ଚାଷୀଙ୍କ ନିଦ ହଜାଇ ଦେଇଛି ଦୁଇ ଦୁଇଟି ବୀଭିଷିକା…
ନନ୍ଦିଘୋଷ ବ୍ୟୁରୋ: ଅର୍ଣ୍ଣବ ପରେ ଆକୱାନ । ଦୁଇ ଦୁଇଟି ବୀଭିଷିକା କରିଦେଲା ସର୍ବସ୍ଵାନ୍ତ । ହେକ୍ଟର ହେକ୍ଟର ଜମିରେ ମାଡ଼ି ଯାଇଛି ବାଲି ଓ ପଟୁମାଟି । ଚାଷୀଙ୍କ ଆଖିରୁ ଶୁଖୁନି ଲୁହ । ଗତ ଅକ୍ଟୋବର ୨୯ରେ ଗଞ୍ଜାମରେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା । ନିମିଶକେ ଘରଦ୍ଵାର ଠୁ ଆରମ୍ଭ କରି ଚାଷ ବାସ ବୁଡ଼ିଯାଇଥିଲା । ଉଜୁଡ଼ିଯାଇଥିଲା ଧାନ ସାଙ୍ଗକୁ ପନିପରିବା ଫସଲ । ଅନେକ ଜମିରେ ମାଡ଼ି ଯାଇଥିଲା ବାଲି, କlଦୁଅ ଓ ପଟୁମାଟି । ତଥାପି ଭାଙ୍ଗି ନଥିଲା ଚାଷୀଙ୍କ ମନୋବଳ । କିଛି ଜମିରେ ବଞ୍ଚିଥିବା ଫସଲକୁ ନେଇ ରଖିଥିଲେ ଆଶା । ସେହି ଆଶାରେ ପୁଣି ପାଣି ଢାଳିଦେଲା ଚଳିତ ମାସରେ ଆସିଥିବା ବାତ୍ୟା ଆକୱାନ । ଏବେବି ଅନେକ ଜମିରେ ପାଣି ଜମି ରହିଛି । ଆଖୁ, ଧାନ, ଭେଣ୍ଡି, ପୋଟଳ, ବାଇଗଣ ଭଳି ଅନେକ ଫସଲ ନଷ୍ଟ ହୋଇଯାଇଛି । ଏବେ କିପରି ଚଳାଇବେ ପରିବାର ? କିପରି ସୁଝିବେ ଋଣ ? ତାକୁ ନେଇ ଚିନ୍ତାରେ ଚାଷୀ ।…
ଧରାକୋଟ ବ୍ଲକର ପୋଡ଼ାପଲ୍ଲୀ, ସୁନ୍ଦରାପଲ୍ଲୀ, ହୀରାଖଣ୍ଡ, କୁଶଗୁମା ଓ ଦଶମାଇଲି ଅଞ୍ଚଳରେ ଏବେ ଦେଖିବାକୁ ମିଳୁଛି ବିପର୍ଯ୍ୟୟର ଚିତ୍ର । ଯେଉଁ ଜମିରେ ଦିନେ ସୁନାର ଫସଲ ଫଳୁଥିଲା । ଆଜି ସେହି ଜମି ଶ୍ରୀହୀନ ହୋଇପଡ଼ିଛି । ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ଜୀବିକାକୁ ଛଡ଼ାଇ ନେଇଛି । ଚାଷୀଙ୍କ ପାଇଁ କେବଳ କ୍ଷତିପୂରଣ ଯଥେଷ୍ଟ ହେବ ନା ଉଜୁଡ଼ି ଯାଇଥିବା ଚାଷକୁ ସଜାଡିବାକୁ ମିଳିବ ସ୍ଵତନ୍ତ୍ର ସହାୟତା । ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ । ଅନ୍ୟପଟେ SRCଙ୍କ ନିର୍ଦ୍ଦେଶ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
