03 JULY 2026

Welcome!

Unlock your personalized experience.
Sign Up

Odisha Fan Meet Pandya: ହାର୍ଦ୍ଦିକଙ୍କୁ ଭେଟିବାକୁ ସାଇକେଲ୍‌ରେ ଓଡ଼ିଶାରୁ ବେଙ୍ଗାଲୁରୁ...ମହାପ୍ରଭୁଙ୍କ ମୂର୍ତ୍ତୀ ଦେଇ ମନ ଜିଣିଲେ

Jul 03, 2026 - 13:03
Odisha Fan Meet Pandya: ହାର୍ଦ୍ଦିକଙ୍କୁ ଭେଟିବାକୁ ସାଇକେଲ୍‌ରେ ଓଡ଼ିଶାରୁ ବେଙ୍ଗାଲୁରୁ...ମହାପ୍ରଭୁଙ୍କ ମୂର୍ତ୍ତୀ ଦେଇ ମନ ଜିଣିଲେ

ନୂଆଦିଲ୍ଲୀ,୦୩/୦୭; ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବାକୁ ସାଇକେଲରେ ହଜାର ହଜାର କିଲୋମିଟରରୁ ଆସିଲେ ଜଣେ ଫ୍ୟାନ । ଓଡ଼ିଶାରୁ ବେଙ୍ଗାଲୁରୁ ଯାଏ ସାଇକେଲରେ ପହଞ୍ଚିଲେ ପ୍ରଶଂସକ । ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କୋଟି କୋଟି ଫ୍ୟାନ୍ସ ରହିଛନ୍ତି । କିନ୍ତୁ ଜଣେ ଫ୍ୟାନ୍ ଏମିତି ଯିଏକି ହାର୍ଦ୍ଦିକଙ୍କ ସହ ସମସ୍ତଙ୍କ ମନ କିଣି ନେଇଛନ୍ତି । ଓଡ଼ିଶାର ଜଣେ ଯୁବା କ୍ରିକେଟ ପ୍ରେମୀ ଆଦର୍ଶ-ପ୍ରେରଣା ମାନୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବାକୁ ସାଇକେଲରେ ହିଁ ବାହାରି ପଡିଲେ । ୧୦-୧୨ ଦିନରେ ଓଡ଼ିଶାରୁ ବେଙ୍ଗାଲୁରୁ ଲମ୍ବା ରାସ୍ତା ଯାତ୍ରା କରି ତାଙ୍କ ପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିବାକୁ ସ୍ଥିର କରିଥିଲେ । ଆଉ ସଫଳ ବି ହେଲେ । ହାର୍ଦ୍ଦିକଙ୍କୁ ଭେଟି ତାଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତୀ ଦେଇ ସମସ୍ତଙ୍କ ମନ କିଣିଛନ୍ତି ।

ବେଙ୍ଗାଲୁରୁରେ ପହଞ୍ଚିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ଏହି ଖାସ୍ ଫ୍ୟାନଙ୍କୁ ଭେଟିଥିଲେ ଏବଂ ତାଙ୍କ ସ୍ୱପ୍ନ ସତ ହୋଇଥିଲା । ଓଡ଼ିଆ ଫ୍ୟାନ ଜଣ ହାର୍ଦ୍ଦିକଙ୍କୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଭେଟି ଦେଇଥିଲେ । ଯାହାକୁ ହାର୍ଦ୍ଦିକ ସମ୍ମାନର ସହ ସ୍ୱୀକର କରିଥିଲେ । ହାର୍ଦ୍ଦିକ ଏବଂ ଓଡ଼ିଆ ଫ୍ୟାନଙ୍କ ସାକ୍ଷାତ ବେଳର ଭିଡିଓ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି । ଯାହାକୁ ବେଶ୍ ପ୍ରଶଂସା କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଏହା ସହିତ ହାର୍ଦ୍ଦିକ ତାଙ୍କ ଫ୍ୟାନଙ୍କୁ ହସ୍ତାକ୍ଷର ଥିବା ଏକ ଜର୍ସି ଭେଟି ଦେଇଥିଲେ । ଯାହା ତାଙ୍କ ଫ୍ୟାନଙ୍କ ଖୁସିକୁ ଦୁଇଗୁଣା କରିଥିଲା । ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କ ସହ ତାଙ୍କ ଫ୍ୟାନଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି ୟୁଜର୍ସ ।

ରିପୋର୍ଟ ଅନୁସାରେ ହାର୍ଦ୍ଦିକ ତାଙ୍କୁ୧.୫ ଲକ୍ଷ ଉପହାର ସ୍ୱରୂପ ଦେଇଥିଲେ । ସୋସିଆଲ ମିଡିଆରେ ସାକ୍ଷାତ ସମୟରଭିଡିଓରେ ଯୁବ ପ୍ରଶଂସକ ପାଣ୍ଡ୍ୟାଙ୍କ ବାସଭବନକୁ ଯାଇ କ୍ରିକେଟରଙ୍କ ଫେରାରିରେ ଘରକୁ ଫେରୁଛନ୍ତି, ଏବଂ ଏହା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତାଙ୍କ ପ୍ରଶଂସକଙ୍କ ପ୍ରତି ସ୍ନେହ ଆବେଗ ଏବଂ ଭଲ ପାଇବାକୁ ସ୍ପଷ୍ଟ ଭାବେ ଦର୍ଶାଉଛି ।ନିକଟରେ, ହାର୍ଦ୍ଦିକ ପାଣ୍ଡ୍ୟା ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ (CoE) ରେ ତାଲିମ ନେବା ପାଇଁ ବେଙ୍ଗାଲୁରୁକୁ ତାଙ୍କର ବେସ ସ୍ଥାନାନ୍ତରିତ କରିଛନ୍ତି ।

ଏହା ବି ପଢନ୍ତୁ...Ram Mandir Donation Probe: ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ SITର ବଡ଼ ଆକ୍ସନ, ଖୋଲିବ ସୁନା-ରୂପା ଓ ଅଳଙ୍କାର ହିସାବର ପେଡ଼ି