Meditation: ମାନସିକ ଶାନ୍ତି ଛଡ଼ାଇ ନେଉଛି କି ଫୋନ୍‌!

Aug 23, 2026 - 09:56
Meditation: ମାନସିକ ଶାନ୍ତି ଛଡ଼ାଇ ନେଉଛି କି ଫୋନ୍‌!

"ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଜୀବନରେ ମୋବାଇଲ୍ ଫୋନ୍ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି।

କାମ, ପାଠପଢ଼ା, ସୋସିଆଲ ମିଡିଆଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଫୋନ୍‌ରେ ନିର୍ଭରଶୀଳ।

ତେବେ ଲଗାତାର ନୋଟିଫିକେସନ୍, ଫୋନ୍‌ର ରିଙ୍ଗ୍ ଓ ସ୍କ୍ରିନ୍‌ରେ ଦୀର୍ଘ ସମୟ ବିତାଇବା ଯୋଗୁଁ ଆମେ ଆମର ମାନସିକ ଶାନ୍ତିକୁ ହରାଇ ଦେଉଛେ।

ଏଭଳି ସମୟରେ ନିଜକୁ କିଛି ସମୟ ପାଇଁ ଡିଜିଟାଲ୍ ଦୁନିଆଠାରୁ ଦୂରେ ମଣିଷ ଶାନ୍ତି ଖୋଜୁଛି।Advertisment ଏହି ପରିପ୍ରେକ୍ଷୀରେ ବିପାସନା ଧ୍ୟାନ ବିଷୟରେ ଚର୍ଚ୍ଚା ବଢ଼ିଛି।

ବିପାସନାକୁ ମୁଖ୍ୟତଃ ନିଜ ଶରୀର, ମନ ଓ ଅନୁଭୂତିକୁ ସଚେତନ ଭାବରେ ଦେଖିବାର ଏକ ଧ୍ୟାନ ପଦ୍ଧତି ଭାବେ ବୁଝାଯାଏ।

ଏଥିରେ ମନକୁ ଅତୀତର ଘଟଣା କିମ୍ବା ଭବିଷ୍ୟତର ଚିନ୍ତାରେ ନ ରଖି ବର୍ତ୍ତମାନର ଅନୁଭବ ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଏ।

ବିପାସନାର ଅର୍ଥ କ"ଣ? "ବିପାସନା" ଶବ୍ଦର ଅର୍ଥ ହେଉଛି ଜିନିଷକୁ ଯେପରି ଅଛି, ସେପରି ସ୍ପଷ୍ଟ ଭାବରେ ଦେଖିବା।

ଅର୍ଥାତ୍ ମନରେ ଆସୁଥିବା ଚିନ୍ତା, ଶରୀରରେ ହେଉଥିବା ଅନୁଭୂତି ଓ ନିଜ ଭାବନାକୁ ତୁରନ୍ତ ଭଲ କିମ୍ବା ଖରାପ ବୋଲି ବିଚାର ନକରି ତାହାକୁ ଧ୍ୟାନର ସହିତ ଅନୁଭବ କରିବା।

ଏହି ଅଭ୍ୟାସ ମାଧ୍ୟମରେ ନିଜ ମନକୁ ବୁଝିବାର ସୁଯୋଗ ମିଳିପାରେ।

ପ୍ରାଚୀନ ଭାରତୀୟ ଧ୍ୟାନ ପରମ୍ପରା ସହ ବିପାସନାର ସମ୍ପର୍କ ରହିଛି।

ବୌଦ୍ଧ ପରମ୍ପରାରେ ଏହାକୁ ଏକ ପ୍ରମୁଖ ଧ୍ୟାନ ପଦ୍ଧତି ଭାବେ ଗୁରୁତ୍ୱ ଦିଆଯାଇଛି।

ବର୍ତ୍ତମାନ ସମୟରେ ମଧ୍ୟ ଅନେକ ଲୋକ ଧ୍ୟାନ ଓ ନିରବତାର ଅଭ୍ୟାସ ମାଧ୍ୟମରେ ନିଜକୁ କିଛି ସମୟ ଦେବାକୁ ଚାହୁଁଛନ୍ତି।

ବିଶେଷକରି ଲଗାତାର ଫୋନ୍ ବ୍ୟବହାର ଓ ଡିଜିଟାଲ୍ ବ୍ୟସ୍ତତା ମଧ୍ୟରେ କିଛି ସମୟ ଶାନ୍ତ ରହିବା ମନକୁ ବିରାମ ଦେବାର ଏକ ଉପାୟ ହୋଇପାରେ।

ଧ୍ୟାନ ଅଭ୍ୟାସ ପାଇଁ ଆରମ୍ଭରୁ ଦୀର୍ଘ ସମୟ ବସିବା ଆବଶ୍ୟକ ନାହିଁ।

ଘରର ଏକ ଶାନ୍ତ ସ୍ଥାନରେ ସୁବିଧାଜନକ ଭାବେ ବସି କିଛି ସମୟ ପାଇଁ ଆଖି ବନ୍ଦ କରି ନିଜ ଶ୍ୱାସ ଉପରେ ଧ୍ୟାନ ଦିଆଯାଇପାରେ।

ଶ୍ୱାସ ନେବା ଓ ଛାଡ଼ିବା ସମୟରେ ତାହାକୁ ଅନୁଭବ କରିବା ସହ ମନରେ ଆସୁଥିବା ଚିନ୍ତାକୁ କେବଳ ଲକ୍ଷ୍ୟ କରିବା ଅଭ୍ୟାସ କରାଯାଇପାରେ।

ଆଖି ବନ୍ଦ କରି କେବଳ ବାସ୍ତବତାକୁ ଅନୁଭବ କରନ୍ତୁ।

କିଛି ନିଜ ପାଇଁ ଭାବନ୍ତୁ।

ନିଜକୁ ସ୍ଥିର ରଖନ୍ତୁ।

ଧ୍ୟାନ କରିବା ସମୟରେ ମନ ବାରମ୍ବାର ଅନ୍ୟ ଆଡ଼କୁ ଚାଲିଯିବା ସ୍ୱାଭାବିକ।

ଏପରି ହେଲେ ନିଜକୁ ଦୋଷ ନଦେଇ ପୁଣି ଧୀରେ ଧୀରେ ଶ୍ୱାସ ଉପରେ ଧ୍ୟାନ ଫେରାଇ ଆଣିବା ଉଚିତ।

ଆରମ୍ଭରେ ୧୦ରୁ ୧୫ ମିନିଟ୍ ଅଭ୍ୟାସ କରି ପରେ ନିଜ ସୁବିଧା ଅନୁସାରେ ସମୟ ବଢ଼ାଯାଇପାରେ।

ନିୟମିତ ଧ୍ୟାନ ଅଭ୍ୟାସ ମନକୁ ଶାନ୍ତ ରଖିବା, ଏକାଗ୍ରତା ବଢ଼ାଇବା ଓ ନିଜ ଭାବନା ପ୍ରତି ଅଧିକ ସଚେତନ ହେବାରେ ସହାୟ ହୋଇପାରେ।

କିଛି ଲୋକଙ୍କ ପାଇଁ ଏହା ଦୈନନ୍ଦିନ ଚାପକୁ ସମ୍ଭାଳିବା ଓ ଭଲ ଭାବରେ ବିଶ୍ରାମ ନେବାର ଏକ ଅଭ୍ୟାସ ହୋଇପାରେ।

ତେବେ ଧ୍ୟାନକୁ କୌଣସି ରୋଗର ଚିକିତ୍ସାର ବିକଳ୍ପ ଭାବେ ନେବା ଉଚିତ ନୁହେଁ।

Wood Apple: ବର୍ଷାଦିନେ କଇଁଥ ଖାଇବାର ଲାଭ ଜାଣିଛନ୍ତି କି?

ଫୋନ୍‌ଠାରୁ କିଛି ସମୟ ଦୂରେଇ ରୁହନ୍ତୁ ବିପାସନାର ମୁଖ୍ୟ ଶିକ୍ଷା ହେଉଛି ନିଜ ମନ ଓ ବର୍ତ୍ତମାନର ଅନୁଭବ ପ୍ରତି ସଚେତନ ହେବା।

ତେଣୁ ଦିନର କିଛି ସମୟ ଫୋନ୍‌କୁ ପାଖରେ ରଖି ନିଜ ପାଇଁ ସମୟ ଦେବା ଏକ ସରଳ ପଦକ୍ଷେପ ହୋଇପାରେ।

ଲଗାତାର ନୋଟିଫିକେସନ୍‌ରୁ ବିରାମ ନେଇ କିଛି ସମୟ ନିରବତାରେ ବିତାଇବା ଦ୍ୱାରା ନିଜ ଚିନ୍ତା ଓ ଭାବନାକୁ ବୁଝିବାର ସୁଯୋଗ ମିଳିପାରେ।

ବିପାସନା କେବଳ ଆଖି ବନ୍ଦ କରି ବସିବା ନୁହେଁ, ନିଜକୁ ନିଜେ ବୁଝିବା ଏବଂ ବର୍ତ୍ତମାନକୁ ସଚେତନ ଭାବେ ଅନୁଭବ କରିବାର ଏକ ଅଭ୍ୟାସ।

ଦୈନନ୍ଦିନ ଡିଜିଟାଲ୍ ବ୍ୟସ୍ତତା ମଧ୍ୟରେ କିଛି ସମୟ ନିଜ ପାଇଁ ରଖିବା ମନକୁ ବିରାମ ଦେବାର ଏହା ଏକ ସରଳ ପଦକ୍ଷେପ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)