Odisha police: ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ, ରାତିରେ ଜୋରଦାର ଚେକିଂ କଲେ ପୁଲିସ ବାବୁ

Sep 03, 2026 - 23:07
Odisha police: ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ, ରାତିରେ ଜୋରଦାର ଚେକିଂ କଲେ ପୁଲିସ ବାବୁ

"ବୈଶିଙ୍ଗା (ଦୀପକ କୁମାର ସିଂହ): ଦାୟିତ୍ୱ ଗ୍ରହଣ କରୁ କରୁ ଆକ୍ସନ ମୋଡ୍‌ରେ ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନାର ନୂଆ ଥାନା ଅଧିକାରୀ।

ସନ୍ଧ୍ୟାରେ ଥାନାର ଦାୟିତ୍ୱ ଗ୍ରହଣ କରିଥିବା ନୂଆ ଥାନା ଅଧିକାରୀ ବାବା ଶଙ୍କର ସରଫ ରାତିରେ ରାସ୍ତାକୁ ଓହ୍ଲାଇ ଜୋରଦାର ଯାଞ୍ଚ ଆରମ୍ଭ କରିଛନ୍ତି।

ନୂଆ ଅଧିକାରୀଙ୍କ ଏଭଳି ତତ୍ପରତା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।Advertisment ବୈଶିଙ୍ଗା ଥାନାର ପୂର୍ବତନ ଥାନା ଅଧିକାରୀ ବାରିଣୀ ଦାସଙ୍କ ରାଇରଙ୍ଗପୁର ବଦଳି ପରେ ବ୍ରହ୍ମପୁର ଜିଲ୍ଲା ବଡ଼ବଜାର ଥାନାରୁ ବାବା ଶଙ୍କର ସରଫ ବୈଶିଙ୍ଗା ଥାନାର ନୂଆ ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି।

ଦାୟିତ୍ୱ ଗ୍ରହଣର କିଛି ଘଣ୍ଟା ମଧ୍ୟରେ ରାସ୍ତାରେ ପୁଲିସ କର୍ମଚାରୀଙ୍କୁ ନେଇ ଯାନବାହନ ଯାଞ୍ଚ ଆରମ୍ଭ କରିଥିଲେ।

ବିଶେଷକରି ରାତିରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା।

ଏହା ସହିତ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ନେଇ ସେ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ବୈଶିଙ୍ଗା ଥାନା ଅଧୀନରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ଼ତାର ସହିତ ନିୟନ୍ତ୍ରଣ କରାଯିବ।

ଅପରାଧୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବା ସହିତ ସାଧାରଣ ଲୋକଙ୍କ ସହଯୋଗରେ ପୁଲିସ-ଜନତା ସମ୍ପର୍କକୁ ଆହୁରି ମଜବୁତ କରାଯିବ ବୋଲି ନୂଆ ଥାନା ଅଧିକାରୀ ବାବା ଶଙ୍କର ସରଫ ପ୍ରତିଶ୍ରୁତି ଦେଇଛନ୍ତି।

ଦାୟିତ୍ୱ ନେବାର ପ୍ରଥମ ଦିନରୁ ରାସ୍ତାରେ ପୁଲିସର ସକ୍ରିୟତା ନୂଆ ଥାନା ଅଧିକାରୀଙ୍କ କାର୍ଯ୍ୟଶୈଳୀର ଝଲକ ଦେଇଛି।

ଆଗାମୀ ଦିନରେ ବୈଶିଙ୍ଗା ଅଞ୍ଚଳର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହି ତତ୍ପରତା କେତେଦୂର ପ୍ରଭାବ ପକାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

Toilet problem ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ଶୌଚାଳୟ ଗାଏବ!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)