04 JULY 2026

Welcome!

Unlock your personalized experience.
Sign Up

Funeral controversy : ଧର୍ମ ପରିବର୍ତ୍ତନ ପାଇଁ ଶବକୁ ମିଳୁନି ଶ୍ମଶାନ, ୨୪ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ

Jul 03, 2026 - 10:35
Funeral controversy : ଧର୍ମ ପରିବର୍ତ୍ତନ ପାଇଁ ଶବକୁ ମିଳୁନି ଶ୍ମଶାନ, ୨୪ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ

ରାୟଗଡ଼ା, ୩/୭ : ଧର୍ମ ବଦଳାଇଥିଲେ ବୋଲି ଶବକୁ ମିଳୁନି ଶ୍ମଶାନ। ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ହୋଇପାରୁନି ବୃଦ୍ଧଙ୍କ ଶବ ସଂସ୍କାର। ରାୟଗଡା ବ୍ଲକ ଗାଜିଗାଁ ଗ୍ରାମରେ ଏଭାବନୀୟ ଘଟଣା ଘଟିଛି। ଦୀର୍ଘ ୨୪ ଘଣ୍ଟା ହେବ ବୃଦ୍ଧଙ୍କ ଶବ ପଡ଼ି ରହିଛି। 

ସୂଚନାନୁଯାୟୀ, ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ) ୪ ରୁ ୫ ବର୍ଷ ତଳେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ସକାଳ ପ୍ରାୟ ୭ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖ୍ରୀଷ୍ଟ ଧର୍ମ ଅନୁଯାୟୀ ଦାମଙ୍କୁ ଆଜି ସ୍ଥାନୀୟ ଶ୍ମଶାନରେ କବର ଦିଆଯାଇଥାନ୍ତା। ହେଲେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତଦେହକୁ କବର ଦେବା ପାଇଁ ଗ୍ରାମବାସୀ ବାରଣ କରିଥିଲେ। ପ୍ରବଳ ବିରୋଧ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଦାମଙ୍କ ଶେଷକୃତ୍ୟ ହୋଇପାରିନଥିବା ଜଣାପଡିଛି।

ଗାଜିଗାଁ ଗ୍ରାମରେ ୪/୫ ଆଦିବାସୀ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି । ମୃତ ଦାମଙ୍କ ତିନି ପୁଅ ଏବଂ ଅନ୍ୟ ସଂପର୍କୀୟମାନେ ଥିବା ବେଳେ ଏନେଇ କୌଣସି ଅଭିଯୋଗ କାହାରିକୁ କରାଯାଇନାହିଁ। ସ୍ଥାନୀୟ ପରମ୍ପରା ଅନୁଯାୟୀ ଗ୍ରାମରେ କାହାର ମୃତ୍ୟୁ ହେ‌ଲେ ରୋଷେଇ ହୁଏ ନାହିଁ । ଦାମଙ୍କ ମୃତ୍ୟୁ ହେବାର ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶେଷକୃତ୍ୟ ପାଇଁ ଶ୍ମଶାନ ମିଳି ପାରିନି। ତେଣୁ ଗ୍ରାମରେ ଏବେ ରୋଷେଇ ବନ୍ଦ ରହିଛି । ଶେଷକୃତ୍ୟ ପାଇଁ ଗ୍ରାମରେ ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନର  ରାସ୍ତା ବାହାରିପାରି ନାହିଁ।

ଆହୁରି ପଢନ୍ତୁ- ଅଫର୍‌ ଦେଖି ପୁରୀରେ ହୋଟେଲ୍ ବୁକ୍ କରୁଛନ୍ତି କି ? ଦେଖିକି... ଅସଲି ନାଁରେ ଫେକ୍‌ ୱେବ୍‌ସାଇଟ୍‌ ଖୋଲି ଲୁଟୁଛନ୍ତି ଠକ

୬୦ ବର୍ଷୀୟ ବଡି ବିଲ୍ଡର ରବି ଦାସଙ୍କ ସଫଳ କାହାଣୀ : ୬୦ ବର୍ଷ ବୟସରେ ବି ସୁପର ଫିଟ୍​​​​​​​