No Special Dahi Bara Market at Cuttack Bali Jatra: ବାଲିଯାତ୍ରାରେ ହେବନି ସ୍ୱତନ୍ତ୍ର ଦହିବରା ହାଟ, ଏପରି କହିଲା ପ୍ରଶାସନ

Nov 15, 2026 - 09:14
No Special Dahi Bara Market at Cuttack Bali Jatra: ବାଲିଯାତ୍ରାରେ ହେବନି ସ୍ୱତନ୍ତ୍ର ଦହିବରା ହାଟ, ଏପରି କହିଲା ପ୍ରଶାସନ

ଏଥର ବାଲିଯାତ୍ରାରେ ଖୋଲିବନି ସ୍ବତନ୍ତ୍ର ଦହିବରା ହାଟ ।

କଟକର ଅନ୍ୟତମ ପ୍ରସିଦ୍ଧ ଖାଦ୍ୟ କୁହାଯାଉଥିବା ଦହିବରା ଆଳୁଦମ ଏଥର ଆଉ ଗୋଟିଏ ସ୍ଥାନରେ ମିଳିବ ନାହିଁ।

ଏହି ପାରମ୍ପରିକ ଖାଦ୍ୟକୁ ନେଇ ବାଲିଯାତ୍ରାରେ ସ୍ୱତନ୍ତ୍ର ହାଟ କରାଯିବ ବୋଲି ଗତବର୍ଷ ଭଳି ଆଶା କରାଯାଉଥିଲା।

ହେଲେ ଚଳିତ ବର୍ଷ ସେଭଳି ହାଟ ଖୋଲିବା ନେଇ ଆଶା ମଉଳିଯାଇଛି।

କାହିଁକି ନା ଦହିବରା ବ୍ୟବସ୍ୟାୟୀ ଏକାଠି ଗୋଟିଏ ସ୍ଥାନରେ ବ୍ୟବସ୍ୟାୟ କରିବାକୁ ଚାହୁଁନାହାନ୍ତି।

ବ୍ୟବସ୍ୟାୟୀ ସଂଘଙ୍କ କହିବା କଥା, ଗତବର୍ଷ ଗୋଟିଏ ସ୍ଥାନରେ ଦହିବରା ବ୍ୟବସାୟୀ ବସିଥିବାରୁ ବହୁତ କ୍ଷତି ହୋଇଥିଲା ।

ବ୍ୟବସାୟ ମାନ୍ଦା ହେବାରୁ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିଲେ ବ୍ୟବସାୟୀ ।

ତେଣୁ ଏବର୍ଷ ସ୍ବତନ୍ତ୍ର ଦହିବରା ହାଟରେ ନବସିବାକୁ ନିଷ୍ପତ୍ତି ନେଇଛି ସଂଘ ।

Advertisment ଗତବର୍ଷ ପ୍ରଶାସନ ପକ୍ଷରୁ ଦହିବରା ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ଚଳିତ ବର୍ଷ ମଧ୍ୟ ଉପର ପଡ଼ିଆରେ ପ୍ରାୟ ୨୪ ହଜାର ୫ ଶହ ବର୍ଗଫୁଟ ଜମି ସଂରକ୍ଷିତ ରଖାଯାଇଛି।

ଦହିବରା ବ୍ୟବସାୟୀମାନେ ଆବେଦନ କଲେ ସେଠାରେ ମାଗଣାରେ ବ୍ୟବସାୟ କରିବାକୁ ସୁଯୋଗ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ବାଲିଯାତ୍ରାରେ ଗୋଟିଏ ସ୍ଥାନରେ ଦହିବରା ବ୍ୟବସାୟୀଙ୍କୁ ଏକାଠି କରି ବ୍ୟବସାୟ କରିବାର ଯୋଜନା କରାଯାଇଛି ।

ହେଲେ ବ୍ୟବସ୍ୟାୟୀ ମାନେ ଯଦି ରାଜି ନାହାଁନ୍ତି ତେବେ ପ୍ରଶାସନ କଣ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବତନ୍ତ୍ର ଦହିବରା ହାଟ ଖୋଲିବାକୁ ହାତ ଖୋଲି ବସିଛି ପ୍ରଶାସନ ।

ହେଲେ, ଗତ ବର୍ଷ ବ୍ୟବସାୟରେ କ୍ଷତି ଯୋଗୁଁ ଏକାଠି ବସିବାକୁ ନାରାଜ ବ୍ୟବସାୟୀ ।

ତେବେ ଚଳିତ ବର୍ଷ କିଭଳି ବ୍ୟବସାୟ ହେବ ତାହା ଉପରେ ନଜର ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)