Injured: ଘର ଉପରେ ମାଡ଼ିବସିଲା ଅଶ୍ୱତ୍ଥ ଗଛ, ତିନି ଆହତ
"ବୌଦ୍ଧ: ବୌଦ୍ଧ ଜିଲ୍ଳା ସରସରା ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମର ଲବଣୀ ଅମାତଙ୍କ ଘର ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ଅଶ୍ୱତ୍ଥ ଗଛ ପଡ଼ିଯାଇଥିଲା।
ଆଜବେଷ୍ଟସ ଚପର ଘରଟି ଭାଙ୍ଗି ଯିବା ବେଳେ ଲବଣୀଙ୍କ ପରିବାର(୫ଜଣ) ଭିତରେ ରହି ଯାଇଥିଲେ।Advertisment ଅଳ୍ପକେ ବର୍ତିଲା ପରିବାର ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ୩ଜଣଙ୍କୁ ଆଘାତ ଲାଗିଥିଲା।
ସେମାନେ ହେଲେ ଲବଣୀଙ୍କ ପୁଅ ସଞ୍ଜୀବ, ବୋହୂ ସୁଜାତା ଏବଂ ତାଙ୍କ ଛୋଟ ପୁଅ।
ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଯାଇଥିବା ଜଣାପଡ଼ିଛି।
Baitarani Flood: ଦଶରଥପୁରରେ ଘେରି ବନ୍ଧ ଭାଙ୍ଗିଯିବାରୁ ଘାଈ ସୃଷ୍ଟି, ଶତାଧିକ ପରିବାର ଜଳବନ୍ଦୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।