Nobel Peace Prize: ନେବୋଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ

Oct 09, 2026 - 15:39
Nobel Peace Prize: ନେବୋଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ

"ଓସ୍‌ଲୋ: ୨୦୨୬ ନୋବେଲ ଶାନ୍ତି ପୁରସ୍କାର ବିଜେତା ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନ ବିଶେଷଜ୍ଞ ନବନେଥେମ୍‌ ପିଲ୍ଲେ।

ଅନ୍ତର୍ଜାତୀୟ ଆଇନ ଓ ଶାନ୍ତିର ପ୍ରସାର ଦିଗରେ କାର୍ଯ୍ୟ କରିବା ପାଇଁ ପିଲ୍ଲେଙ୍କ ନାମରେ ନରୱେ ନୋବେଲ କମିଟି ଶୁକ୍ରବାର ପୁରସ୍କାର ଘୋଷଣା କରିଛନ୍ତି।

ପିଲ୍ଲେଙ୍କ ନାମ ଘୋଷଣା ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି।

ଟ୍ରମ୍ପ ଅନେକ ଯୁଦ୍ଧ ବନ୍ଦ କରିଥିବାର ଦ୍ବାହି ଦେଇ ଗତ ଦୁଇ ବର୍ଷ ହେଲା ନିଜ ପାଇଁ ନୋବେଲ ଶାନ୍ତି ପୁରସ୍କାର ଦାବି କରିଆସୁଛନ୍ତି।Advertisment ଡର୍ବାନରେ ଭାରତୀୟ ତାମିଲ ବଂଶୋଦ୍ଭବ ପରିବାରରେ ଜନ୍ମଗ୍ରହଣ କରିଥିବା ପିଲ୍ଲେ ମାନବାଧିକାରର ରକ୍ଷା ଓ ଅନ୍ୟାୟକୁ ଚ୍ୟାଲେଞ୍ଜ କରି ଏକ କ୍ୟାରିଅର ଗଢ଼ିଥିଲେ।

ସେ ବର୍ଣ୍ଣବୈଷମ୍ୟ ବିରୋଧୀ କର୍ମୀଙ୍କ ପ୍ରତିନିଧିତ୍ୱ କରିଥିଲେ ଓ ୧୯୬୭ ମସିହାରେ ନିଜର ଲ" ଫାର୍ମ ପ୍ରତିଷ୍ଠା କରିଥିଲେ ବୋଲି ନୋବେଲ କମିଟି ଏକ ଆଧିକାରିକ ବିବୃତିରେ କହିଛି।

ପରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅଧିକ ଅଧ୍ୟୟନ କରିଥିଲେ, ୧୯୮୮ ମସିହାରେ ଡକ୍ଟର ଅଫ୍ ଜୁରିଡିକାଲ୍ ସାଇନ୍ସ ଡିଗ୍ରି ହାସଲ କରିଥିଲେ।

୧୯୯୫ ମସିହାରେ, ତାଙ୍କୁ ଦକ୍ଷିଣ ଆଫ୍ରିକାର ହାଇକୋର୍ଟରେ ନିଯୁକ୍ତ କରାଯାଇଥିଲା ଓ ସେ ନ୍ୟାୟପାଳିକାରେ ଦେଶର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥିଲେ।

ରାହୁଲ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ !

କଂଗ୍ରେସ ଏଭଳି ଦାବି ପରେ ଟ୍ରୋଲ କଲା ବିଜେପି ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି୧୯୯୯ ମସିହାରେ, ପିଲ୍ଲେଙ୍କୁ ରୁୱାଣ୍ଡା ପାଇଁ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ (ଆଇସିଟିଆର୍‌) ର ବିଚାରପତି ଓ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ମାନବତା ବିରୋଧୀ ଅପରାଧ ଓ ଗଣହତ୍ୟା ସହିତ ଜଡ଼ିତ ମାମଲା ପାଇଁ ଯୌନ ହିଂସା, ବଳାତ୍କାର ଏବଂ ପ୍ରଚାରର ବ୍ୟବହାର ଆଧାର ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ପିଲ୍ଲେ ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି)ରେ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।

ଜାତିସଂଘ ମାନବାଧିକାର ପାଇଁ ଉଚ୍ଚାୟୁକ୍ତ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ସେ ଜାତିସଂଘ ମାନବାଧିକାର ପାଇଁ ଉଚ୍ଚାୟୁକ୍ତ ଥିଲେ।

ତାଙ୍କର କାର୍ଯ୍ୟ ଅନ୍ତର୍ଜାତୀୟ ନ୍ୟାୟିକ ଓ ମାନବାଧିକାର ପ୍ରତିଷ୍ଠାନଗୁଡ଼ିକରେ ଜାରି ରହିଥିଲା।

ସେ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଅଧିକୃତ ପାଲେଷ୍ଟାଇନୀ ଅଞ୍ଚଳ ଉପରେ ଜାତିସଂଘର ସ୍ୱାଧୀନ ଅନ୍ତର୍ଜାତୀୟ ତଦନ୍ତ କମିସନର ଅଧ୍ୟକ୍ଷତା କରିଥିଲେ।

୨୦୧୯ ମସିହାରେ, ତାଙ୍କୁ ମିଆଁମାର ବିରୋଧରେ ଗଣହତ୍ୟା ଅଭିଯୋଗର ବିଚାର ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ)ରେ ଜଣେ ଆଡହକ୍ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

ନୋବେଲ ଶାନ୍ତି ପୁରସ୍କାର, ଯାହାର ମୂଲ୍ୟ ୧୨ ନିୟୁତ ସ୍ୱିଡିସ୍ କ୍ରାଉନ୍ କିମ୍ବା ପ୍ରାୟ ୧.୨ ନିୟୁତ ଡଲାର, ଡିସେମ୍ବର ୧୦ ରେ ଓସ୍‌ଲୋ‌ରେ ପ୍ରଦାନ କରାଯିବାର ଅଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)