02 JULY 2026

Welcome!

Unlock your personalized experience.
Sign Up

Odisha Police SI Exam: ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ ପରୀକ୍ଷା, ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ

Jul 02, 2026 - 08:15
Odisha Police SI Exam: ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ ପରୀକ୍ଷା, ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ

ଭୁବନେଶ୍ୱର,୦୨/୦୭: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ  (ସବ୍‌-ଇନ୍ସପେକ୍ଟର)ପରୀକ୍ଷା ହେବ ।  ବୁଧବାର ଏହି ସୂଚନା ଦେଇଛନ୍ତି ଓଡିଶା  ୟୁନିଫର୍ମଡ୍‌ ସର୍ଭିସ ଷ୍ଟାଫ୍‌ ସିଲେକ୍ସନ  କମିଶନ (ଓୟୁଏସଏସଏସସି) ଅଧ୍ୟକ୍ଷ  ରଶ୍ମିରଂଜନ ସ୍ୱାଇଁ । ସେ କହିଥିଲେ, ପ୍ରଶ୍ନପତ୍ର ଲିକ୍‌ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଏପରିକି ବୟସ ଗଡ଼ି ଯାଇଥିଲେ ବି ଆଶାୟୀ ପରୀକ୍ଷା ଦେଇ ପାରିବେ । ପରୀକ୍ଷା ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ ।  

ଅପରପକ୍ଷେ, ଏସଆଇ  ପରୀକ୍ଷା ଆୟୋଜନ କରିବା ଦାବିରେ  ଆଶାୟୀମାନେ ବୁଧବାର ଆନ୍ଦୋଳନକୁ  ଓହ୍ଲାଇଥିଲେ । ଷ୍ଟୁଡେଣ୍ଟ୍‌ ଏଗ୍‌ନେଷ୍ଟ  କରପସନ୍‌ ନେତୃତ୍ୱରେ ଶହଶହ  ଆଶାୟୀ ଭୁବନେଶ୍ୱରସ୍ଥିତ  ଓୟୁଏସ୍‌ଏସ୍‌ଏସ୍‌ସି ଅଫିସ ସମ୍ମୁଖରେ  ଧାରଣା ଦେଇ ପରୀକ୍ଷା ଆୟୋଜନ  ପାଇଁ ଦାବି କରିଥିଲେ । ଦୀର୍ଘ ୩ ମାସ  ହେବ ଓୟୁଏସ୍‌ଏସ୍‌ଏସ୍‌ସି ଗଠନ  ହାଇଥିଲେ ମଧ୍ୟ ତାହାର ୱେବସାଇଟ୍‌  ପ୍ରସ୍ତୁତ ହୋଇପାରିନାହିଁ । ଏପରିକି ଦୀର୍ଘ  ୨ବର୍ଷ ଧରି ପ୍ରସ୍ତୁତି କରୁଥିବା ପିଲାଙ୍କ  ପରୀକ୍ଷା କେବେ ହେବ, ସେନେଇ ମଧ୍ୟ  କେହି ସନ୍ତୋଷଜନକ ଉତ୍ତର ଦେଇପାରୁ  ନାହାନ୍ତି ।

ଅଧିକ ପଢ଼ନ୍ତୁ :-  Weather Update: ଆସୁଛି ଲଘୁଚାପ, ୭ ତାରିଖ ଯାଏ ପ୍ରବଳ ବର୍ଷିବ,୨ ଜିଲ୍ଲାକୁ ଅରେଞ୍ଜେ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ନୂତନ ଭାବେ କାର୍ଯ୍ୟାଳୟ  ଖୋଲିଥିଲେ ମଧ୍ୟ ତାର ନାମକରଣ  ମଧ୍ୟ ହୋଇପାରିନି । ଫଳରେ ସଂଗଠନ  ଆବାହକ ବିଭୁତି ଭୂଷଣ ମହାପାତ୍ର  ଆଜି ଅଫିସର ନାମକରଣ କରିବା ସହ  କଳା ରିବନ୍‌ କାଟି ଅଫିସ୍‌ ଉଦ୍‌ଘାଟନ  କରି ଅଭିନବ ଭାବେ ପ୍ରତିବାଦ  କରିଥିଲେ । ଆଶାୟୀଙ୍କ ଆନ୍ଦୋଳନ  ଖବର ପାଇ ଓୟୁଏସ୍‌ଏସ୍‌ଏସ୍‌ସି  ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଧାରଣାସ୍ଥଳକୁ ଆସି  ଆଶାୟୀଙ୍କ ସହ ଆଲୋଚନା କରିଥିଲେ ।  ପରୀକ୍ଷା ପ୍ରତିଶ୍ରୁତି ମିଳିବା ପରେ  ଆନ୍ଦୋଳନକୁ ସମସ୍ତେ ଓହରିଥିଲେ ।