Car Accident: ପୋଖରୀରେ ପଶିଲା ଫରଚୁନର କାର୍! କାଚ ଭାଙ୍ଗି ବର୍ତ୍ତିଲେ ଚାଳକ
"ବୈଶିଙ୍ଗା: ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ପୋଖରୀ ଭିତରକୁ ପଶିଗଲା ଫରଚୁନର କାର୍।
ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଜାରକା ଛକରୁ ତିଳପଦା ଯାଉଥିବା ରାସ୍ତାରେ ଘଟିଥିବା ଏହି ଘଟଣାକୁ ନେଇ ଆଜି ସକାଳୁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।Advertisment ଭିତରେ କୌଣସି ବ୍ୟକ୍ତି ନଥିଲେ ସୂଚନା ଅନୁଯାୟୀ, OD02CU-1422 ନମ୍ବର ବିଶିଷ୍ଟ ଏକ ଫରଚୁନର କାର୍ ବିଳମ୍ବିତ ରାତିରେ ଯାଉଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ପୋଖରୀ ମଧ୍ୟକୁ ପଶିଯାଇଥିଲା।
ଦୁର୍ଘଟଣା ପରେ କାରଟି ପୋଖରୀ ଭିତରେ ଭାସୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।
ପ୍ରଥମେ କାର ଭିତରେ କେତେଜଣ ଥିଲେ, କେହି ଫସି ରହିଛନ୍ତି କି ନାହିଁ, ତାହା ନେଇ ଆଶଙ୍କା ବଢ଼ିଥିଲା।
ଖବର ପାଇ ବେତନଟୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ତେବେ ଯାଞ୍ଚ ପରେ କାର ଭିତରେ କୌଣସି ବ୍ୟକ୍ତି ନଥିବା ଜଣାପଡ଼ିଥିଲା।
ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଚାଳକ କାରର ପାଖ କାଚ ଭାଙ୍ଗି ବାହାରକୁ ଆସି ନିଜ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି।
ଫଳରେ ଏକ ବଡ଼ ଅଘଟଣରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଉକ୍ତ ଫରଚୁନର କାରଟି ବାରିପଦା ଅଞ୍ଚଳର ସନ୍ତୋଷ କୁମାର ସାହୁଙ୍କ ନାମରେ ପଞ୍ଜୀକୃତ ରହିଛି।
OMC: ସଚିବାଳୟ ହାତକୁ ଯିବ ଓଏମ୍ସି କୋଠା: ବିଧାନସଭାରେ ବସିବା ସିଟ୍ ବଢ଼ିବ ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରିଛି।
ଦୁର୍ଘଟଣାର ପ୍ରକୃତ କାରଣ କ"ଣ, କେଉଁ ପରିସ୍ଥିତିରେ କାରଟି ରାସ୍ତାରୁ ଖସି ପୋଖରୀକୁ ପଶିଲା ଏବଂ ଘଟଣା ସମୟରେ ଚାଳକଙ୍କ ସହ ଆଉ କେହି ଥିଲେ କି ନାହିଁ, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ତେବେ ପୋଖରୀ ଭିତରେ ଭାସୁଥିବା ଫରଚୁନରକୁ ଦେଖି ଅଞ୍ଚଳବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, ଏତେ ବଡ଼ ଦୁର୍ଘଟଣାରୁ ଚାଳକ କିପରି ବର୍ତ୍ତିଲେ?
ଏବେ ପୁଲିସ ତଦନ୍ତ ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।