HIV infection: ସମଲିଙ୍ଗୀ ଯୌନ ସଂପର୍କରୁ ଏଚ୍ଆଇଭି ସଂକ୍ରମଣ: ଜେଲ୍ ଅନ୍ତେବାସୀ ଏଚ୍ଆଇଭି ସଂକ୍ରମଣ ସନ୍ଦେହ ବଢ଼ାଇଲା
"ଭୁବନେଶ୍ବର: ନିକଟରେ ଝାରପଡ଼ା, ଚୌଦ୍ବାର ଓ ଅନ୍ୟ ଜେଲ୍ରେ ଏଚ୍ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଜେଲ୍ରୁ ଚିହ୍ନଟ ହେଉଥିବା ୭୩% ଏଚ୍ଆଇଭି ଆକ୍ରାନ୍ତ ଅସୁରକ୍ଷିତ ଯୌନ ସଂକ୍ରମଣ କାରଣରୁ ସଂକ୍ରମିତ ହୋଇଛନ୍ତି।
ବିଭିନ୍ନ ସମୟରେ ଓଡ଼ିଶା ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପକ୍ଷରୁ ହେଉଥିବା ପରୀକ୍ଷାରୁ ଏହା ଜଣାପଡ଼ିଛି।
ବାସ୍ତବରେ ସଂକ୍ରମିତ ବ୍ୟକ୍ତି ଜଣକ ପୂର୍ବରୁ ମହିଳା ଯୌନକର୍ମୀ(ଏଫ୍ଏସ୍ଡବ୍ଲୁ)ଙ୍କ ସହ ସଂପର୍କ ନା ସମଲିଙ୍ଗୀ ପୁରୁଷ(ଏମ୍ଏସ୍ଏମ୍)ଙ୍କ ପାଇଁ ସଂକ୍ରମିତ ହୋଇଛନ୍ତି ଏଥିରେ ସ୍ପଷ୍ଟତା ନାହିଁ।
ଓସାକ୍ସ ପକ୍ଷରୁ ଜେଲ୍ ଅନ୍ତେବାସୀଙ୍କ ଏଚ୍ଆଇଭି ସଂକ୍ରମଣ ନେଇ କୌଣସି ଗବେଷଣା ହୋଇନାହିଁ।
ରାଜ୍ୟର ୫୯ଟି ଜେଲ୍ରେ ଅନ୍ତେବାସୀଙ୍କୁ ପ୍ରତି ୬ମାସରେ ଏଚ୍ଆଇଭି ପରୀକ୍ଷା ହେଉଛି।
ଯେଉଁମାନେ ନୂଆ ଭାବେ ଜେଲ୍ରେ ଭର୍ତ୍ତି ହେଉଛନ୍ତି ସେମାନଙ୍କର ମଧ୍ୟ ସ୍କ୍ରିନିଂ ହେଉଛି।
ଏମ୍ଏସ୍ଏମ୍ ବା ସମଲିଙ୍ଗୀ ପୁରୁଷଙ୍କ ଯୌନ ସଂପର୍କରୁ ଏଚ୍ଆଇଭି ସଂକ୍ରମଣ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭିତରେ ରହିଛି।
୨୦୨୩ରେ ନାକୋ ଓ ଆଇସିଏମ୍ଆର୍ ପକ୍ଷରୁ ହୋଇଥିବା ଇଣ୍ଡିଆ ଏଚ୍ଆଇଭି ଏଷ୍ଟିମେଟ୍-୨୦୨୩ ବୈଷୟିକ ରିପୋର୍ଟ ପ୍ରକାଶିତ ହୋଇଥିଲା।Advertisment Plantation drive: ପ୍ରତାପଶାସନ ଡିଗ୍ରି କଲେଜରେ ଚାରା ରୋପଣ ଏଥିରେ ଓଡ଼ିଶାରେ ପ୍ରତିବର୍ଷ ଯେତିକି ଏଚ୍ଆଇଭି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତହିଁରୁ ୦.୪୨% ହେଉଛି ଏମ୍ଏସ୍ଏମ୍ ମାମଲା ବୋଲି ଦର୍ଶାଯାଇଛି।
ହିମାଚଳପ୍ରଦେଶର ଏହି ମାମଲା ସର୍ବାଧିକ ୦.୮୫ ଥିବା ବେଳେ ଓଡ଼ିଶା ୮ ନମ୍ବରରେ ରହିଛି।
ତେଲେଙ୍ଗାନା, ଆନ୍ଧ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରଷ୍ଟ୍ର ଓ ତାମିଲନାଡ଼ୁ ଭଳି ବଡ଼ ରାଜ୍ୟ ଓଡ଼ିଶାର ବହୁ ପଛରେ ରହିଛନ୍ତି।
ଜେଲ୍ରେ ଚାରି କୋଠରି ଭିତରେ ମାସ ମାସ ଧରି ରହୁଥିବାରୁ ସମଲିଙ୍ଗୀ ସଂପର୍କ ବଢ଼ିବା ସନ୍ଦେହ କରାଯାଉଛି।
ଏହା ସହ କିଛି ତୃତୀୟଲିଙ୍ଗୀ ମଧ୍ୟ ଏଚ୍ଆଇଭିରେ ଆକ୍ରାନ୍ତ ହୋଇଛନ୍ତି।
ଓସାକ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜେଲ୍ରୁ ଚିହ୍ନଟ ହେଉଥିବା ୭୩% ଏଚ୍ଆଇଭି ସଂକ୍ରମଣ ଅସୁରକ୍ଷିତ ଯୌନ ସଂପର୍କରୁ ସଂକ୍ରମଣ ହୋଇଥିବା ସୂଚନା ମିଳିଛି।
Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।