Odisha Parab 2026 in Indonesia ଇଣ୍ଡୋନେସିଆର ସାନୁର ବେଳାଭୂମିରେ ବୋଇତ ବନ୍ଦାଣ ଉତ୍ସବ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ
ବାଲି(ଇଣ୍ଡୋନେସିଆ)/ ଭୁବନେଶ୍ୱର: ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ 'ଓଡ଼ିଶା ପରବ ୨୦୨୬'ର ଦ୍ୱିତୀୟ ଦିନରେ ସାନୁର ବେଳାଭୂମିରେ ପାରମ୍ପରିକ 'ବୋଇତ ବନ୍ଦାଣ' ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହିଅବସରରେ କଟକର ବାଲିଯାତ୍ରା ସହ ଏକ ସମୟରେ ରାଷ୍ଟ୍ରପତିଙ୍କ ଦ୍ୱାରା ବାଲିରେ 'ଓଡ଼ିଶା ପରବ'ର ଉଦ୍ଘାଟନ ଓ 'ପ୍ରବାସୀ ଭାରତୀୟ ସମ୍ମିଳନୀ' ଆୟୋଜିତ ହୋଇଛି।
Advertisment Odisha Parab 2026 Inagurate: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ: ଗୌହାଟୀରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ ପ୍ରାଚୀନ କଳିଙ୍ଗର ଐତିହାସିକ ନୌବାଣିଜ୍ୟ ଯାତ୍ରାକୁ ସ୍ମରଣ କରି ସାନୁର ବେଳାଭୂମିରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ସହ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇଣ୍ଡୋନେସିଆର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ସୁରଟରେ ଓଡ଼ିଶା ପରବ : ତୋରଣରେ ଝଲସୁଛି ପିପିଲି କାରିଗରଙ୍କ ଚାନ୍ଦୁଆ ଏହି ଅବସରରେ, ପାରାଦୀପ ବନ୍ଦରରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଭାସୀ ମାଧ୍ୟମରେ ବାର୍ତ୍ତାଳାପ ଅନୁଷ୍ଠିତ ହୋଇଥିଲା।
ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକର ପ୍ରସିଦ୍ଧ ବାଲିଯାତ୍ରା ସହ ଆଭାସୀ ମାଧ୍ୟମରେ ବାଲିଠାରେ 'ଓଡ଼ିଶା ପରବ'ର ଶୁଭ ଉଦ୍ଘାଟନ କରିଥିଲେ।
ଦି ମେରୁ ସାନୁର' ସ୍ଥିତ ବାଲି ବିଚ୍ କନଭେନସନ୍ ସେଣ୍ଟରରେ ଓଡ଼ିଶା, ଇଣ୍ଡୋନେସିଆ ଏବଂ ଭାରତୀୟ କୂଟନୈତିକ ସମୁଦାୟର ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ 'ଓଡ଼ିଶା ପରବ'ର ଭବ୍ୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏହି ଉଦ୍ଘାଟନୀ ଉତ୍ସବରେ ଜାକର୍ତ୍ତାସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ ବିଜୟ ସେଲଭାରାଜ , ବାଲି ପ୍ରଦେଶ ଆଞ୍ଚଳିକ ସଚିବାଳୟର ଅର୍ଥନୈତିକ ବ୍ୟାପାର ଓ ବିକାଶ ସହାୟକ ଡ ଲୁହ ଆୟୁ ଆର୍ଯ୍ୟାନୀ ଏବଂ ଡିପିଡି ଆରଆଇ (DPD RI)ର ସିନେଟର ଡ ଆଇ ଗୁସ୍ତି ଆର୍ଯ୍ୟ ୱେଦାକର୍ଣ୍ଣଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।
Odisha-Indonesia Tourism ବାଲିରେ ଓଡ଼ିଶା-ଇଣ୍ଡୋନେସିଆ ପର୍ଯ୍ୟଟନ ବୈଠକ: ଓଡ଼ିଶା ପରବ ୨୦୨୬' ଆୟୋଜନ ନେଇ ଆଲୋଚନା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଭାରତୀୟ ସମୁଦାୟର ସଦସ୍ୟ, ବିଶେଷ କରି ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟ ତଥା ଓଡ଼ିଆଙ୍କ ସମେତ ଉଭୟ ଦେଶର ବିଶିଷ୍ଟ ଅତିଥି ଓ ପ୍ରତିନିଧିମାନେ ଏକାଠି ହୋଇଥିଲେ।
କାର୍ଯ୍ୟକ୍ରମରେ ଇଣ୍ଡୋନେସିଆ ଓଡ଼ିଆ ସମାଜର ସଭାପତି ବଦ୍ରି ରଥ ଏବଂ କୋର୍ କମିଟି ସଦସ୍ୟା ଶୁଭଶ୍ରୀ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗଦାନ କରିଥିଲେ।
ତେଙ୍ଗାନାନ୍ ପେଗ୍ରିଙ୍ଗସିଙ୍ଗାନର ବାଲି ଆଗା ସାଂସ୍କୃତିକ ସଂରକ୍ଷକ ନ୍ୟୋମାନ୍ ସାଦ୍ରାଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଉପସ୍ଥାପନା ବାଲିର ସ୍ୱତନ୍ତ୍ର ସାଂସ୍କୃତିକ ପରମ୍ପରା ବିଷୟରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲା।
Delhi Tiranga Rally: ଭାରତର ସିଜେପି ପ୍ରତିବାଦ ନେଇ ବିଶ୍ବ ସମୁଦାୟ ଦୁଇ ଫାଳ: ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କଲେ ପ୍ରବାସୀ ଭାରତୀୟ ସୂଚନାଯୋଗ୍ୟ, ଫିକି (FICCI)ର ସହାୟତାରେ ବାଲିସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲଙ୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ 'ଓଡ଼ିଶା ପରବ'ର ଲକ୍ଷ୍ୟ ହେଉଛି ଅନ୍ତର୍ଜାତୀୟ ମଞ୍ଚରେ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ପ୍ରଦର୍ଶିତ କରିବା ସହ ସୁଦୃଢ଼ ଜନସମ୍ପର୍କ ଗଠନ କରିବା ଏବଂ ପର୍ଯ୍ୟଟନ, ବାଣିଜ୍ୟ ଓ ସାଂସ୍କୃତିକ ସହଯୋଗ ପାଇଁ ନୂତନ ପଥ ଉନ୍ମୁକ୍ତ କରିବା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
