NSE: ଏନ୍ଏସ୍ଇ ବିଶ୍ବର ତୃତୀୟ ବୃହତ ତାଲିକାଭୁକ୍ତ ଷ୍ଟକ୍ ବଜାର, ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜକୁ ଟପିଲା
ମୁମ୍ବାଇ: ଭାରତର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ବିଶ୍ୱର ତୃତୀୟ ବୃହତ୍ ତାଲିକାଭୁକ୍ତ ଷ୍ଟକ୍ ଏକ୍ସଚେଞ୍ଜ ଭାବେ ଉଭା ହୋଇଛି।
ଜର୍ମାନୀ ର ଡଏଚ୍ ବୋର୍ସ ଓ ବ୍ରିଟେନ୍ର ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜକୁ ପଛରେ ପକାଇ ଏନ୍ଏସ୍ଇ ଏହି ସଫଳତା ହାସଲ କରିଛି।
ଗୁରୁବାର ଏନ୍ଏସ୍ଇର ମୋଟ ବଜାର ମୂଲ୍ୟ ପ୍ରାୟ ୬୪.୧ ବିଲିୟନ୍ ଡଲାରରେ ପହଞ୍ଚିଛି।
ଏନ୍ଏସ୍ଇର ସେୟାର ମୂଲ୍ୟ ୩.୫ ପ୍ରତିଶତ ବୃଦ୍ଧି ପାଇ ୨,୪୦୦ ଟଙ୍କାରେ ପହଞ୍ଚିଥିଲା।
Advertisment ସଫଳତା ହାସଲ କରିଛି ଏନ୍ଏସ୍ଇ ସେୟାର ବଜାରରେ ତାଲିକାଭୁକ୍ତ ହେବା ପରଠାରୁ ଏହା ଏନ୍ଏସ୍ଇ ସେୟାରର ସର୍ବାଧିକ ମୂଲ୍ୟ।
ଏହି ବୃଦ୍ଧି ଯୋଗୁଁ ଏନ୍ଏସ୍ଇର ବଜାର ମୂଲ୍ୟ ଜର୍ମାନୀର ଡଏଚ୍ ବୋର୍ସର ୬୩.୪ ବିଲିୟନ୍ ଡଲାର ଓ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜର ୬୨.୪ ବିଲିୟନ୍ ଡଲାର ମୂଲ୍ୟଠାରୁ ଅଧିକ ହୋଇଛି।
ବିଶ୍ୱର ସବୁଠୁ ମୂଲ୍ୟବାନ୍ ତାଲିକାଭୁକ୍ତ ଷ୍ଟକ୍ ଏକ୍ସଚେଞ୍ଜ ଭାବେ ଆମେରିକାର ସିଏମ୍ଇ ଗ୍ରୁପ୍ ୧୧୧.୬ ବିଲିୟନ୍ ଡଲାର ବଜାର ମୂଲ୍ୟ ସହ ପ୍ରଥମ ସ୍ଥାନରେ ରହିଛି।
୯୯.୪ ବିଲିୟନ୍ ଡଲାର ମୂଲ୍ୟ ସହ ଇଣ୍ଟରକଣ୍ଟିନେଣ୍ଟାଲ୍ ଏକ୍ସଚେଞ୍ଜ (ଆଇସିଇ) ଦ୍ୱିତୀୟ ସ୍ଥାନରେ ରହିଛି।
ଏନ୍ଏସ୍ଇ ୨୦୨୬ ସେପ୍ଟେମ୍ବର ୨୪ରେ ସେୟାର ବଜାର ରେ ତାଲିକାଭୁକ୍ତ ହୋଇଥିଲା।
ତାଲିକାଭୁକ୍ତ ହେବା ପରଠାରୁ ଏହାର ସେୟାର ମୂଲ୍ୟରେ ଜୋରଦାର ବୃଦ୍ଧି ହୋଇଛି।
RBI: ବିଦେଶରୁ ୬୦ ଟନ୍ ସୁନା ଫେରାଇ ଆଣିଲା ରିଜର୍ଭ ବ୍ୟାଙ୍କ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
