Odisha Parab 2026 Takes Bali Jatra Legacy to Indonesia: ବାଲିରେ ଗୁଞ୍ଜିବ ଓଡ଼ିଶାର ଗୌରବ ଗାଥା, ଆୟୋଜିତ ହେବ ଓଡ଼ିଶା ପରବ
ସମୁଦ୍ର ପାରି ଇଣ୍ଡୋନେସିଆର ବାଲିରେ ପହଞ୍ଚିବ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା।
ବାଲିଯାତ୍ରାର ଐତିହ୍ୟକୁ ଆନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇବାକୁ ନଭେମ୍ବର ୨୪ ଓ ୨୫ ତାରିଖରେ ବାଲିରେ ଆୟୋଜିତ ହେବ ଓଡ଼ିଶା ପରବ ୨୦୨୬।
Advertisment ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ବାଲିସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହେବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶାର ଏକ ପ୍ରତିନିଧି ଦଳ ଏଥିରେ ଯୋଗଦେବେ।
ଏହି ଦଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ସାମିଲ ହେବେ।
ଏହି ମଞ୍ଚରେ ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟପେୟର ଝଲକ ଦେଖିବାକୁ ମିଳିବ।
ଏହାସହ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ସମୁଦ୍ର ବେଳାଭୂମି, ଜଙ୍ଗଲ ଓ ଐତିହ୍ୟ ସମ୍ପନ୍ନ ସ୍ଥାନଗୁଡ଼ିକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗରେ ପ୍ରଦର୍ଶନ କରାଯିବ।
Advertisment ପ୍ରାଚୀନ କଳିଙ୍ଗର ସାଧବମାନେ ବୋଇତ ନେଇ ବାଲି ସମେତ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଅଞ୍ଚଳକୁ ବାଣିଜ୍ୟ କରିବାକୁ ଯାଉଥିଲେ।
ସେହି ଐତିହାସିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ପର୍ଯ୍ୟଟନ ଓ ବ୍ୟବସାୟିକ ସହଯୋଗ ବଢ଼ାଇବା ହେଉଛି ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
Addressed a press meet in Bali ahead of Odisha Parab 2026, highlighting the historic cultural and maritime ties between Odisha and Bali.
Shared the vision of showcasing Odisha's rich heritage, handicrafts, handlooms, cuisine and tourism potential on the global stage while… pic.twitter.com/0woZMbuNNL — Pravati Parida (@PravatiPOdisha) November 23, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
