Odisha High Court: ଭଦ୍ରକ ଜିଲ୍ଲାପାଳ ଓ ଏସପିଏଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
"କଟକ: ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ନ କରିବା ଭଦ୍ରକ ସ୍ପେସାଲ ପ୍ଲାନିଂ କର୍ତ୍ତୃପକ୍ଷ(ଏସପିଏ)ଙ୍କ ପାଇଁ ମହଙ୍ଗା ପଡ଼ିଛି।
କର୍ମଚାରୀଙ୍କୁ ଆରଏସିପି ସୁବିଧା ପ୍ରଦାନ ପାଇଁ ଇମପ୍ରୁଭମେଣ୍ଟ ଟ୍ରଷ୍ଟ, ଏସପିଏ ପାଇଁ କୌଣସି ଆଇନଗତ ବାଧା ନଥିବା ଶୁଣାଣି ବେଳେ ଜଣା ପଡ଼ିଥିଲା।
ଏଥି ସହିତ ଟ୍ରଷ୍ଟ ଓ ଏସପିଏ ନିକଟରେ ଏପରି ସୁବିଧା ପ୍ରଦାନ ପାଇଁ ଆବଶ୍ୟକ କ୍ଷମତା ଥିବା ସତ୍ବେ ହାଇକୋର୍ଟଙ୍କ ୨୦୨୫, ମେ ୧୨ର ନିର୍ଦ୍ଦେଶ ପାଳନ କରିବାରେ ସେମାନେ ବିଫଳ ହୋଇଥିଲେ।
ଏଭଳି ସ୍ଥିତିକୁ ବିଚାରକୁ ନେଇ ଅଗଷ୍ଟ ୨୧ ତାରିଖ ସକାଳ ସାଢେ ଦଶଟା ସମୟରେ ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଭଦ୍ରକ ଜିଲ୍ଲାପାଳ ଓ ସ୍ପେସାଲ ପ୍ଲାନିଂ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।Advertisment ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ହାଇକୋର୍ଟ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସପିର ପକ୍ଷରୁ ୨୦୨୫, ମେ ୧୨ର ନିର୍ଦ୍ଦେଶ ପୁନର୍ବିଚାର ପାଇଁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କର୍ମଚାରୀ ଅଭୟ କୁମାର ଦାସଙ୍କୁ ଏସପିଏ ପକ୍ଷରୁ ଆରଏସିପି ସୁବିଧା ପ୍ରଦାନ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।
ଏ ବାବଦରେ ୬ ଲକ୍ଷ ୭୯ ହଜାର ୯୫୦ ଟଙ୍କା ଆବେଦନକାରୀଙ୍କୁ ପ୍ରଦାନ ପାଇଁ ଏସପିଏ ତରଫରୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯିବା ସହିତ ଚିଠି ଲେଖାଯାଇଥିଲା।
କିନ୍ତୁ ଅର୍ଥ ପ୍ରଦାନ ନକରିବା ପାଇଁ ପୂର୍ବରୁ ଏସପିଏର ନିର୍ଦ୍ଦେଶ ରହିଥିଲା।
ଫଳରେ ଆବେଦନକାରୀ ଟଙ୍କା ପାଇ ପାରି ନଥିଲେ।
ହାଇକୋର୍ଟ ଆବେଦନକାରୀଙ୍କ ମାମଲାର ୨୦୨୫, ମେ ୧୨ରେ ଶୁଣାଣି କରି ଉପରୋକ୍ତ ଅର୍ଥ ବାବଦରେ ସାନି ଚେକ୍ ଜାରି କରିବାକୁ ଏସପିଏକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ବଦଳରେ ଏସପିଏ ରାୟର ପୁନର୍ବିଚାର ପାଇଁ ଆବେଦନ ଦାୟର କରିଥିଲା।
ଏପରି ଅର୍ଥ ମଞ୍ଜୁର କରିବା ପାଇଁ ଏସପିଏର କ୍ଷମତା ନାହିଁ।
ଜିଲ୍ଲାପାଳ ମୁଖ୍ୟ ଥିବା ଟ୍ରଷ୍ଟ ଏପରି ସୁବିଧା ପ୍ରଦାନ କରିବା ପାଇଁ ପ୍ରାଧିକୃତ ଅଧିକାରୀ।
ଏଥି ସହିତ ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ ବୋଲି ଦର୍ଶାଯାଇଥିଲା।
ଅନ୍ୟପକ୍ଷରେ ସରକାର ଟ୍ରଷ୍ଟକୁ ଏପରି କ୍ଷମତା ପ୍ରଦାନ କରିଛନ୍ତି ଓ ଏଥିପାଇଁ ସରକାରୀ ଅନୁମୋଦନ ଆବଶ୍ୟକ ନୁହେଁ ବୋଲି ଶୁଣାଣି ବେଳେ ଜଣା ପଡ଼ିଥିଲା।
ଏହାପରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ପ୍ରତିପକ୍ଷ ଶ୍ରୀ ଦାସଙ୍କ ତରଫରୁ ଆଇନଜୀବୀ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ମାମଲା ପରିଚାଳନା କରୁଛନ୍ତି।
High Court: ହାଇକୋର୍ଟରେ ୪ ବିଚାରପତି ପାଇଁ ସୁପାରିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
