26 OCTOBER 2026

Welcome!

Unlock your personalized experience.
Sign Up

Devi River: ଦେବୀ ନଦୀରୁ ବେଧଡ଼କ ବାଲି ଲୁଟ୍: ଅପରେସନ୍‌ ‘ବାଲୁ ବଜ୍ର’ ବନ୍ଦ ପରେ ମାଫିଆ ବେଫିକର

Oct 26, 2026 - 08:22
Devi River: ଦେବୀ ନଦୀରୁ ବେଧଡ଼କ ବାଲି ଲୁଟ୍: ଅପରେସନ୍‌ ‘ବାଲୁ ବଜ୍ର’ ବନ୍ଦ ପରେ ମାଫିଆ ବେଫିକର

ଜଗତସିଂହପୁର: କଟକଣା ସମୟରେ ବି ଦେବୀ ନଦୀରୁ ଖୋଲାଖୋଲି ଚାଲିଛି ବାଲି ଲୁଟ୍‌। ଗଲା ବର୍ଷକ ଭିତରେ ଦେବୀ ନଦୀର ବିଭିନ୍ନ ଘାଟରୁ ପ୍ରାୟ ୫୦ କୋଟି ଟଙ୍କାର ବାଲି ଲୁଟ୍ ହୋଇଥିବା ଆକଳନ କରାଯାଉଛି। ୨୦୨୫ରେ ଆରମ୍ଭ ହୋଇଥିବା ଅପରେସନ୍‌ ‘ବାଲୁ ବଜ୍ର’ ହଠାତ୍ ଅଟକି ଯିବା ଫଳରେ ବାଲି ମାଫିଆ ଏବେ ନିର୍ଭୟରେ ଲୁଟ୍‌ ଆରମ୍ଭ କରିଛନ୍ତି।

Health: ରାମ୍‌କି ପାଇଁ ଦଲକିରେ କିଡ୍‌ନି ରୋଗର କାୟା; ୨ ବର୍ଷରେ ୨୭ ମୃତ୍ୟୁ, ପରିବାର ନିଶ୍ଚିହ୍ନ

କଟକଣା ସମୟରେ ଚୋରା ଚାଲାଣ 
ପୁଲିସ-ପ୍ରଶାସନ ନିରବଦ୍ରଷ୍ଟା

ଜଗତସିଂହପୁର ଜିଲ୍ଲାରେ ଦେବୀ ନଦୀରେ ୪ଟି ସ୍ବୀକୃତିପ୍ରାପ୍ତ ଘାଟ ରହିଛି। ସେହିପରି କଟକ ଜିଲ୍ଲାର ନିଆଳି ତହସିଲ ଓ ପୁରୀ ଜିଲ୍ଲାର କାକଟପୁର ତହସିଲ ଅଧୀନରେ ମଧ୍ୟ ଏକାଧିକ ଘାଟ ରହିଛି। ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ଦେବୀ ନଦୀର ଅପରପାର୍ଶ୍ବରେ ଏହି ସବୁ ଘାଟ ରହିଛି। ନଦୀରେ ବନ୍ୟା ପାଣି ପ୍ରବାହିତ ଯୋଗୁଁ ଜୁଲାଇରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବାଲି ଉଠାଇବା ଉପରେ ସରକାରୀ କଟକଣା ରହିଛି। କିନ୍ତୁ ମାଫିଆମାନେ ପ୍ରଶାସନ କଟକଣାକୁ ବେଖାତିର କରି ଦିନରାତି ବାଲି ଉଠାଇ ଚାଲିଛନ୍ତି। ଏପରିକି କଟକ ଜିଲ୍ଲାର ବାଲି ଉଠାଯାଇ ଜଗତସିଂହପୁର ସହର ଦେଇ ଚାଲାଣ କରାଯାଉଛି। ସେହିପରି ଜଗତସିଂହପୁର ଜିଲ୍ଲା ଅଧୀନରେ ଆସୁଥିବା ଦେବୀ ନଦୀରୁ ମଧ୍ୟ ବେଆଇନ ଭାବେ ବାଲି ଉଠାଯାଉଛି। କିନ୍ତୁ ପୁଲିସ ଓ ପ୍ରଶାସନ କଟକଣା ସମୟରେ ବି ଏଭଳି ବାଲି ଉତ୍ତୋଳନ ଓ ଚାଲାଣ ନେଇ ନିରବଦ୍ରଷ୍ଟା ସାଜିବା ସନ୍ଦେହର କାରଣ ହୋଇଛି।

DMFର ମାର୍ଗଦର୍ଶିକା ବାଟବଣା, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ପାଚେରୀ ଅର୍ଦ୍ଦପନ୍ତରିଆ ନିର୍ମାଣ

ଜଗତସିଂହପୁର ସହର, ଜିଲ୍ଲାପାଳଙ୍କ ଅଫିସ, ଏସ୍‌ପି ଅଫିସ, ଜଗତସିଂହପୁର ଥାନା ଓ ଖଣି ବିଭାଗ କାର୍ଯ୍ୟାଳୟ ଦେଇ ଶହ ଶହ ହାଇଵାରେ ବାଲି ଚାଲାଣ ଚାଲିଛି। କଟକଣା ଥିବାରୁ ଏସବୁ ବାଲି ଚାଲାଣର ଟ୍ରାନଜିଟ୍ ପାସ୍ ମଧ୍ୟ ନାହିଁ। ଦେବୀ ନଦୀରୁ ଉଠୁଥିବା ବାଲି ପାରାଦୀପ ସମେତ ଜଗତସିଂହପୁର ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳ, କଟକ, କେନ୍ଦ୍ରାପଡ଼ା, ଏପରିକି ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏ ସଂପର୍କରେ ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ କହିଛନ୍ତି ଯେ ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ଉ କରାଯାଉଛି। ଆଗାମୀ ଦିନରେ ଏହାକୁ ଅଧିକ ଜୋରଦାର କରିବାକୁ ପଦକ୍ଷେପ ନିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)