Nirmala: ବିଶ୍ବର ବିଶ୍ବସନୀୟ ବ୍ୟାଙ୍କ ବ୍ୟବସ୍ଥା ଆମ ଲକ୍ଷ୍ୟ: ନିର୍ମଳା

Oct 26, 2026 - 08:53
Nirmala: ବିଶ୍ବର ବିଶ୍ବସନୀୟ ବ୍ୟାଙ୍କ ବ୍ୟବସ୍ଥା ଆମ ଲକ୍ଷ୍ୟ: ନିର୍ମଳା

ଭୁବନେଶ୍ବର: କେନ୍ଦ୍ର ସରକାର ଏଭଳି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଗଠନ କରିବା ଉପରେ କାମ କରୁଛନ୍ତି ଯାହା ସାରା ବିଶ୍ବର ବିଶ୍ବାସ ଜିତିପାରିବ ଓ ଏହା ଉପରେ ପ୍ରତିଟି ଭାରତୀୟ ଭରସା କରିପାରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଡାଟା ସେଣ୍ଟର ଉଦ୍‌ଘାଟନ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।

ଗତ ଦେଢ଼ ଦଶନ୍ଧି ମଧ୍ୟରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ କ୍ଷେତ୍ରରେ ହୋଇଥିବା ପ୍ରଗତି ଉପରେ ସେ ଆଲୋକପାତ କରିଥିଲେ।

ସେ କହିଥିଲେ, ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ହେଉଛି ବିଶ୍ବର ସର୍ବବୃହତ୍‌ ବାସ୍ତବ ସମୟ ପେମେଣ୍ଟ୍‌ ବ୍ୟବସ୍ଥା।

୨୦୧୬-୧୭ ପରଠାରୁ ଏଥିରେ ୧୩୦୦୦ ଗୁଣା ବୃଦ୍ଧି ହୋଇଛି।

ବର୍ତ୍ତମାନ ଦୈନିକ ୮୦ କୋଟିରୁ ଅଧିକ ଓ ଗୋଟିଏ ମାସରେ ୨୪୦୦ କୋଟିରୁ ଅଧିକ ୟୁପିଆଇ କାରବାର ହେଉଛି।

Advertisment Umar Khalid: ଜେଏନ୍‌ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା ସେ କହିଲେ, ବର୍ତ୍ତମାନ ଦେଶରେ ୫୯ କୋଟି ଜନ ଧନ ଖାତା ରହିଛି।

ବ୍ୟାଙ୍କ ଖାତା ଜରିଆରେ ସରକାରୀ ଯୋଜନାର ଲାଭ ସିଧାସଳଖ ଭାବେ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁଛି।

ଫଳରେ ବାଟମାରଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

ମୁଦ୍ରା ଯୋଜନାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ୪୩ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି।

ସେଥିରୁ ୬୫% ହିତାଧିକାରୀ ହେଉଛନ୍ତି ମହିଳା।

ପିଏମ୍‌-ସ୍ବନିଧି ଯୋଜନାରେ ରାସ୍ତାକଡ଼ ବେପାରୀମାନଙ୍କୁ ୧.୨ କୋଟି ଋଣ ମଞ୍ଜୁର କରାଯାଇଥିବା ସେ କହିଥିଲେ।

ରାମାୟଣର ‌‌ଶ୍ଳୋକ ପଢ଼ିଲେ ରିଜର୍ଭ ବ୍ୟାଙ୍କର ନୂଆ ଡାଟା ସେଣ୍ଟରର ଗୁରୁତ୍ବ ସମ୍ପର୍କରେ ବୁଝାଇବାକୁ ଯାଇ ନିର୍ମଳା ରାମାୟଣର ଆଦିତ୍ୟ ହୃଦୟମ୍‌ ‌ସ୍ତୋତ୍ର ପଢ଼ିଥିଲେ।

ଲଙ୍କାରେ ପ୍ରବେଶ କରିବା ପୂର୍ବରୁ ଋଷି ଅଗସ୍ତ୍ୟ ପ୍ରଭୁ ଶ୍ରୀରାମଙ୍କୁ ଏହି ଶ୍ଳୋକ କହିଥିଲେ।

ତାହାର ଅର୍ଥ ହେଉଛି ସୂର୍ଯ୍ୟ ଭଗବାନ ନିଜ କିରଣ ଜରିଆରେ ବ୍ରହ୍ମାଣ୍ଡର ସୁରକ୍ଷା କରୁଛନ୍ତି ଓ ମାନବଜାତିକୁ ସମୃଦ୍ଧ କରୁଛନ୍ତି।

ରିଜର୍ଭ ବ୍ୟାଙ୍କର ଏହି ଡାଟା ସେଣ୍ଟର ଭଗବାନ ସୂର୍ଯ୍ୟଙ୍କ ମନ୍ଦିର କୋଣାର୍କଠାରୁ ମାତ୍ର ୬୫ କିମି ଦୂରରେ ରହିଛି।

ଏହା ସୂର୍ଯ୍ୟଙ୍କ ଭଳି ଭାରତର ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖି ଦେଶର ସେବା କରିବ ଏବଂ ନିରନ୍ତର ପେମେଣ୍ଟ୍‌ ବଜାୟ ରଖି ଆମ ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ସେ କହିଥିଲେ।

S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଥିଲେ, ଆମେ ଉତ୍ତରଦାୟୀ, ନିରପେକ୍ଷ ଓ ବ୍ୟାଖ୍ୟାର ସିଦ୍ଧାନ୍ତ ଉପରେ ଆଧାରିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ପ୍ରୋତ୍ସାହିତ କରୁଛୁ।

ଲୋକଙ୍କ ବିଶ୍ବାସ ଜିତିବା ପାଇଁ ହେଲେ ବ୍ୟବସ୍ଥା ସୁରକ୍ଷିତ ହେବା ଦରକାର।

ସେଥିପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ଆଇଟି ପ୍ରଶାସନ, ସାଇବର୍‌ ସ୍ଥାୟିତ୍ବ, ଆଉଟ୍‌ସୋର୍ସିଂ, ତୃତୀୟ ପକ୍ଷ ବିପଦ ତଥା ଡିଜିଟାଲ୍‌ ପେମେଣ୍ଟର ସୁରକ୍ଷା ପାଇଁ ଜରୁରୀ ଫ୍ରେମ୍‌ୱର୍କ ଲାଗୁ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)