NLC tree corruption: ଭିଡିଓ କହୁଛି ଏନ୍ଏଲ୍ସି ଗଛ ଦୁର୍ନୀତିର କଥା: ‘କଟୁଛି ଗଛ, ଗଣତି ହେଉନି’
"ସମ୍ବଲପୁର: ତଲାବିରା କୋଇଲା ଖଣି ଉତ୍ତୋଳନ ଯେମିତି ଏନ୍ଏଲ୍ସିକୁ ସୁହାଇବ, ସେଥିପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଛି।
ଏଥିରେ ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ପତ୍ରାପାଲିର ଜଙ୍ଗଲ ଦୁର୍ନୀତି ଯୋଡ଼ି ହୋଇଯାଇଛି।
ଗୋଟିଏ ମାସ ମଧ୍ୟରେ ଏହି ଜଙ୍ଗଲରେ କୋଇଲା ଉତ୍ତୋଳନ ପାଇଁ ଗଛ କାଟିବା ପୂର୍ବରୁ ହୋଇଥିବା ଗଣତିରେ ଏନ୍ଏଲ୍ସି ଅନେକ ଗଛକୁ ବାଦ୍ ଦେଉଥିବା ନେଇ ଏକ ଭିଡିଓ ହସ୍ତଗତ ହୋଇଛି।
କଟାଯାଇଥିବା ଗଛସଂଖ୍ୟାକୁ କମ୍ ଦେଖାଇବା ପାଇଁ ଏଭଳି କରାଯାଇଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।
ଏଥିଯୋଗୁଁ ତଲାବିରା କୋଇଲା ଖଣି ପାଇଁ ୬୦ ହଜାର ଗଛ କଟିଛି କି କଟାଯାଇଥିବା ଗଛସଂଖ୍ୟା ଆହୁରି ଅଧିକ ସେ ନେଇ ପ୍ରଶ୍ନ ଉଠିଛି।
କେବଳ ବର୍ତ୍ତମାନର କଥା ନୁହେଁ, ଏନ୍ଏଲ୍ସିକୁ ଖଣି ଦେବା ପାଇଁ ପୂର୍ବରୁ ମଧ୍ୟ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପତ୍ରାପାଲିରେ ଥିବା ପଥରବଣି କିସମର ଜଙ୍ଗଲକୁ ରାଜସ୍ବ କିସମ କରି ଦିଆଯାଇଛି।
ଏ ସଂକ୍ରାନ୍ତରେ ସ୍ଥାନୀୟ ଅଧିବାସୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ।
Advertisment Afspa: ଆସନ୍ତାବର୍ଷ ଗୋଟିଏ-ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବରୁ ଆଫ୍ସ୍ପା ହଟାଯିବ ପଥରବଣିକୁ ପତିତ କିସମ କରିଥିବା ଅଭିଯୋଗ ସୂଚନା ଅନୁଯାୟୀ, ଏନ୍ଏଲ୍ସିକୁ ୧୯୧୪.୬୩ ହେକ୍ଟର ଜମିରେ ୨୦ ମିଲିୟନ ଟନ୍ କୋଇଲା ଖନନର ଲିଜ୍ ଦିଆଯାଇଛି।
ଏଥିରେ ୧୦୩୮.୧୮୭ ହେକ୍ଟର ଜଙ୍ଗଲ ଓ ୮୭୫.୮୭୬ ହେକ୍ଟର ଅଣଜଙ୍ଗଲ ଜମି।
ଜଙ୍ଗଲ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କୋଇଲା ଖଣି ପାଇଁ ୬୦ ହଜାର ପର୍ଯ୍ୟନ୍ତ ଗଛ କଟାଯାଇଛି।
ନିୟମ ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ଜଙ୍ଗଲର ମୂଲ୍ୟାଙ୍କନ କରାଯିବା ସହିତ ଏହା ବଦଳରେ ୧୦ ଗୁଣ ଗଛ ଲଗାଇବା ନିୟମ ରହିଛି।
କଟାଯାଉଥିବା ଗଛକୁ କମ୍ ଦେଖାଇବା ପାଇଁ ଏନ୍ଏଲ୍ସି ଜାଣିଶୁଣି ଅନେକ ଗଛକୁ ବାଦ୍ ଦେଇ ପରବର୍ତ୍ତୀ ସମୟରେ ତାକୁ କାଟି ଦେଇଛି।
ଦ୍ବିତୀୟତଃ ୧୯୮୦ ମସିହାରୁ ଝାରସୁଗୁଡ଼ା ତହସିଲର ଭୂଲେଖ ରେକର୍ଡରେ ପ୍ଲଟ୍ ନମ୍ବର ୩୦୮, ୩୧୪, ୩୧୮, ୩୨୦, ୩୨୨ ଏବଂ ୬୩୨ ଅନ୍ତର୍ଗତ ୩୨୭.୨୪୦ ଏକର ଜମି ପଥରବଣି କିସମ ଭାବେ ଉଲ୍ଲେଖ ରହିଛି।
କିନ୍ତୁ ଏନ୍ଏଲ୍ସି ଏହି ଗଛ କାଟିବାବେଳକୁ ପତିତ ଜଙ୍ଗଲ ଭାବରେ ଦେଖାଇଛି।
US Iran Tensions: ଗଲ୍ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ ଗ୍ରାମବାସୀ ଆହୁରି କହିଛନ୍ତି, ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ପାଇଥିବା ଗଛ କାଟିବାକୁ କେହି ବିରୋଧ କରିବେ ନାହିଁ।
କିନ୍ତୁ ବିଭାଗୀୟ ଅନୁମତି ବିନା ଯେଉଁ ଅଞ୍ଚଳରେ ଏନ୍ଏଲ୍ସି ଗଛ କାଟିବ ତାକୁ ବିରୋଧ କରାଯିବ।
ଅନ୍ୟଦିଗରେ ଝାରସୁଗୁଡ଼ା ଡିଏଫ୍ଓ ଅଶୋକ ମନୁଭଟ କହିଛନ୍ତି, ଏନ୍ଏଲ୍ସି ଗଛ କାଟିବା ପୂର୍ବରୁ ୨ ଥର ଗଣତି ହୋଇଛି।
ଏଥିରେ ଭୁଲ୍ ହେବାର ପ୍ରଶ୍ନ ନାହିଁ।
ଆହୁରି ମଧ୍ୟ ବର୍ତ୍ତମାନ ଗଛ କାଟିବା ପୂର୍ବରୁ ଗଣତି ପ୍ରକ୍ରିୟାର ପରିବର୍ତ୍ତନ ହୋଇଛି, ପ୍ରତି ଗଛ ବଦଳରେ ଗଛର ନମୁନା ନିଆଯାଇ ଗଣତି କରାଯାଇ ପାରିବ।
ଏହା ସତ୍ତ୍ବେ ଏନ୍ଏଲ୍ସିର ଏହି ଗଛ ଗଣତି ଭୁଲ୍ ଅଭିଯୋଗର ଯାଞ୍ଚ ପାଇଁ ସେ ନିର୍ଦେଶ ଦେବେ ବୋଲି କହିଛନ୍ତି।
ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାରଙ୍କ କହିବା ମୁତାବକ ଆବାଦ ଅଯୋଗ୍ୟ ଅନାବାଦି କିସମ ଯଥା ପାହାଡ଼, ପର୍ବତ, ନଦୀନାଳ ଆଦି ଲୋକଙ୍କ ସ୍ବାର୍ଥ ପାଇଁ କିସମ ପରିବର୍ତ୍ତନ କରାଯାଇ ପାରିବ, ବ୍ୟବହାର ହୋଇ ପାରିବ, ଯେମିତି କାହାର କିଛି କ୍ଷତି ହେଉ ନଥିବ।
ସେହି ଅନୁଯାୟୀ ଏହା କରାଯାଇଥିବ ବୋଲି ସେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।