Not An iPhone: ଆଇଫୋନ୍ ନୁହେଁ ବାପା-ମା''ଙ୍କ ବିବାଦ ଦୂର କରିବାକୁ ଚାହୁଁଥିଲେ ୧୯ ବର୍ଷୀୟ କୁନାଲ

Aug 25, 2026 - 10:48
Not An iPhone: ଆଇଫୋନ୍ ନୁହେଁ ବାପା-ମା''ଙ୍କ ବିବାଦ ଦୂର କରିବାକୁ ଚାହୁଁଥିଲେ ୧୯ ବର୍ଷୀୟ କୁନାଲ

"ଔରଙ୍ଗାବାଦ: ଛତ୍ରପତି ସମ୍ଭାଜୀନଗରର ଖୁୱାଡ଼ିଆ ପାହାଡ଼ରୁ ଖସି ପଡ଼ିବା ଯୋଗୁଁ ଗୋଟିଏ ପରିବାରର ତିନି ଜଣ କୁନାଲ, ତାଙ୍କ ପିତା ମୁରଲୀଧର ଏବଂ ମାତା ସଙ୍ଗୀତା ସାନ୍ଦଗୁଡ଼େଙ୍କ ମୃତ୍ୟୁ ଘଟିଛି।

ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, କୌଣସି ଆଇଫୋନ୍ ପାଇଁ ଏହି ଘଟଣା ଘଟିନାହିଁ ବରଂ ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ଓ ସମ୍ପତ୍ତିଗତ ବିବାଦକୁ ସମାଧାନ କରି ବାପା-ମା''ଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ ୧୯ ବର୍ଷୀୟ ପୁଅ କୁନାଲ, ଯାହାକୁ ନେଇ କୁନାଲ ଏତେ ବଡ଼ ନିସ୍ପତ୍ତି ନେଇଥିବା ସମ୍ପର୍କୀୟ କହିଛନ୍ତି।Advertisment ପାହାଡ଼ରୁ ଖସି ୩ ଜଣଙ୍କ ମୃତ୍ୟୁ କୁନାଲ ପାହାଡ଼ ଉପରେ ଥିବା ବେଳେ ପୋଲିସ, ଅଗ୍ନିଶମ ବାହିନୀ ଓ ପରିବାର ଲୋକେ ତାଙ୍କୁ ତଳକୁ ଓହ୍ଲାଇ ଆଣିବାକୁ ଚେଷ୍ଟା କରୁଥିଲେ।

ଏହି ସମୟରେ ପିତା ମୁରଲୀଧର ପୁଅର ହାତ ଧରିବାକୁ ଚେଷ୍ଟା କରିବାରୁ ଉଭୟଙ୍କ ଭାରସାମ୍ୟ ବିଗିଡ଼ି ଯାଇଥିଲା ଏବଂ ପ୍ରାୟ ୩୦୦ ଫୁଟ ତଳକୁ ଖସି ପଡ଼ିଥିଲେ।

ପୁଅ ଓ ସ୍ୱାମୀଙ୍କୁ ଆଖି ଆଗରେ ଖସି ପଡ଼ୁଥିବାର ଦେଖି ସଙ୍ଗୀତା ମଧ୍ୟ ସାଙ୍ଗେ ସାଙ୍ଗେ ପାହାଡ଼ରୁ ଡେଇଁ ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଘାଟୀ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଉଦ୍ଧାର କାର୍ଯ୍ୟ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ସାମାନ୍ୟ ଆହାତ ହୋଇଛନ୍ତି।

କୁନାଲ ଚଳିତ ବର୍ଷ ଦଶମ ପରୀକ୍ଷାରେ ୮୨ ପ୍ରତିଶତ ରଖି ପାସ୍ କରିଥିଲେ ଏବଂ ଏମବିବିଏସ୍ ପଢ଼ିବାକୁ ଲକ୍ଷ୍ୟ ରଖିଥିଲେ।

ଅନ୍ୟପକ୍ଷରେ, ଏହି ଦୁଃଖଦ ଘଟଣା ପରେ ପରିବାରର ଗୃହପାଳିତ କୁକୁର ''ଶେରୁ'' ଦୁଇ ଦିନ ଧରି ଘର ଭିତରେ ବନ୍ଦ ହୋଇ ରହିଥିଲା।

ପଡ଼ୋଶୀ ଏବଂ ଏକ ପଶୁ କଲ୍ୟାଣ ସଂଗଠନ ତାକୁ ଉଦ୍ଧାର କରି ପୌରପାଳିକା ଆଶ୍ରୟସ୍ଥଳୀକୁ ନେଇଛନ୍ତି।

ପୋଲିସ ଏହି ସମ୍ପୂର୍ଣ୍ଣ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Ram Rahim: ପୁଣି ୨୧ ଦିନିଆ ଫର୍ଲୋରେ ଜେଲ୍ରୁ ବାହାରିଲେ ରାମ ରହିମ୍, ୨୦୨୦ ପରଠାରୁ ୧୭ଥର ଅସ୍ଥାୟୀ ମୁକ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)