Identify Landslide-Prone Areas: ଅର୍ଣ୍ଣବ ଭଳି ଅକସ୍ମାତ ଉଜାଡ଼ିଦେବନି ତ ଅକ୍ଓ୍ୱାନ ? ଭୂସ୍ଖଳନ ଭୟରେ ଚାଲିଛି ବଡ଼ ରେସ୍କ୍ୟୁ ଅପରେସନ୍
ଅର୍ଣ୍ଣବ ଭଳି ତାଣ୍ଡବ ରଚିବନି ତ ଅକୱାନ୍।
ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର।
ସଜାଗ ଜିଲ୍ଲା ପ୍ରଶାସନ।
ଗଞ୍ଜାମରୁ ମାଲକାନଗିରି, କୋରାପୁଟରୁ ପୁରୀ, ସବୁଠି ନିଆଯାଉଛି ଆଗୁଆ ପଦକ୍ଷେପ।
ଖାଲି ହେଉଛି ପାହାଡ ତଳ ଗାଁ, ନଦୀ କୂଳିଆ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର।
ଭୂସ୍ଖଳନ ପ୍ରବଣ ଅଂଚଳ ଉପରେ ରହିଛି ଫୋକସ।
ସେହିପରି ପ୍ରଭାବିତ ହେବାକୁ ଥିବା ଅଂଚଳରେ ଉଦ୍ଧାରକାର୍ଯ୍ୟ ପାଇଁ ପହଁଚିସାରିଲେଣି ଓଡ୍ରାଫ ଓ ଅଗ୍ନିଶମ ଟିମ୍।...
Advertisment ବଦଳିଲାଣି ପାଗ।
ସୁଁ ସୁଁ ବେଗରେ ବହିଲାଣି ପବନ।
ଆରମ୍ଭ ହୋଇଗଲାଣି ବର୍ଷା।
ଅଶାନ୍ତ ହୋଇଉଠିଲାଣି ସମୁଦ୍ର।
ଭୟଙ୍କର ଗର୍ଜନ ସହ ଉଠିଲାଣି ଉଚ୍ଚ ଜୁଆର।
ମାଡି ଆସୁଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ଆରମ୍ଭ କରିଦେଇଛି ଯୁଦ୍ଧକାଳୀନ ପ୍ରସ୍ତୁତି।
ସମ୍ପୂର୍ଣ୍ଣ ଖାଲି କରାଯାଉଛି ପାହାଡ ତଳ ଗାଁ।
ଏଚିତ୍ର ଗଞ୍ଜାମ ପାତ୍ରପୁର ଓ ଚିକିଟି ଅଂଚଳର।
ପାହାଡିଆ, ଦୁର୍ଗମ ତଥା ଭୂସ୍ଖଳନ ପ୍ରବଳ ଅଂଚଳରୁ ଲୋକଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଉଛି।
ଖୋଦ୍ ବିଡିଓ ଓ ସରକାରୀ ଅଧିକାରୀ ପାହାଡ ଚଢି ଲୋକଙ୍କ ପାଖରେ ପହଁଚୁଛନ୍ତି।
ଇଏ ଅର୍ଣ୍ଣବ ବାତ୍ୟାରେ ଅଧିକ ପ୍ରଭାବିତ ଆସିକାର ନବରତ୍ନପୁର।
ଏବେ ଅକୱାନ ପାଇଁ ଖାଲି ହେଉଛି ପୁରା ଗାଁ।
ଘରୁ ଘରୁ ଲୋକଙ୍କୁ ବୁଝାଇ ଆଶ୍ରୟସ୍ଥଳୀକୁ ଆଣୁଛି ଜିଲ୍ଲା ପ୍ରଶାସନ।
Advertisment ବାତ୍ୟା ଅର୍ଣ୍ଣବ କ୍ଷତ ଛାଡିଯାଇଥିବା ଭଞ୍ଜନଗରରେ ବି ପ୍ରଶାସନର ଆଗୁଆ ପଦକ୍ଷେପ।
ପାହାଡ ଘେରା ଦୁର୍ଗମ ଅଂଚଳ ଦୋମୁହାଣି ଓ ଦଦରଲୁଣ୍ଡା ପଞ୍ଚାୟତରେ ଭୂସ୍ଖଳନ ଆଶଙ୍କା ଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
ଗତଥର ଗିଡିପାବଲି ଭଳି ଅଭାବନୀୟ ସ୍ଥିତି ଯେପରି ନହୁଏ, ସେଥିପାଇଁ ଅଧିକ ସତର୍କ ରହିଛି ପ୍ରଶାସନ।
ତଳିଆ ଅଂଚଳ, ନଦୀ କୂଳ ଓ କଚ୍ଚାଘରେ ରହୁଥିବା ଲୋକଙ୍କୁ ବି ଆଗୁଆ ସ୍ଥାନାନ୍ତର କରାଯାଉଛି।
ଆଶ୍ରୟସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।
ବାତ୍ୟା ନାଁ ଶୁଣି ପାହାଡ ତଳିଆ ଗାଁ ଲୋକଙ୍କ ହଜିଯାଇଛି ନିଦ।
ପୁଣି ଘାରିଛି ଭୂସ୍ଖଳନ ଭୟ।
ଅର୍ଣ୍ଣବ ବେଳେ ପାହାଡରୁ ପାଣି ଆସି ଘର ଭାଙ୍ଗିଥିଲା, ପଥର ଖସି ଠପ୍ ହୋଇଯାଇଥିଲା ଯାତାୟତ।
ଏବେ ପୁଣି ପ୍ରବଳ ବର୍ଷା ହେଲେ ସମାନ ଦଷା ଭୋଗିବାକୁ ପଡିପାରେ।
ତେଣୁ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଶିକୁଳି ପଦର ପଂଚାୟତରେ ଲୋକେ ଭୟଭୀତ।
ଜିଲ୍ଲାରେ ଦେଢଶହରୁ ଅଧିକ ଭୂସ୍ଖଳନ ପ୍ରବଳ ଅଂଚଳ ଚିହ୍ନଟ ହୋଇଥିବା ବେଳେ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାୟଗଡ଼ା ଜିଲ୍ଲା ପ୍ରଶାସନ।
ଘନ ଘନ ବୈଠକ କରି ସ୍ଥିତି ପରଖୁଛନ୍ତି ଜିଲ୍ଲାପାଳ।
ସବୁ ବିଭାଗକୁ ସଜାଗ ରଖାଯାଇଛି।
ଗୁମାଘାଟି ଓ କୋଇଲାସକୋଟା ଘାଟିରେ ମାଟି ଅତଡ଼ା ଖସିଲେ ଯାତାୟାତ ଠପ୍ ହେବାର ଆଶଙ୍କା ରହିଛି।
ମୁକାବିଲା ପାଇଁ ଜିଲ୍ଲାରେ ମୁତୟନ ହୋଇଛନ୍ତି ୧୧ଟି ଅଗ୍ନିଶମ ଟିମ୍।
ଗୁଣପୁରରେ ଅଛନ୍ତି ୩ଟି ଓଡ୍ରାଫ୍ ଟିମ୍।
ଜିଲ୍ଲାରେ ପ୍ରାୟ ୫୫ଟି ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ବି ଭୂସ୍ଖଳନକୁ ନେଇ ଭୟ।
ଅର୍ଣ୍ଣବ ବେଳେ ପାହାଡରୁ ପଥର ଖସି ମାଲକାନଗିରିରୁ ବିଚ୍ଛିନ୍ନ ହୋଇଯାଇଥିଲା ଚିତ୍ରକୋଣ୍ଡା, ଏବେ ତାର ମୁକାବିଲା ପାଇଁ ତିଆରି ହୋଇଛି ସୁରକ୍ଷା ପ୍ରାଚୀର।
ହେଲେ ବଡ ପଥର ଖସିଲେ ରୋକିହେବନି।
ଜିଲ୍ଲାରେ ସମ୍ଭାବ୍ୟ ଭୂସ୍ଖଳନ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଜେସିବି ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଯନ୍ତ୍ରପାତି ମହଜୁଦ ରଖାଯାଇଛି।
ସେପଟେ କନ୍ଧମାଳରେ ପହଁଚିସାରିଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍।
ପ୍ରଭାବିତ ହେବାକୁ ଥିବା ଅଂଚଳରେ ମୁତୟନ ହୋଇସାରିଛନ୍ତି।
ସେପଟେ ସୋରଡ଼ା ବ୍ଲକ୍ ର ସୁରମଣି ଗାଁ ପାଖରେ ରୁଷିକୁଲ୍ୟା ନଦୀର ଘାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ।
ବନ୍ୟାରେ ପ୍ରଭାବିତ ଧରାକୋଟ ବ୍ଲକ୍ ରେ ବି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଦକ୍ଷିଣାଂଚଳ ଆରଡିସି ଭଞ୍ଜନଗର ଡହ ଡ୍ୟାମ୍ ରେ ବର୍ତ୍ତମାନର ଜଳସ୍ଥିତି ପରଖିବା ସହ ବର୍ଷା ପରେ ଜଳ ପରିଚାଳନାକୁ ଗୁରୁତ୍ବ ଦେଇଛନ୍ତି।
ସେପଟେ ଗୋପାଳପୁର ନିକଟ ନୂଆ ଗୋଳାବନ୍ଧରୁ ହଜାରେରୁ ଅଧିକ ଲୋକଙ୍କୁ ବସରେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
