Bulldozers : କବାଡ଼ିଆ ଗୋଦାମ ଓ ଘରେ ଚଢ଼ିଲା ବୁଲ୍ଡୋଜର୍
"ଭୁବନେଶ୍ବର: ଜନପଥରୁ ଷ୍ଟ୍ରିଟ୍ ଲାଇଟ୍ ସହ ବିଦ୍ୟୁତ୍ଖୁଣ୍ଟ ଉପାଡ଼ି ଚୋରି କରୁଥିବା ଏକ ଗ୍ୟାଙ୍ଗ୍ର ଫେରାର ଥିବା ୨ଜଣଙ୍କୁ ଆଜି ଗିରଫ କରାଯାଇଛି।
ସେମାନେ ହେଲେ ୟୁନିଟ୍-୩ ଶାନ୍ତିନଗର ବସ୍ତିର ସେକ୍ ହମିଦ୍(୩୦) ଓ ସେକ୍ ରମଜାନ୍(୩୦)।
ଖାରବେଳନଗର ଥାନା ପୁଲିସ ଓ ବିଏମ୍ସି ଆଜି ବସ୍ତିରେ ବୁଲ୍ଡୋଜର୍ ଚଢ଼ାଇବା ବେଳେ ବସ୍ତିବାସିନ୍ଦାମାନେ ଏହି ୨ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି।
ତେଣୁ ପୁଲିସର ବୁଲ୍ଡୋଜର୍ ଅଭିଯାନ ବନ୍ଦ କରାଯାଇଥିଲା।
କିନ୍ତୁ ସେତେବେଳକୁ ବୁଲ୍ଡୋଜର୍ ଚଢ଼ାଇ ଏକ କବାଡ଼ିଆ ଗୋଦାମ ଓ ଘରକୁ ମାଟିରେ ମିଶାଇ ଦିଆଯାଇଥିଲା।Advertisment Bhubaneswar Film: "ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍" ଉଦ୍ଘାଟିତ Mahandi: "ମହାନଦୀ: ବଞ୍ଚିତଙ୍କ ଜୀବନରେଖା" ଉନ୍ମୋଚିତ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଇଞ୍ଜିନୟର ସିଦ୍ଧେଶ୍ବର ବେହେରାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗତ ମାସ ୨୭ ତାରିଖ ରାତିରେ ଜନପଥ କଡ଼ରୁ କିଛି ବିଦ୍ୟୁତ୍ଖୁଣ୍ଟ ଚୋରି ହୋଇଥିଲା।
ଅଭିଯୋଗ ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ ସେକ୍ ଆନାସ, ସେକ୍ ଜୈନାଲ, ସେକ୍ ରାଜେଶ, ସେକ୍ ହମିଦ, ସେକ୍ ରମଜାନ୍ ଓ ନୂର୍ ଇସଲାମ୍ ଗ୍ୟାଙ୍ଗ ଏହି ଚୋରି କରିଛନ୍ତି।
ରାମ ମନ୍ଦିର ଛକଠାରୁ ଆଇଡିବିଆଇ ଛକ ପର୍ଯ୍ୟନ୍ତ ଜନପଥ ରାସ୍ତାର ଉଭୟ ପାର୍ଶ୍ୱରେ ଲାଗିଥିବା ବିଦ୍ୟୁତ୍ଖୁଣ୍ଟଗୁଡ଼ିକୁ ଚୋରିକରି ମାଳିସାହି ଅଞ୍ଚଳରେ ଥିବା ସେକ୍ ଜୈବୁର୍ର କବାଡ଼ିଆ ଗୋଦାମରେ ବିକ୍ରି କରୁଥିଲେ।
ପୁଲିସ ଅଭିଯୁକ୍ତ ସେକ୍ ଆନାସ, ଜୈନାଲ, ରାଜେଶ, ନୂର ଓ କବାଡ଼ିଆ ଜୈବୁରକୁ ଗିରଫ କରିଥିଲା।
କିନ୍ତୁ ହମିଦ୍ ଓ ରମଜାନ୍ ଫେରାର ହୋଇଯାଇଥିଲେ।
ଜୈବୁର୍ର କବାଡ଼ିଆ ଦୋକାନରୁବିଦ୍ୟୁତ୍ ଖୁଣ୍ଟ ଜବତ କରାଯାଇଥିଲା।
ଆଜି ପୁଲିସ ଶାନ୍ତିନଗର ବସ୍ତିରେ ଥିବା ଜୈବୁର୍ର କବାଡ଼ିଆ ଦୋକାନରେ ବୁଲ୍ଡୋଜର୍ ଚଢ଼ାଇ ଭାଙ୍ଗିବା ପରେ ଫେରାର ୨ଅଭିଯୁକ୍ତଙ୍କ ଘର ଭାଙ୍ଗିବାକୁ ବାହାରିଥିଲା।
ହମିଦ୍ ଘର ଭଙ୍ଗାଯାଉଥିବା ବେଳେ ପ୍ରଚାର ହୋଇଗଲା ଯେ ପୁଲିସ ଆଜି ପୂରା ବସ୍ତିକୁ ମାଟିରେ ମିଶାଇବ।
ଏହି ଡରରେ ବସ୍ତିଲୋକେ ଦୁଇ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଇଥିଲେ।"