Elephant Attack: ଆଦିବାସୀ ଯୁବକଙ୍କୁ ଦଳିଦେଲା ହାତୀ
"ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ ହାତୀ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
କେତେବେଳେ ଘର ତ କେତେବେଳେ ଫସଲ ନଷ୍ଟ କରୁଛି।
ଇତି ମଧ୍ୟରେ ୪ଜଣ ବ୍ୟକ୍ତିଙ୍କୁ ଦଳି ମାରିସାରିଲାଣି।
ପୁଣି ଗତ ରାତିରେ ଜଣେ ଆଦିବାସୀ ଯୁବକଙ୍କୁ ଦଳି ଦେଇଛି ହାତୀ।
Advertisment କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଡ଼ଙ୍ଗାଏଯୁ ଗ୍ରାମର ପ୍ରଦୀପ ପ୍ରଧାନ ଓ ତାଙ୍କ ପରିବାର ନିଜ କ୍ଷେତକୁ ଚାଷ କରିବା ପାଇଁ ଆସିଥିଲେ।ସନ୍ଧ୍ୟା ସମୟରେ ସ୍ତ୍ରୀ ଶୁଭଲତା ପ୍ରଧାନ ଓ ଝିଅ ଶୁଭଲକ୍ଷ୍ମୀ ପ୍ରଧାନ ଘରକୁ ଫେରି ଯାଇଥିଲେ।
କିନ୍ତୁ ପ୍ରଦୀପ ଘରକୁ ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।
ହାତୀଟି ତାଙ୍କୁ ଦ୍ଦଳି ଚକଟି ମାରି ଦେଇଥିଲା।
ରାସ୍ତା ଅବରୋଧ ଏଣେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଓ ହାତୀକୁ ସ୍ଥାନାନ୍ତର ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି।
ଘଟଣା ସ୍ଥଳରେ ଜିଲ୍ଲାପାଳ, ଡିଏଫ୍ ଓ ପହଞ୍ଚି ପ୍ରତିଶ୍ରୁତି ଦେବା ପାଇଁ ଅଡି ବସିରହିଛନ୍ତି।
ଦୁଇ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।
Injured: ଘର ଉପରେ ମାଡ଼ିବସିଲା ଅଶ୍ୱତ୍ଥ ଗଛ, ତିନି ଆହତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।