Odisha Uncovers Illegal Turtle Smuggling Racket: ହାତୀ ଦାନ୍ତ ପରେ କଇଁଛ ଚୋରା ଚାଲାଣ, ୩୯୦ କଇଁଛ ଉଦ୍ଧାର
ହାତୀ ଦାନ୍ତ, ସାପ, ବଜ୍ରକାପ୍ତା ପରେ କଇଁଛ।
ଓଡ଼ିଶାରୁ ଚାଲାଣର କଳା ଖେଳକୁ ଧରିବା ପରେ ଫିଟୁଛି ଗୁମର।
କେମିତି ଅଳ୍ପ କିଛି ମାଂସ ଆଉ ଗୁଜବ ପାଇଁ ହଜାର ହଜାର ସଂଖ୍ୟାରେ କଇଁଛ ଶିକାର କରାଯାଉଛି।
ପ୍ରତିବର୍ଷ ଏମିତି ହେଉଛି ତଥାପି ରୋକ ଲାଗି ପାରୁନି।
ଏବେ ତ ବାହାର ରାଜ୍ୟର ସ୍ମଗଲର୍ ମାନେ ବି ୟା ପଛରେ ଲୁଚି ରହିଛନ୍ତି।
ନଦୀ ଓ ସମୁଦ୍ରରୁ ବିଲୁପ୍ତ ଏଇ ସୁନ୍ଦରୀଆ ଜୀବଙ୍କୁ ଧରି ଅବାଧରେ ବିକ୍ରି କରୁଛନ୍ତି ମାଫିଆ।
ଏତେ ଚାହିଦା ରେ ଅନ୍ୟ ରାଜ୍ୟରୁ ବି ଆସୁଛି।
ମାଲକାନଗିରିରେ ଚାଲିଛି ବେଆଇନ କଇଁଛ କାରବାର।
ଏହାର ମାଂସର ଚାହିଦା ଚୋରା ବେପାରୀଙ୍କ ପାଇଁ ପାଲଟିଛି ରୋଜଗାରର ବାଟ।
ଭଲ ଭାବେ ଦେଖନ୍ତୁ ଏଇ ସବୁ କଇଁଛଙ୍କୁ।
କେମିତି ଗାଡ଼ିରେ ଏମାନଙ୍କୁ ବୁହା ହେଉଛି ତା ପୁଣି ପ୍ୟାକିଂ କରି।
ୟେ ଗୋଟେ କି ଦୁଇଟି ନୁହେଁ ୩୯୦ କଇଁଛ।
୯ଟି ବସ୍ତାରେ ଭର୍ତ୍ତି କରି ଚାଲାଣ ପାଇଁ ନିଆଯାଉଥିବା ୩୯୦ଟି ଇଣ୍ଡିଆନ୍ ଫ୍ଲାପ୍ ସେଲ୍ କଇଁଛ।
ଆଉ ଏହାର ଚେର ଖୋଜୁ ଖୋଜୁ ଧରାପଡ଼ିଛି ଏଇ ରାକେଟ୍ ପଛର ଅନେକ କାହାଣୀ।
Advertisment କଇଁଛକୁ ତ ପିଲା ବେଳେ ଆପଣ ପୋଖରୀ, କୂଳରେ ଦେଖିଥିବେ।
ଏଇ କଇଁଛର ଏତେ ଚାହିଦା କାହିଁକି?
ଶୁଣିକି ଆଶ୍ଚର୍ଯ୍ୟ ହେବେ ଏହା ପଛରେ ରହିଛି କଇଁଛ ମାଂସର ମୋଟା ଦାମ୍।
ପ୍ରାୟ ୨ ହଜାର ଟଙ୍କାରେ ବିକ୍ରି ହୁଏ କଇଁଛ ମାଂସ କିଲୋ।
ହଁ, ମଟନ୍ ଠୁ ମହଙ୍ଗା।
ମାଲକାନଗିରିର କେତେକ ଅଞ୍ଚଳରେ ଏହାକୁ ଖାଇବାର ପ୍ରଚଳନ ଥିବାରୁ ଏହି ଚାହିଦା ବି ଟିକିଏ ଅଧିକ।
କେବଳ ମାଂସ ନୁହେଁ, ଏଥିରେ ଔଷଧୀୟ ଗୁଣ ଥିବାର ଗୁଜବ ପ୍ରଚାର କରି ମଧ୍ୟ ଲୋକଙ୍କୁ ଆକୃଷ୍ଟ କରାଯାଉଛି।
ଏବେ ଟିକିଏ ନଜର ପକାନ୍ତୁ ତଥ୍ୟ ଉପରେ, ୨୦୨୪ରେ ୪୬୪ଟି କଇଁଛ ଜବତ, ୮ ଗିରଫ, ୨୦୨୫ରେ ଜବତ କଇଁଛଙ୍କ ସଂଖ୍ୟା ବଢ଼ି ୯୯୬ରେ ପହଞ୍ଚିଥିଲା, ଆଉ ଗିରଫ ହୋଇଥିଲେ ୬ ଜଣ।
କିନ୍ତୁ ୨୦୨୬ରେ ସବୁ ରେକର୍ଡକୁ ଟପିଛି ଜବତ ସଂଖ୍ୟା।
୧୧୮୬ଟି କଇଁଛ ଜବତ ସହ ୨୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।
ଅର୍ଥାତ୍ ତିନି ବର୍ଷରେ ଜବତ କଇଁଛଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ।.
ବିଳୁପ୍ତ ପ୍ରାଣୀ ହୋଇଥିବାରୁ ବଣ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ କଇଁଛ ମାରିବା କିମ୍ବା ଚୋରା ଚାଲାଣ କରିବା ଏକ ଦଣ୍ଡନୀୟ ଅପରାଧ ।
ଖାଲି ଅପରାଧ ନୁହେଁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବି କଇଁଛ ଜରୁରୀ।
Advertisment ବନ ବିଭାଗ ବୁଝାଉଛି, ସଚେତନ କରୁଛି ତଥାପି ଲୋକେ ନିଜ ଜିଭର ସ୍ୱାଦ ଓ ଲୋଭ ପାଇଁ ଏମିତି କଇଁଛ ଶିକାର କରୁଥିବେ ଦିନେ ଜଳାଶୟରୁ ହଜିଯାଇପାରନ୍ତି ଏଇ ନିରୀହ ଜୀବ।
କଇଁଛଙ୍କ ସୁରକ୍ଷା କେବଳ ବନ ବିଭାଗର ନୁହେଁ, ଆମ ସମସ୍ତଙ୍କ ଦାୟିତ୍ୱ।
ଚାହିଦା ନଥିଲେ ବେପାର ନାହିଁ।
ତେଣୁ କଇଁଛ କିଣିବା ଓ ଖାଇବାରୁ ନିବୃତ୍ତ ରହିବା ହିଁ ଏହି ଚୋରା କାରବାର ଉପରେ ରୋକ୍ ଲଗାଇବାର ସବୁଠୁ ବଡ଼ ଉପାୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
