Odisha Loses ₹305 Crore to Cybercrime: ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ, ୯ ମାସରେ ଲୁଟିନେଲେ ୩୦୫ କୋଟି
ମୋବାଇଲରେ ଗୋଟିଏ କ୍ଲିକ୍...ଆଉ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ।
କେତେବେଳେ ଚାକିରିର ଲୋଭ, ତ ଆଉ କେତେବେଳେ ଡିଜିଟାଲ୍ ଆରେଷ୍ଟ୍ ଭୟ।
ଠକେଇର ତରିକା ଅଲଗା, ହେଲେ ଟାର୍ଗେଟ୍ ଗୋଟିଏ- ଆପଣଙ୍କ ବ୍ୟାଙ୍କ ବାଲାନ୍ସ !
ସାଇବର ଠକଙ୍କ ମାୟାଜାଲରେ ଫସିଛି ଓଡ଼ିଶା ।
ଓଡ଼ିଆଙ୍କ ଝାଳବୁହା ଧନ ଉପରେ ସାଇବର ଠକଙ୍କ ଆଖି ।
ମାତ୍ର ୯ ମାସରେ ୩୦୫ କୋଟି ଟଙ୍କାର ଚୂନ ଲଗାଇଦେଇଛନ୍ତି ଅଦୃଶ୍ୟ ଠକ।
Advertisment ବିଧାନସଭାର ତଥ୍ୟ ଅନୁସାରେ, ଗତ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ପଞ୍ଜୀକୃତ ହୋଇଛି ୩ ହଜାର ୬୩୦ଟି ସାଇବର ଠକେଇ ମାମଲା।
ଯାହା ଗତବର୍ଷର ସମାନ ସମୟ ତୁଳନାରେ ୨୯ ପ୍ରତିଶତ ଅଧିକ।
ଏହି ୯ ମାସରେ ୩୦୫ କୋଟି ୧୯ ଲକ୍ଷ ୬୩ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
୨୦୨୫ ମସିହାରେ ୧୬୮ କୋଟି ୩୧ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ବେଳେ ୨୦୨୬ର ପ୍ରଥମ ୯ ମାସରେ ଠକେଇର ପରିମାଣ ଗତ ବର୍ଷକୁ ଟପିଯାଇଛି।
ଆଶ୍ଚର୍ଯ୍ୟର କଥା, ଲୁଟ୍ ଟଙ୍କାରୁ ଫେରିଛି ମାତ୍ର ୦.୫୫ ପ୍ରତିଶତ ।
୩୦୫ କୋଟି ୧୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ବେଳେ ଉଦ୍ଧାର ହୋଇଛି ମାତ୍ର ୧ କୋଟି ୬୯ ଲକ୍ଷ ଟଙ୍କା।
୨୦୨୫ରେ ମଧ୍ୟ ୧୬୮ କୋଟି ୩୧ ଲକ୍ଷ ଟଙ୍କାରୁ ଉଦ୍ଧାର ହୋଇଥିଲା ମାତ୍ର ୬ କୋଟି ୪୧ ଲକ୍ଷ ଟଙ୍କା।
ଏପଟେ ସାଇବର ଅପରାଧ ରୋକିବାକୁ ସରକାର ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା ପାଇଁ ୨୪୯ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ରାଜ୍ୟରେ ୩୫ଟି ସାଇବର ଥାନା କାର୍ଯ୍ୟକ୍ଷମ ରହିଥିବା ବେଳେ ସାଇବର ତଦନ୍ତକୁ ଅଧିକ ଦକ୍ଷ କରିବା ପାଇଁ ବିଶେଷଜ୍ଞ ନିୟୋଜିତ ହୋଇଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
