Chhatrapur: ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Oct 09, 2026 - 15:54
Chhatrapur: ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

"ଛତ୍ରପୁର (ବସନ୍ତ ମହାରଣା): ଗଂଜାମ ଜିଲ୍ଲା ଛତ୍ରପୁର ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷା ଏସ.

ସାରଦା ରେଡ୍ଡୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତିl ଛତ୍ରପୁର ମୁନିସିପାଲିଟି ଗଠନ ପରେ ବ୍ଲକର ୫ଟି ପଞ୍ଚାୟତ ମୁନିସିପାଲଟିରେ ମିଶ୍ରଣ ହୋଇ ସାରିଛିl Advertisment ପୂର୍ବରୁ ଅଧ୍ୟକ୍ଷା ଦାୟିତ୍ୱରେ ଥିବା କିରଣ କୁମାରୀ ଦାସଙ୍କ ଅଗସ୍ତି ନୂଆଗାଁ ପଞ୍ଚାୟତ ମୁନିସିପାଲଟିରେ ମିଶ୍ରଣ ହୋଇଯିବା ପରେ ଦୀର୍ଘ ଦିନ ଧରି ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଖାଲି ପଡିଥିଲାl ଆଜି ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଵିଧିବଦ୍ଧ ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷା ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତିl  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜୀତ ସାହୁଙ୍କ ଉପସ୍ଥିତିରେ ତାଙ୍କୁ ବ୍ଲକ ସମ୍ମିଳନୀ କକ୍ଷରେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକର ବହୁ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବହୁ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେl ଏହି ଅବସରରେ ସେବା ସେତୁ ଶିବିରରେ କିଛି ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯିବା ସହିତ ରାସନ କାର୍ଡ ଏବଂ ୬ଟି ମିସନ ଶକ୍ତି ଗୋଷ୍ଠୀମାନଙ୍କୁ ୯ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲାl BJD: ଛତ୍ରପୁର ବିଜେଡିର ଜନସଂପର୍କ ପଦଯାତ୍ରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)