Odisha journalists ଖୁବ ଶୀଘ୍ର ପୂରଣ ହେବ ସାମ୍ବାଦିକଙ୍କ ଦାବି: ମନ୍ତ୍ରୀ

Jun 28, 2026 - 21:37
Odisha journalists ଖୁବ ଶୀଘ୍ର ପୂରଣ ହେବ ସାମ୍ବାଦିକଙ୍କ ଦାବି: ମନ୍ତ୍ରୀ

"ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଭଦ୍ରକ  ଜିଲ୍ଲା ସଂଘର ବାର୍ଷିକ ଉତ୍ସବ Advertisment ଭଦ୍ରକ (ହରିହର ନାୟକ): ରାଜ୍ୟର ସାମ୍ବାଦିକଙ୍କ ନ୍ୟାଯ୍ୟଦାଦି ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଯ ଆଜି (‌ରବିବାର) ଭଦ୍ରକ ଠାରେ ଅନୁଷ୍ଠିତ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ  ଭଦ୍ରକ ଜିଲ୍ଲା ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଶ୍ରୁତି ଦେଇଛନ୍ତି।

ଭଦ୍ରକର ସହିଦ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି,  ସାମ୍ବାଦିକଙ୍କ ଦାବି କେବଳ ତାଙ୍କ ସରକାର ହିଁ ପୂରଣ କରିପାରିବେ।

ସାମ୍ବାଦିକ ମାନଙ୍କ ସମସ୍ୟା ଓ ଦାବୀ ପ୍ରତି ରାଜ୍ୟ ସରକାର ଅବଗତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଠିକଣା ସମୟରେ ନିଷ୍ପତ୍ତି ନେବେ।

ଏହି ଅବସରରେ ମନ୍ତ୍ରୀ କହିଲେ , ସାମ୍ବାଦିକ ମାନଙ୍କର  ଛୋଟିଆ ଲେଖାଟିଏ  ମଧ୍ୟ ସରକାରଙ୍କର  ଦୃଷ୍ଟିକୁ ଆସିଲେ ଆମ ସରକାର ସେ ସମ୍ପର୍କରେ ପଦକ୍ଷେପ ନେଉଛନ୍ତି ।

ଆପଣମାନଙ୍କ ଲେଖା ପାଇଁ ଆଜି ଆମ ସରକାର କେଜି ଠାରୁ ପିଜି ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ  ମାଗଣାରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବାର ସୁଯୋଗ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଅବସରରେ ଇଷ୍ଟର୍ଣ୍ଣ ମିଡ଼ିଆର ଅଧ୍ୟକ୍ଷ  ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ , ଆମକୁ  ଚର୍ତୁଥସ୍ତମ୍ଭ  କଥା ଭୁଲି ଯିବାକୁ ପଡ଼ିବ ।

ଆମକୁ ତୃତୀୟ ନୟନ ହେବାକୁ ପଡିବ ।

ତୃତୀୟ ନୟନ ହେଉଛନ୍ତି ଶିବ ।

ଆମେ ତୃତୀୟ ନୟନ ହେଲେ ଶିବଙ୍କର ଭୂମିକା ନିଭାଇବାକୁ ପଡ଼ିବ।

ଶିବ ଅଳ୍ପରେ ସନ୍ତୁଷ୍ଟ ହେଉଥିଲେ।

ଆମେ ସାମ୍ବାଦିକମାନେ  ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡିବ।

ସାମ୍ବାଦିକ ମାନେ ବିଭିନ୍ନ ସମୟରେ ସେମାନଙ୍କର ସମସ୍ୟା ସମ୍ପର୍କରେ ଦାବି ଉଠାଉଛନ୍ତି ।

ସରକାର  ଭୋଟ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।

ତେଣୁ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ଅଛନ୍ତି।

ଆଗାମୀ ଦିନରେ ସରକାର  ସାମ୍ବାଦିକମାନଙ୍କ  ପେନସନ ଯୋଜନା କାର୍ଯ୍ୟକାରୀ  କରିବା ଦିଗରେ ସଚେତନ ଅଛନ୍ତି ବୋଲି କହିଥିଲେ।

ସରକାର ଆସିବେ ଯିବେ ।

ପାର୍ଟି ଆସିବ  ଯିବ ।

ଆମେ  ସମସ୍ତେ ମାଟିକୁ ଭଲ ପାଇବା।

ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ନିକଟରେ ଦାବି ଉଠାଇବା ବୋଲି ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ।

ଏହି ସଭାରେ ଅନ୍ୟତମ ଅତିଥି ଭାବରେ ଭଣ୍ଡାରିପୋଖରୀର ବିଧାୟକ   ସଂଜୀବ ମଲ୍ଲିକ  ଯୋଗଦେଇ କହିଲେ, ସରକାର ସାମ୍ବାଦିକଙ୍କୁ ପେନସନ୍ ଦେବା ଉଚିତ ।

ବିଧାନସଭାରେ ସେ ଏନେଇ ପ୍ରଶ୍ନ ଉଠାଇବେ  ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭଦ୍ରକ ବିଧାୟକ  ସୀତଂଶୁ ଶେଖର ମହାପାତ୍ର କହିଲେ,  ସତ୍ୟକୁ ଉପସ୍ଥାପନା କରିବା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ସାମ୍ବାଦିକଙ୍କ କର୍ତ୍ତବ୍ୟ ।

ଏହି ଅବସରରେ  ସାମ୍ବାଦିକ ସଂଘର ସ୍ମରଣିକା ଆମ "ଉତ୍କଳ ସ୍ବର" ଉନ୍ମୋଚନ  ହୋଇଯାଇଛି।

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ  ସଭାପତି ବରିଷ୍ଠ ସାମ୍ବାଦିକ ବିଭୂତିଭୂଷଣ କର ସଭାରେ ଅଧ୍ୟକ୍ଷତା କରିଥିଲେ।

ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସଂଘର ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ତଥା  ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ,  ବରିଷ୍ଠ ସାମ୍ବାଦିକ  ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ।

ସଂଘର ଜିଲ୍ଲା ସଭାପତି  ବରିଷ୍ଠ ସାମ୍ବାଦିକ  ରବିନାରାୟଣ ଖୁଲାର ସଭା କାର୍ଯ୍ୟର ସଂଯୋଜନା କରିଥିବା ବେଳେ ଜିଲ୍ଲା  ସଂଘର ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର,  ସଂଘର କାର୍ଯ୍ୟକାରୀ ସଦସ୍ୟ ଅପୂର୍ବ ରଞ୍ଜନ ବେହେରା, ପ୍ରଦୀପ ମହାପାତ୍ର ଯୋଗଦେଇଥିଲେ।

ସଂଘର ଏହି ସମାବେଶ  ୩ ଦିନ ଧରିଚାଲିବ ।

ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକମାନେ ଯୋଗଦେଇଥିଲେ।

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

"