Ocean Winner: ମଝି ଦରିଆରେ ଜାହଜ ବୁଡ଼ି ଘଟଣା, ୨ ଜଣଙ୍କୁ ଉଦ୍ଧାର ସୂଚନା

Aug 23, 2026 - 09:40
Ocean Winner: ମଝି ଦରିଆରେ ଜାହଜ ବୁଡ଼ି ଘଟଣା, ୨ ଜଣଙ୍କୁ ଉଦ୍ଧାର ସୂଚନା

"ଜଗତସିଂପୁର: ପାରାଦୀପରୁ ଲୁହାପଥର ନେଇ ଯାଉଥିବା "ଓସିଏନ୍ ଉଇନର୍" ଜାହଜବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।

ତେବେ ଦୁଇଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି।

ଉଦ୍ଧାର କାର୍ଯ୍ଯରେ ତଟରକ୍ଷୀ ବାହିନୀର  ୩ ଜାହଜ 'ଭରଦ' 'ଅନମୋଲ' ଏବଂ 'ଭିଜିତ' ଓ ଗୋଟିଏ ବାଣିଜ୍ଯିକ ଜାହଜ ଏମଟି ଏସପୋଷ ନିୟୋଜିତ।

ଭୋର ସମୟରୁ ଉଦ୍ଧାର କାର୍ଯ୍ଯ ଜାରି ରହିଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ଭିଜିତ ବିଜୟପୁରମ (ପୋର୍ଟ ବ୍ଲେୟାର) ଠାରୁ ବଙ୍ଗୋପସାଗରରେ ଖୋଜାଖୋଜି ଜାରି ରଖିଛି।ଅନ୍ଯମାନଙ୍କୁ ଏବେ ବି ଖୋଜା ଚାଲିଛି।

କୋଷ୍ଟଗାର୍ଡର ମାରିଟାଇମ୍ ରେସକ୍ଯୁ କୋଅର୍ଡିନେସନ ସେଣ୍ଟର (ଏମଆରସିସି) ପକ୍ଷରୁ ଉଦ୍ଧାର କାର୍ଯ୍ଯ ପରିଚାଳନା କରାଯାଉଛି।Advertisment ସୂଚନା ଅନୁଯାୟୀ ପାଖାପାଖି ୭୫ ହଜାର ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଏହି ଜାହାଜ ୨୦ ତାରିଖ ରାତି ପ୍ରାୟ ସାଢ଼େ ଦଶଟା ବେଳେ ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ବାହାରି ଥିଲା।

ପାନାମା ପତାକା ଥିବା ଏହି ଜାହାଜରେ ୨୦ ଜଣ ଚୀନ ନାଗରିକ, ଜଣେ ବାଂଲାଦେଶୀ ଓ ୩ ଜଣ ମ୍ୟାମାର୍‌ ନାଗରିକଙ୍କୁ ମିଶାଇ ମୋଟ ୨୪ ଜଣ କର୍ମଚାରୀ ଥିବା କୁହାଯାଉଛି।

ଜାହାଜଟି ଓଡ଼ିଶା ଉପକୂଳ ପାରାଦୀପରୁ ୨୪୦ ନଟିକାଲ୍‌ ମାଇଲ୍‌ (ପାଖାପାଖି ୩୭୦ କିଲୋମିଟର) ଅତିକ୍ରମ କରିବା ପରେ ଗତକାଲି ରାତି ୧୨ଟା ୧୮ ପରଠାରୁ ଆଉ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା।

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପାଖାପାଖି କୌଣସି ସ୍ଥାନରେ ଏହା ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଛି।

ଅଗଷ୍ଟ ୫ ତାରିଖରେ ଏହି ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା ଅଗଷ୍ଟ ୫ ତାରିଖରେ ଏହି ଜାହାଜଟି ପାରାଦୀପ ବନ୍ଦରକୁ ଆସିଥିଲା।

କିନ୍ତୁ ବର୍ଥରେ ସ୍ଥାନ ନ ଥିବାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରେ ଜାହାଜକୁ ଅପେକ୍ଷା କରିବାକୁ ପଡ଼ିଥିଲା।

ଅଗଷ୍ଟ ୨୦ ତାରିଖରେ ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଥିଲା।

ଭୁବନେଶ୍ବରରୁ କୋଷ୍ଟଗାର୍ଡ ଟିମ୍‌ ଓ ହେଲିକପ୍‌ଟର ଘଟଣାସ୍ଥଳକୁ ଯାଇଛି।

ଜାହାଜକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଶାଖାପାଟଣା ପଟୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି।ମିଳିଥିବା ସୂଚନା ମୁତାବକ ଲୁହାପଥର ବୋଝେଇ ଜାହାଜଟି ୧୦.୫ ନଟ୍‌ ବେଗରେ ଆଗକୁ ବଢ଼ୁଥିଲା।

ପ୍ରଚୁର ମାଲ୍‌ ବୋଝେଇ ହୋଇଥିବାରୁ ପାଣି ଭିତରେ ୧୪.୨ ମିଟର ପର୍ଯ୍ୟନ୍ତ ବୁଡ଼ି ରହିଥିଲା।

ଅଗଷ୍ଟ ୨୭ ତାରିଖ ସକାଳ ୭.୩୦ ସୁଦ୍ଧା ଜାହାଜଟି ସିଙ୍ଗାପୁର ବନ୍ଦରରେ ପହଞ୍ଚିବାର ଥିଲା।

ତେବେ ୨୧ ତାରିଖ ରାତିରୁ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Accident: ଟ୍ରକ-ଟ୍ରଲର ମୁହଁlମୁହିଁ ଧକ୍କା, ଚାଳକ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)