Heavy Rain: ପଟଙ୍ଗା ନାଳରେ ପାଣି, ରାସ୍ତା ଅବରୋଧ: ଉଚ୍ଚ କ୍ଷମତାସମ୍ପନ୍ନ ପୋଲ ଓ ଗାର୍ଡୱାଲ ନିର୍ମାଣ ଦାବି

Aug 25, 2026 - 10:48
Heavy Rain: ପଟଙ୍ଗା ନାଳରେ ପାଣି, ରାସ୍ତା ଅବରୋଧ: ଉଚ୍ଚ କ୍ଷମତାସମ୍ପନ୍ନ ପୋଲ ଓ ଗାର୍ଡୱାଲ ନିର୍ମାଣ ଦାବି

"ବଣାଇଁଗଡ଼: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବଣାଇଁଗଡ଼ ବ୍ଲକ ଅନ୍ତର୍ଗତ ପଟଙ୍ଗା ନାଳରେ ଜଳସ୍ତର ବୃଦ୍ଧି ପାଇଛି।

ଫଳରେ ନାଳ ଉପରେ ଥିବା ପୋଲ ଉପରେ ପାଣି ପ୍ରବାହିତ ହୋଇ ସ୍କୁଲ, ଟୁଣିଆପାଲି ଓ କୁଚିଣ୍ଡା ଯାତାୟାତ ରାସ୍ତା ଅବରୋଧ ହୋଇଛି।

ଏଥିସହ ଅଞ୍ଚଳବାସୀ ଲୋକଙ୍କ ଯାତାୟତ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଟଙ୍ଗା ନାଳର ସମସ୍ୟା ନେଇ ବାରମ୍ବାର ଖବର ପ୍ରସାରଣ ହେବା ସହ ସରକାର ଓ ପ୍ରଶାସନଙ୍କ ନିକଟରେ ଗୁହାରି କରାଯାଇଛି।

ଏଠାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପୋଲ ଓ ଗାର୍ଡୱାଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏଯାଏଁ ଏହାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।Advertisment ୧୩୦ ପରିବାର ଜଳବନ୍ଦୀ ବର୍ଷା ଯୋଗୁଁ ନାଳରେ ପାଣି ବଢ଼ିବାରୁ ଅଞ୍ଚଳର ପ୍ରାୟ ୧୩୦ ପରିବାର ଜଳବନ୍ଦୀ ହୋଇପଡ଼ିଥିବା ଜଣାପଡ଼ିଛି।

କେତେକ ଘରେ ପାଣି ପଶିଯିବାରୁ ଲୋକେ ରାତି ଅନିଦ୍ରାରେ କାଟିବା ସହ ସୁରକ୍ଷା ପାଇଁ ସ୍କୁଲ ଘରକୁ ଚାଲିଯାଇଥିବା କହିଛନ୍ତି।

ଏପରିକି ବନ୍ୟାଜଳରେ ଗୋଟିଏ ବଳଦ ଭାସିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି।

ତୁରନ୍ତ ଉଚ୍ଚ କ୍ଷମତାସମ୍ପନ୍ନ ପୋଲ ଓ ଗାର୍ଡୱାଲ ନିର୍ମାଣ କରି ଦୀର୍ଘଦିନର ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ରାସ୍ତାରୋକ ସମୟରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ତୀବ୍ର ହୋଇଛି। “ପ୍ରତିବର୍ଷ ବର୍ଷା ହେଲେ ଏଭଳି ସମସ୍ୟା ଦେଖାଦେଉଛି।

ଆମେ ଭୋଟ ଦେଉଛୁ, କିନ୍ତୁ ଆମର ମୌଳିକ ଯାତାୟାତ ସୁବିଧାର ସ୍ଥାୟୀ ସମାଧାନ ହେଉନାହିଁ।

ଆଗକୁ ଆହୁରି ପାଣି ବଢ଼ିଲେ ଆମେ କେଉଁଠି ରହିବୁ?” ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ଜରୁରୀକାଳୀନ ସହାୟତା ଓ ସ୍ଥାୟୀ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Crocodile: ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)