Odisha ganja seizure ଜାତୀୟ ରାଜପଥ-୧୬ରୁ ୬୮ କେଜି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ
"ବସ୍ତା: ଆଜି (ରବିବାର) ୧୬ ନମ୍ବର ଜାତୀୟ ରାଜପଥ ମାଥାନୀ ବାଇପାସ୍ ନିକଟରେ ଚଢ଼ାଉ କରି ୬୮ କିଲୋଗ୍ରାମ୍ ଉତ୍କୃଷ୍ଟ ମାନର ଗଞ୍ଜେଇ ଜବତ କରାଯାଇଛି।
ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
Advertisment ବିଶେଷ ସୂତ୍ରରୁ ଖବର ବସ୍ତା ପୁଲିସ ଜାତୀୟ ରାଜପଥ-୧୬ର ବସ୍ତା ବାଇପାସ ନିକଟରେ ନାକାବନ୍ଦି କରିଥିଲା।
ଏକ ହୋଣ୍ଡା ସିଟି କାରରୁ ୬୮ କେଜି ଶୁଖିଲା ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସର ସୂଚନା ଅନୁଯାୟୀ, ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା କାର୍ଟି (ଓଡି-୦୨-ଏକ୍ସ-୫୧୦୩) ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁପ୍ତ ସୂଚନା ମିଳିଥିଲା।
ଥାନା ଅଧିକାରୀ ରଞ୍ଜିତ ସାହୁଙ୍କ ନିର୍ଦ୍ଦେଶରେ ଏସ୍ଆଇ ସନ୍ଦୀପ ଖୁଜୁରଙ୍କ ନେତୃତ୍ୱରେ ବସ୍ତା ବାଇପାସ୍ ନିକଟରେ ନାକାବନ୍ଦି କରାଯାଇଥିଲା।ସନ୍ଦିଗ୍ଧ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ସିଟ୍ ତଳେ ଓ ଡିକିରେ ଲୁଚାଇ ରଖାଯାଇଥିବା ୩ଟି ବସ୍ତାରୁ ମୋଟ ୬୮ କେଜି ଶୁଖିଲା ଗଞ୍ଜେଇ ଜବତ ହୋଇଥିଲା।
ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬.୮ ଲକ୍ଷ ଟଙ୍କା ବୋଲି ପୋଲିସ ସୂଚନା ଦେଇଛି।
ଏହା ସହ ଚାଲାଣରେ ବ୍ୟବହୃତ କାର ଓ ୩ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ମଣ୍ଟାପାଳ ଗ୍ରାମର ସୋମନାଥ ବେହେରା (୩୦), ଚନ୍ଦନ ବେହେରା (୨୫), ଦିଲୀପ କୁମାର ବେହେରା (୩୨) ଓ ସୁନୀଲ କୁମାର ବେହେରା (୨୫)।
ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ପୀୟୂଷକାନ୍ତ ପ୍ରଧାନ, ଏସଆଇ ବିଜୟ କୁମାର ବାରିକଙ୍କ ସହ ବସ୍ତା ଥାନାର ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।
Accident Basta, 2 Seriously Injured ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରୂପ୍ସା ଅଞ୍ଚଳରୁ ଗଞ୍ଜେଇ ଆଣି ଜଳେଶ୍ୱର ଅଞ୍ଚଳରେ ବିକ୍ରି କରିବାକୁ ଯୋଜନା ହୋଇଥିଲା।
ଏହା ପଛରେ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି।
ଏହି କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଆଗାମୀ ଦିନରେ ଆଉ କିଛି ଗିରଫଦାରୀ ହୋଇପାରେ ବୋଲି ପୋଲିସ ସୂଚନା ଦେଇଛି।
"