Odisha Cyclone Alert: ମାସକରେ ତୃତୀୟ ବାତ୍ୟା; ଅର୍ଣ୍ଣବ, ମୁରାସୁ ପରେ ଆସୁଛି 'ଅକ୍ୱନ', ଏହିଦିନ ନେବ ଭୀଷଣ ରୂପ

Nov 14, 2026 - 19:45
Odisha Cyclone Alert: ମାସକରେ ତୃତୀୟ ବାତ୍ୟା; ଅର୍ଣ୍ଣବ, ମୁରାସୁ ପରେ ଆସୁଛି 'ଅକ୍ୱନ', ଏହିଦିନ ନେବ ଭୀଷଣ ରୂପ

ବାତ୍ୟା ପରେ ବାତ୍ୟା।

ମାସକ ଭିତରେ ୩ଟି।

ଅର୍ଣ୍ଣବ, ମୁରାସୁ ପରେ ଆସୁଛି ଅକ୍ବନ୍।

ଲଘୁଚାପ ବଙ୍ଗୋପସାଗରରୁ ବଳ ଗୋଟାଇ ୧୬ରେ ସାଇକ୍ଲୋନ୍ ହେବ, ୧୮ରେ ଭୀଷଣ ବାତ୍ୟାର ରୂପ ଧାରଣ କରିବ।

ତେବେ ଏହା କେଉଁ ଉପକୂଳ ମୁହାଁଇବ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ।

Advertisment କିନ୍ତୁ କିଛି ମଡେଲ୍ ଆନ୍ଧ୍ର ମୁହାଁ ହେବ ବୋଲି ଆକଳନ କରୁଛନ୍ତି।

ବାତ୍ୟା ଯୁଆଡ଼େ ଗଲେ ବି ଓଡ଼ିଶାରେ ପ୍ରଭାବ ପଡ଼ିବ।

୧୮ରୁ ଆରମ୍ଭ ହେବ ଝଡ଼ବର୍ଷା।

୧୯ ଓ ୨୦ରେ ସାରା ରାଜ୍ୟରେ ବର୍ଷା ହେବ।

ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅର୍ଣ୍ଣବ ଦେଇଥିବା କ୍ଷତ ଶୁଖିନି...ମୁରାସୁର ଭୟ ମନରୁ ଲିଭିନି।

ପୁଣି ବଙ୍ଗୋପସାଗରରେ ବ୍ୟାକ୍ ଟୁ ବ୍ୟାକ୍ ସାଇକ୍ଲୋନ୍।

ସମୁଦ୍ରରୁ ଶକ୍ତି ଜୁଟାଉଛି ସମ୍ଭାବ୍ୟ ବାତ୍ୟା 'ଅକ୍ବନ'।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ବଢ଼ିଛି ଛନକା।

IMD ଆକଳନ କରିଛି, ସ୍ପଷ୍ଟ ଚିହ୍ନିତ ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି।

୨୪ ଘଣ୍ଟାରେ ହେବ ଅବପାତ।

ପରେ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ।

Advertisment ୧୬ ସନ୍ଧ୍ୟା ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ସୃଷ୍ଟି ହେବ ସାଇକ୍ଲୋନ୍ 'ଅକ୍ବନ'।

୧୮ରେ ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କରିବ।

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ହେବ ଅକ୍ବନ।

ଭୀଷଣ ବାତ୍ୟା ହେବା ପରେ ପବନର ବେଗ ୮୫ରୁ ୯୫ କିମି ଓ ଝଟକା ପବନ ୧୦୫ କିମି ରହିବ।

ଅକ୍ବନ କେଉଁ ଉପକୂଳକୁ ଟାର୍ଗେଟ କରିବ ?

ସ୍ଥଳଭାଗରେ ପ୍ରଭାବ ଦେଖାଇବ କି ?

ଲ୍ୟାଣ୍ଡଫଲ୍ କରିବ ନା ସମୁଦ୍ର ମଝିରେ ମିଳେଇଯିବ ?

ଗତିପଥ ବଦଳାଇବ କି ସାଇକ୍ଲୋନ୍ ?

ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଏନେଇ ସସପେନ୍ସ ଲାଗି ରହିଥିବା ବେଳେ ଗତିପଥ ଉପରେ ନଜର ରଖିଛି ପାଣିପାଗ ବିଭାଗ।

ବିଭିନ୍ନ ପାଣିପାଗ ମଡେଲ୍ କହୁଛନ୍ତି ସମ୍ଭାବ୍ୟ ବାତ୍ୟା ପୁଣି ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ।

ବର୍ତ୍ତମାନର ଟ୍ରାକ୍ ବାତ୍ୟା ମଛଲିପଟନମରୁ ସାମାନ୍ୟ ଉତ୍ତରରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଦର୍ଶାଉଛି।

କିନ୍ତୁ ଏଥିରେ ବାରମ୍ବାର ପରିବର୍ତ୍ତନ ଯୋଗୁଁ ଲ୍ୟାଣ୍ଡଫଲର ନିର୍ଦ୍ଦିଷ୍ଟ ସ୍ଥାନ କେହି ସ୍ପଷ୍ଟ କରୁ ନାହାନ୍ତି।

ବାତ୍ୟା ଆନ୍ଧ୍ର ମୁହାଁ ହେଲେ ବି ଓଡ଼ିଶାରେ ପ୍ରକୋପ ଦେଖାଇପାରେ।

ପୁଣି ଦକ୍ଷିଣ ଓଡ଼ିଶାରେ ପଡ଼ିପାରେ ପ୍ରଭାବ।

ବର୍ଷା ପବନ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

୧୮ରୁ ଆରମ୍ଭ ହେବ ବର୍ଷା।

୧୮ରେ ୪ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୧୯ରୁ ବଢ଼ିବ ବର୍ଷା ପରିମାଣ।

୧୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୁରୀ, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୨୦ ତାରିଖ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା।

କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷିପାରେ।

ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ରରେ ପବନର ବେଗ ୪୫-୫୫ କିଲୋମିଟର ଓ ଝଟକା ପବନ ୬୫ କିଲୋମିଟର ଛୁଇଁପାରେ।

ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ।

ଏଥିପାଇଁ ୧୭ରୁ ୨୦ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

୨୦୨୩ରେ ଅକ୍ଟୋବରରୁ ଡିସେମ୍ବର ଭିତରେ ଠିକ୍ ଏମିତି ହ୍ୟାଟ୍ରିକ୍ ବାତ୍ୟା ଦେଖିବାକୁ ମିଳିଥିଲା।

ଏଥର ବି ପାଣିପାଗରେ ଏମିତି ସ୍ଥିତି ସୃଷ୍ଟି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)