Odisha Assembly Adjourned: ଶୀତ ଅଧିବେଶନ ଆରମ୍ଭରୁ ରାଜନୈତିକ ହଟ୍ଟଗୋଳ, ବିଜେଡି ଓ କଂଗ୍ରେସର ପ୍ରତିବାଦରେ ଅଚଳ ଗୃହ

Nov 18, 2026 - 20:35
Odisha Assembly Adjourned: ଶୀତ ଅଧିବେଶନ ଆରମ୍ଭରୁ ରାଜନୈତିକ ହଟ୍ଟଗୋଳ, ବିଜେଡି ଓ କଂଗ୍ରେସର ପ୍ରତିବାଦରେ ଅଚଳ ଗୃହ

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିଜେପି ସରକାର କେତେ ପାରଙ୍ଗମ ?

ଗଂଜାମ ବନ୍ୟା ମୁକାବିଲାରେ କେଉଁଠି ରହିଲା ତୃଟି ?

କୋଟିଆ ସମସ୍ୟା ସମାଧାନରେ ଅସୁବିଧା କେଉଁଠି ?

ଏ ଦୁଇ ପ୍ରସଙ୍ଗକୁ ନେଇ ଆଜି ଶୀତକାଳୀନ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ।

Advertisment ବିରୋଧୀଙ୍କ ଲଗାତର ହୋହାଲ୍ଲା ପରେ ଦିନକ ପାଇଁ ମୁଲତବୀ ହୋଇଛି ଗୃହ।

ଆଉ ବିଜେପି ଏହାର ଜବାବ ରଖି, ଗୃହ ଚଳାଇ ନଦେବାକୁ ବିରୋଧୀଙ୍କ ପ୍ରି ପ୍ଲାନ୍ ବୋଲି କହିଛି।

ଏହି ଅଭିଯୋଗ ଆଉ ପ୍ରତି ଅଭିଯୋଗ ଭିତରେ ଆଜି ନଷ୍ଟ ହୋଇଛି ଗୁରୁତ୍ବପୂର୍ଣ୍ଣ ଶୀତ ଅଧିବେଶନର ପ୍ରଥମ ଦିନ।

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ଆଜି ପ୍ରଥମ ଦିନରେ ବିରୋଧୀ ବିଜେଡି ଗଞ୍ଜାମ ବନ୍ୟା ପରିଚାଳନାକୁ ନେଇ ସରକାରୀ ଦଳକୁ ଅକଳରେ ପକାଇଛି।

ଶୋକ ପ୍ରସ୍ତାବ ପରେ ପରେ ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିଜେ ବିଧାୟକ।

Advertisment ଆଉ କଂଗ୍ରେସ ସଦସ୍ୟମାନେ କୋଟିଆ ପ୍ରସଙ୍ଗ ଧରି ନାରାବାଜି କରିଥିଲେ।

ଯାହାଫଳରେ ବାଧାପ୍ରାପ୍ତ ହୋଇଥିଲା ଗୃହ କାର୍ଯ୍ୟ।

ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଦ୍ବିତୀୟାର୍ଦ୍ଧରେ ଅଧିବେଶନ ଆରମ୍ଭ ହେବା କ୍ଷଣି, ବିରୋଧୀଙ୍କ ବିରୋଧ ଚାଲୁ ରହିବାରୁ ଶେଷରେ ଆସନ୍ତାକାଲି ଯାଏଁ ବିଧାନସଭାକୁ ମୁଲତବୀ କରିଥିଲେ।

ବିଜେଡି କହିଛି, ଗଞ୍ଜାମ ବନ୍ୟା ପରିଚାଳନାରେ ସରକାର କାହିଁକି ବିଫଳ ହେଲେ ସେନେଇ ଗୋଟିଏ ଦିନ ସମ୍ପୂର୍ଣ୍ଣ ଆଲୋଚନା କରାଯାଉ।

ଦଳ ଦେଇଥିବା ମୋସନକୁ ବାଚସ୍ପତି ଗ୍ରହଣ କରନ୍ତୁ।

ଏପଟେ ବାତ୍ୟା ଅର୍ଣ୍ଣବରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ଆଜି ସୂଚନା ଦେବାପରେ ବିଜେଡ଼ି ଅଧିକ ପ୍ରତିକ୍ରିୟାଶୀଳ ହୋଇଥିଲା।

ସରକାରଙ୍କ ଜିରୋ କାଜୁଆଲିଟି ଆଭିମୁଖ୍ୟରେ ତଥ୍ୟ ଓ ବୟାନରେ ତାଳମେଳ ନଥିବା ଅଭିଯୋଗ କରିଥିଲା ଦଳ।

ସେପଟେ ବିରୋଧୀଙ୍କ ମିଳିତ ହଟ୍ଟଗୋଳକୁ କଡ଼ା କାଉଣ୍ଟର କରିଛି ଶାସକ ଦଳ।

ବିଜେପି କହିଛି, ଆକାଙ୍କ ନିର୍ଦ୍ଦେଶରେ ବିଜେଡି ବିଧାନସଭାକୁ ଅଚଳ କରୁଛି।

ପ୍ରଶ୍ନକାଳରେ ଆଲୋଚନା ଚାଲିଥିବା ବେଳେ ହଟ୍ଟଗୋଳ କରିବା ପଛରେ ବିରୋଧୀଙ୍କ ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛି ଦଳ।

ଖାଲି ସେତିକି ନୁହେଁ, ଗଞ୍ଜାମର ବିକାଶ ଓ ଋଷିକୁଲ୍ୟା ନଦୀରେ ଡ୍ୟାମ୍ ନିର୍ମାଣ ପ୍ରସଙ୍ଗ ଉଠାଇ ପୂର୍ବ ସରକାରକୁ ଘେରିଛନ୍ତି।

ବିରୋଧୀଙ୍କ ଲଗାତର ହଟ୍ଟଗୋଳ ଯୋଗୁଁ ୩୩ ଦିନିଆ ଶୀତ ଅଧିବେଶନର ଆଜି ପ୍ରଥମ ଦିନ ପାଣିରେ ପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)