Odisha Cyclone Alert: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା; ଆନ୍ଧ୍ରରେ ଲ୍ୟାଣ୍ଡଫଲ୍, ଦକ୍ଷିଣ ଓଡ଼ିଶାରେ ପ୍ରଭାବ
ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ପାଖାପାଖି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ସମ୍ଭାବ୍ୟ ବାତ୍ୟା ଅକ୍ବାନ୍।
ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ କୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ସସ୍ପେନସକୁ ଦୂର କରି ଆଜି ଏଭଳି ପୂର୍ବାନୁମାନ କରିଛି ଆଇଏମ୍ଡି।
ଗତ ଅକ୍ଟୋବରରେ ଆସିଥିବା ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଭଳି ଅକ୍ବାନ୍ ମଧ୍ୟ ଏକ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ଆକାରରେ ଦକ୍ଷିଣ ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।
ତେବେ ଅର୍ଣ୍ଣବ ତୁଳନାରେ ଏହାର ପ୍ରଭାବ ଓଡ଼ିଶାରେ କମ୍ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।...
Advertisment ଦକ୍ଷିଣ ବଙ୍ଗୋପ ସାଗରରେ ସକ୍ରିୟ ଗଭୀର ଅବପାତ ଧିରେ ଧିରେ ଶକ୍ତିଶାଳୀ ହୋଇ, ପଡ଼ୋଶୀ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇଛି।
ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସୁଦ୍ଧା ଏକ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ଆଇଏମ୍ଡିର ପୂର୍ବାନୁମାନ ଅନୁଯାୟୀ, ୧୯ ତାରିଖ ରାତିରେ ଏହା ଏକ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ବା ଅତି ଭୀଷଣ ଘୂର୍ଣ୍ଣିବାତ୍ୟା ଭାବେ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ।
ତା ପରଦିନ ଅର୍ଥାତ ୨୦ ତାରିଖ ମଧ୍ୟାହ୍ନ ପାଖାପାଖି ଏହା ନେଲୋର୍ ଓ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି, ଝଟକା ପବନ ୧୪୫ କିଲୋମିଟର ରହିପାରେ।
Advertisment ସମ୍ଭାବ ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖଠାରୁ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା।
ସେହିଦିନ ଉପକୂଳ ଅଂଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି।
ତେବେ ୧୯, ୨୦ ଓ ୨୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୧୯ ତାରିଖ ପାଇଁ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ୍ ୱାର୍ଣ୍ଣିଂ।
୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ଏବଂ ୨୧ ତାରିଖରେ କୋରାପୁଟ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି।
ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହୋଇଥିବା ବେଳେ ଓଡ଼ିଶାର ଅନେକ ଜିଲ୍ଲାରେ ଆସନ୍ତା ୧୯ ଓ ୨୦ ତାରିଖରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
