିଆ, ଦୁଇମାଣିଆ ଏବଂ ଚାରିମାଣିଆ ପାତ୍ର ଥିଲା।

ଚାରିମାଣିଆକୁ "ପାଇ" ବୋଲି କୁହାଯା‌ଉଛି।

ଏହି ମାପକୁ ଆଧାର କରି ସାମଗ୍ରୀ କିଣାବିକା ଚାଲିଥିଲା।

ଆଟୋପୁରସ୍ଥିତ ବୀରବରପୁରପାଟଣାରେ ମାଣ ତିଆରି ହେଉଥିଲା।

ଏବେ ବି କେନ୍ଦୁଝର ହାଟବଜାରରେ ମାପକ ଭାବେ ବ୍ୟବହୃତଗଡ଼ଜାତ ଅଞ୍ଚଳର ପରମ୍ପରା ଓ ଜନଜୀବନର ନିରବ ସାକ୍ଷୀ ପରେ କଚେରି ଭିତରେ ଥିବା କାର୍ଯ୍ୟାଳୟରେ ଏଥିରେ "କେଏସ୍‌" ଷ୍ଟାମ୍ପ ମରାଯାଉଥିଲା।

କାଠରେ ମାଣ ତିଆରି ପରେ ଏହା ଉପରେ ଚମଡ଼ାର ଘୋଡ଼ଣି ରହୁଥିଲା।

ପରବର୍ତ୍ତୀ ସମୟରେ ପିତ୍ତଳରେ ମାଣ ତିଆରି ହେଲା।

ସମୟ ବଦଳିବା ସହ ମାପର ପଦ୍ଧତି ବି ବଦଳିଗଲା।

ପ୍ରଥମେ ତରାଜୁ ଓ ବିଭିନ୍ନ ଓଜନର ବଟକରା ପ୍ରଚଳିତ ହେଲା।

ଏହାପରେ ଆସିଲା ଇଲେକ୍ଟ୍ରୋନିକ୍‌ ଓଜନକଣ୍ଟା।

ଆଜି ଅଳ୍ପ ସମୟରେ ନିର୍ଭୁଲ୍‌ ଓଜନ ପାଇଁ ଡିଜିଟାଲ ଯନ୍ତ୍ର ବ୍ୟବହୃତ ହେଉଛି।

ହେଲେ କେନ୍ଦୁଝର ମାଟିରେ ପୁରୁଣା ମାପର ସ୍ମୃତି ଏତେ ଗଭୀର ଯେ ଆଧୁନିକତା ତାକୁ ସମ୍ପୂର୍ଣ୍ଣ ପୋଛି ପାରିନାହିଁ।

କେନ୍ଦୁଝର ସଦର ମହକୁମା ସମେତ ହାଟବଜାରରେ ଆଜି ବି ମାଣରେ ସାମଗ୍ରୀ ମାପିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ବିଶେଷ କରି ଡାଲି, ଚାଉଳ, ଚୁଡ଼ା, ବାଦାମ କିଣାବିକା ବେଳେ ଏହାର ବ୍ୟବହାର ହେଉଛି।

ଗୁହାଳଚଟୁଆ ଗ୍ରାମର ପ୍ରଫୁଲ୍ଲ ମହାନ୍ତ କହିଛନ୍ତି, ପୂର୍ବରୁ ଲୋକେ ମାଣରେ ବିଭିନ୍ନ ସାମଗ୍ରୀ ମାପ କରୁଥିଲେ।

ଆଧୁନିକ ଓଜନ ମାପଯନ୍ତ୍ର ଆସିବା ପରେ ବି ମାଣ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇନାହିଁ।

ବିଶେଷ କରି ଗଡ଼ଜାତ ଅଞ୍ଚଳର ଜନଜୀବନ ସହ ଏହାର ସମ୍ପର୍କ ଏବେ ବି ରହିଛି।

ବିଶିଷ୍ଟ ସଂଗ୍ରାହକ ସୁଜିତ ପଟ୍ଟନାୟକଙ୍କ କହିଛନ୍ତି, ଏଭଳି ପାରମ୍ପରିକ ମାପଯନ୍ତ୍ର କେବଳ ଏକ ପୁରୁଣା ବସ୍ତୁ ନୁହେଁ; ଏହା ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଇତିହାସ, ଜନଜୀବନ ଓ ସାମାଜିକ ପରମ୍ପରାର ଦଲିଲ।

ଏହାକୁ ସଂଗ୍ରହ କରି ସଂରକ୍ଷଣ କରାଗଲେ ଆଗାମୀ ପିଢ଼ି "ମାଣ" କେମିତି ଥିଲା, ହାଟରେ କେମିତି କିଣାବିକା ଚାଲୁଥିଲା ଜାଣିପାରିବେ।

UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media