Nitin: ଟିମ୍‌ ଗଠନ କଲେ ନିତିନ: ୨୦୨୯କୁ ଆଖି

Aug 18, 2026 - 04:34
Nitin: ଟିମ୍‌ ଗଠନ କଲେ ନିତିନ: ୨୦୨୯କୁ ଆଖି

"ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନ ଦାୟିତ୍ବ ନେବାର ପ୍ରାୟ ୮ ମାସ ପରେ ସୋମବାର ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି।

୬୫ ଜଣିଆ ନୂଆ ଟିମ୍‌ରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ୧୬ ଜଣ ରାଷ୍ଟ୍ରୀୟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।

ଦଳ ପରିଚାଳନା ସହ ୨୦୨୭ ମସିହାରେ ୭ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିତିନ ତାଙ୍କ ଟିମ୍‌ରେ ଉଭୟ ଅଭିଜ୍ଞ ଓ ତୃଣମୂଳ ସ୍ତରର ନେତାମାନଙ୍କୁ ସାମିଲ କରିଛନ୍ତି।

ପ୍ରାୟ ୪୦ ପ୍ରତିଶତ ସଦସ୍ୟ ଉପେକ୍ଷିତ ସମ୍ପ୍ରଦାୟର।

ଅଧ୍ୟକ୍ଷ ତାଙ୍କ ଟିମ୍‌ରେ ୧୨ ଜଣ ମହିଳାଙ୍କୁ ନେଇଛନ୍ତି।

ଦଳର ନବନିଯୁକ୍ତ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ନୂଆ ଟିମ୍‌ର ସଦସ୍ୟମାନେ ଦଳକୁ ସୁଦୃଢ଼ କରିବା ସହ ଜନସେବାକୁ ପ୍ରାଧାନ୍ୟ ଦେବେ ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି।

Advertisment Horoscope 2026 August 18: ଜାଣନ୍ତୁ ଆଜିର ରାଶିଫଳ...

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ବରିଷ୍ଠ ସଂଗଠକ ରାମ ମାଧବଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଦାୟିତ୍ବ ମିଳିଛି।

ଦଳର ନୂଆ ଟିମ୍‌ରେ ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ କରାଯାଇଛି।

ନିତିନ ନବୀନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ଚଳିତବର୍ଷ ଜାନୁଆରିରେ ନେଇଥିଲେ।

ନିଯୁକ୍ତି ପରଠାରୁ ଦୀର୍ଘଦିନ ଧରି ତାଙ୍କ ନୂଆ ଟିମ୍‌ ଗଠନକୁ ନେଇ ଚର୍ଚ୍ଚା ଚାଲିଥିଲା।

ନୂଆ ଟିମ୍‌ରେ ଅଭିଜ୍ଞ ନେତାଙ୍କ ସହ ନୂଆ ମୁହଁଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।

ଦଳର ସଂଗଠନକୁ ମଜଭୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଏହି ପୁନର୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ମଧ୍ୟରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ପଣ୍ଡା, ଡି.

ପୁରନ୍ଦେଶ୍ବରୀ, ରେଖା ବର୍ମା, ବର୍ଷାବେନ୍‌ ନରେନ୍ଦ୍ରଭାଇ ଦୋଶୀ, ଡ.

ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂହ ବାଦଲ, ଲାଲ ସିଂହ ଆର୍ଯ୍ୟ, ପ୍ରଫେସର ଏମ୍‌.

ନାଗରାଜା, ପ୍ରଫେସର ତାରିକ ମନସୁର୍‌ ଓ ଡ.

ମଧୁଚନ୍ଦ୍ର କର ରହିଛନ୍ତି।

ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି।

ବିଏଲ୍‌ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ପଦରେ ରଖାଯାଇଥିବାବେଳେ ଶିବ ପ୍ରକାଶ ଓ ସୌଦାନ ସିଂହଙ୍କୁ ରାଷ୍ଟ୍ରୀୟ ସହ ସଙ୍ଗଠନ ମହାମନ୍ତ୍ରୀ କରାଯାଇଛି।

୮ ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀଙ୍କ ମଧ୍ୟରେ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ସୁନୀଲ ବଂଶଲ, ବିପ୍ଳବ କୁମାର ଦେବ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ବିବେଦୀ ଓ ସଞ୍ଜୟ ଭାଟିଆ ଅଛନ୍ତି।

ଏହି ନିଯୁକ୍ତି ମାଧ୍ୟମରେ ଦଳ ଆଗାମୀ ନିର୍ବାଚନ ପାଇଁ ଅଭିଜ୍ଞତା ଓ ଅଞ୍ଚଳୀୟ ସନ୍ତୁଳନକୁ ଗୁରୁତ୍ବ ଦେଇଥିବା ସ୍ପଷ୍ଟ ହେଉଛି।

ନୂଆ ଟିମ୍‌ରେ  ବିଭିନ୍ନ ସାମାଜିକ ବର୍ଗର ନେତାଙ୍କୁ ସ୍ଥାନ ଦିଆଯାଇଛି।

ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ସ୍ବାଧୀନତା ଦିବସ ସେଲ୍‌ ଏହି କ୍ରମରେ ଅମିତ ମାଲବ୍ୟଙ୍କୁ ବିଜେପିର ଆଇଟି ଓ ସୋସିଆଲ ମିଡିଆ ବିଭାଗ ଦାୟିତ୍ବରୁ ହଟାଯାଇଛି।

ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ ମହସ୍କେଙ୍କୁ ରାଷ୍ଟ୍ରୀୟ ସୋସିଆଲ ମିଡିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।

ଏହାଦ୍ବାରା ପ୍ରାୟ ୧୧ ବର୍ଷ ଧରି ଦଳର ଆଇଟି ବିଭାଗ ସହ ଜଡ଼ିତ ଥିବା ମାଲବ୍ୟଙ୍କ ଦୀର୍ଘ କାର୍ଯ୍ୟକାଳର ଅନ୍ତ ଘଟିଛି।

ମହସ୍କେଙ୍କ ସହ ମହାରାଷ୍ଟ୍ରର ପ୍ରୀତି ଗାନ୍ଧୀ, ଦିଲ୍ଲୀର ଶିବାନନ୍ଦ ଦ୍ବିବେଦୀ, ଉତ୍ତରାଖଣ୍ଡର ଆଲୋକ ଭଟ୍ଟ ଓ ହରିୟାଣାର ଅରୁଣ ଯାଦବଙ୍କୁ ରାଷ୍ଟ୍ରୀୟ ସୋସିଆଲ ମିଡିଆ ସହ-ସଂଯୋଜକ ନିଯୁକ୍ତ କରାଯାଇଛି।

ଓଡ଼ିଶାରୁ ୨ ବିଜେପି ଅଧ୍ୟକ୍ଷ ନିତିନ ନବୀନଙ୍କ ଟିମ୍‌ରେ ଓଡ଼ିଶାରୁ ଦୁଇ ନେତା ସ୍ଥାନ ପାଇଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି।

ପୂର୍ବରୁ ମଧ୍ୟ ସେ ଏହି ପଦରେ କାର୍ଯ୍ୟ କରୁଥିଲେ।

ଏଥିସହିତ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ସଂଯୋଜକ ନିଯୁକ୍ତ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media