Odisha Gold Reserves: ଓଡ଼ିଶାର ମାଟିତଳେ ରହିଛି ୩୩ କୁଇଣ୍ଟାଲରୁ ଅଧିକ ସୁନା; ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ
ଓଡ଼ିଶା ମାଟି ତଳେ ରହିଛି ମହଣ ମହଣ ସୁନା ।
କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ୩୩ କ୍ବିଣ୍ଟାଲରୁ ଅଧିକ ସୁନା ମହଜୁଦ ଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡ଼ିହିଠାରେ, ଦେବଗଡ ଜିଲ୍ଲାର ଆଡାସ-ରାମପାଲି ଓ ମୟୂରଭଞ୍ଜ ଜିଲ୍ଲାର ମଦନାସାହି-କାଞ୍ଜିଆଠାରେ ସୁନାବାହୀ ପଥର ଚିହ୍ନିତ କରାଯାଇଛି।
Advertisment ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ମୟୂରଭଞ୍ଜ ଜିଲ୍ଲାର ମଦନାସାହି-କାଞ୍ଜିଆ ଖଣିଜ ବ୍ଲକକୁ ନିଲାମ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ।
ସୁନା ସହିତ ଅନ୍ୟାନ୍ୟ ଧାତୁ ଖଣିଜ ପଦାର୍ଥର ଉପସ୍ଥିତି ମଧ୍ୟ ଅନୁସନ୍ଧାନରୁ ଜଣାପଡ଼ିଛି।
ଦେବଗଡ଼ ଜିଲ୍ଲାର ଆଡାସ-ରାମପାଲି ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ୍, ରୂପା ଓ ନିକେଲର ସନ୍ଧାନ ମିଳିଛି।
ଅନ୍ୟପଟେ ଦେବଗଡ଼ ଓ ସୁନ୍ଦରଗଡ଼ରେ ୨ ଦଶମିକ ୩୮୭ ମେଟ୍ରିକ୍ ଟନ୍ ରୁପା ଏବଂ କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟର ମିଳିଛି ସନ୍ଧାନ ।
Advertisment ଓଡ଼ିଶାର ମାଟିତଳେ ରହିଛି ୩୩ କୁଇଣ୍ଟାଲରୁ ଅଧିକ ସୁନା କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ସୁନା ମହଜୁଦ ରହିଛି ବିଧାନସଭାରେ ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା ମଦନାସାହି-କାଞ୍ଜିଆ ଖଣିଜ ବ୍ଲକକୁ ନିଲାମ କରିବା ପାଇଁ ନୀତିଗତ ନିଷ୍ପତ୍ତି ସୁନା ସହିତ ଅନ୍ୟାନ୍ୟ ଧାତୁ ଖଣିଜ ପଦାର୍ଥର ଉପସ୍ଥିତି ଜଣାପଡ଼ିଛି ଦେବଗଡ଼ ଜିଲ୍ଲାରେ ସୁନା ସହିତ ତମ୍ବା, ଗ୍ରାଫାଇଟ୍, ରୂପା ଓ ନିକେଲର ସନ୍ଧାନ ଦେବଗଡ଼ ଓ ସୁନ୍ଦରଗଡ଼ରେ ୨.୩୮୭ ମେଟ୍ରିକ୍ ଟନ୍ ରୁପା କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟର ମିଳିଛି ସନ୍ଧାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
