11 JULY 2026

Welcome!

Unlock your personalized experience.
Sign Up

Nursing course: ୬ ବର୍ଷ ‌ହେଲା ନର୍ସିଂ ପାଠ୍ୟକ୍ରମ ସରୁନି: ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟରେ ୯ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

Jul 11, 2026 - 06:27
Nursing course: ୬ ବର୍ଷ ‌ହେଲା ନର୍ସିଂ ପାଠ୍ୟକ୍ରମ ସରୁନି: ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟରେ ୯ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

ବାଲେଶ୍ବର/ରେମୁଣା: ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନ ୯ଟି ବିଏସ୍‌ସି ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଶେଷବର୍ଷ ସେମିଷ୍ଟାର୍ ପରୀକ୍ଷା ହେଉ ନ ଥିବାରୁ ଦୁଇଦିନ ଧରି ଅପ୍ରୀତିକର ପରିସ୍ଥିତି ଲାଗି ରହିଛି। ଏପରିକି ଛାତ୍ରଛାତ୍ରୀ ଆଜି ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଥିଲେ। ତଥ୍ୟ ଅନୁସାରେ, ସେମିଷ୍ଟାର୍‌ ପରୀକ୍ଷା ହେଉ ନ ଥିବା ଫଳରେ ୪ ବର୍ଷର କୋର୍ସ ୬ ବର୍ଷ ହେବ ଶେଷ ହୋଇପାରୁନି। ଯାହାକୁ ନେଇ ବହୁବାର ପ୍ରଶାସନକୁ ନିବେଦନ କରି ନିରାଶ ହେବା ପରେ ଗତକାଲି ଦିନ ଓ ରାତିସାରା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଘଟଣାସ୍ଥଳକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆସି ବୁଝାସୁଝା କରୁଥିବାବେ‌ଳେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଧାରଣାରତ ନର୍ସିଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ, ଠେଲାପେଲା ହେବାରୁ ଉତ୍ତେଜନା ବଢ଼ିଥିଲା।

Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ

ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟରେ ୯ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ି ସମାଧାନ ନିବେଦନ କଲେ
ରାତିସାରା ଧାରଣାରେ ବସିଲେ, ବେହୋସ ହୋଇଗଲେ କୁଳପତି

ଏଭଳି ସ୍ଥିତିରେ କୁଳପତି ଶ୍ରୀ ତ୍ରିପାଠୀ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଆଜି ମଧ୍ୟ ଦିନବ୍ୟାପୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ। ଅପରାହ୍ଣରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଆସିଥିବାବେଳେ ପିଲାମାନେ ତାଙ୍କୁ ଗୁହାରି ଜଣାଇଥିଲେ। କିଛି ଛାତ୍ରୀ ମନ୍ତ୍ରୀଙ୍କ ଗୋଡ଼ତଳେ ପଡ଼ିଯାଇ ଭବିଷ୍ୟତର ସୁରକ୍ଷା ପାଇଁ ନିବେଦନ କରିଥିଲେ। ମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ଆବଶ୍ୟକ ପଡ଼ିଲେ ସଂପୃକ୍ତ କଲେଜଗୁଡ଼ିକୁ କଳାତାଲିକାଭୁକ୍ତ କରାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଆଡ୍‌ମିସନ୍ ହୋଇଥିବା ବେଳେ ୨୦୨୩-୨୪ରେ କୋର୍ସ ଶେଷ ହେବା କଥା। କିନ୍ତୁ ୨୦୨୬ ବିତିଥିଲେ ମଧ୍ୟ ଆହୁରି ୨ଟି ସେମିଷ୍ଟର୍‌ ବାକି ରହିଛି। ସମୟ ଗଡ଼ିଚାଲିଥିବାବେଳେ କଲେଜ କିମ୍ବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କେହି ଶୁଣୁ ନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

Health: ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା!

ଘରୋଇ ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଶାନ୍ତନୁ କୁମାର ଦ୍ବିବେଦୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଅବହେଳା ଓ ମନମାନି ପାଇଁ ପରୀକ୍ଷା ବିଳମ୍ବ ହେଉଛି। ଏଥିପାଇଁ କେବଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ। ଅପରପକ୍ଷରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, ଘରୋଇ ନର୍ସିଂ କଲେଜ ବିଶ୍ୱବିଦ୍ୟାଳୟର ବିନା ଅନୁମତିରେ ୨୦୨୦/୨୧ ବର୍ଷରେ ଆଡ୍‌ମିସନ୍‌ କରାଇଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ତାଲିକା ମଗାଯାଇଥିଲେ ମଧ୍ୟ ସେମାନେ ଦେଇ ନ ଥିଲେ। ୨୦୨୩ରେ ଆମକୁ ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍ ଫି ଦେବାରୁ, ତାହାକୁ ୨୦୨୩ ବ୍ୟାଚ୍ ହିସାବରେ ହିଁ ବିଶ୍ୱବିଦ୍ୟାଳୟ ପରୀକ୍ଷା କରାଇଛି। କଲେଜ କର୍ତ୍ତୃପକ୍ଷ ନିଜ ଭୁଲ୍‌ ବିଶ୍ବବିଦ୍ୟାଳୟ ଉପରେ ଲଦିଲେ ମଧ୍ୟ ଆମେ ପରୀକ୍ଷା କରାଇ ପାରିବୁ ନାହିଁ। ଏଭଳି ଟଣାଓଟରା ମଧ୍ୟରେ ୯ କଲେଜର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଆଗାମୀ ୨୦ ତାରିଖରେ ଓଏସ୍‌ଏସ୍‌ଏସ୍‌ସିର ଫର୍ମ ଆବେଦନ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀ ଏହି ତାରିଖକୁ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି। ତୁରନ୍ତ ସେମାନଙ୍କର ଚୂଡ଼ାନ୍ତ ପରୀକ୍ଷା କରାଇବା ସହ ଫଳାଫଳ ପ୍ରକାଶ ପାଇଁ ଛାତ୍ରଛାତ୍ରୀ ଅନୁରୋଧ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।