Nicotine Risks: ନିକୋଟିନ୍ ଧୂମପାନର ବିକଳ୍ପ ନା ନୂତନ ନିଶା!

Aug 10, 2026 - 12:40
Nicotine Risks: ନିକୋଟିନ୍ ଧୂମପାନର ବିକଳ୍ପ ନା ନୂତନ ନିଶା!

"ଭୁବନେଶ୍ବର: ଆଜିକାଲି ଯୁବପିଢ଼ି ମଧ୍ୟରେ ନିକୋଟିନ୍ ପାଉଚ୍ ବ୍ୟବହାର ଦ୍ରୁତ ହାରରେ ବଢୁଛି।

ଧୂମହୀନ ଓ ଗନ୍ଧମୁକ୍ତ ହେବାରୁ ଏହାକୁ ସିଗାରେଟ୍‌ର ଏକ "ନିରାପଦ ବିକଳ୍ପ" ଭାବରେ ଦେଖାଯାଉଥିବା ବେଳେ, ବିଶେଷଜ୍ଞମାନେ ଏହାର ନିଶାଜନକ ପ୍ରଭାବ ଓ ସ୍ୱାସ୍ଥ୍ୟ ବିପଦ ନେଇ ଚିନ୍ତା ପ୍ରକଟ କରିଛନ୍ତି।Advertisment ସ୍ୱାସ୍ଥ୍ୟ ବିପଦ ନେଇ ଚିନ୍ତା ନିକୋଟିନ୍ ପାଉଚ୍ ହେଉଛି ଏକ ଛୋଟ ଧଳା ସାଚେଟ୍, ଯାହାକୁ ଓଠ ଓ ମାଢ଼ି ମଧ୍ୟରେ ରଖାଯାଏ।

ଏଥିରେ ନିକୋଟିନ୍, ସ୍ୱାଦ ଏଜେଣ୍ଟ, ମିଠା ଓ ଉଦ୍ଭିଦ ଭିତ୍ତିକ ଫାଇବର ଥାଏ।

ଧୂଆଁ ବିହୀନ ଥିବାରୁ ଏହା ବ୍ୟବହାର ସହଜ ଓ ଲୁଚାଇ ରଖିବା ସମ୍ଭବ, ଯାହା ଯୁବମାନଙ୍କୁ ଆକର୍ଷିତ କରୁଛି।

ଏହି ପାଉଚ୍ ପାଟିର ଭିତର ଚର୍ମ ମାଧ୍ୟମରେ ନିକୋଟିନ୍‌କୁ ସିଧାସଳଖ ରକ୍ତରେ ପହଞ୍ଚାଏ।

ପରେ ଏହା ମସ୍ତିଷ୍କରେ ପହଞ୍ଚି ଡୋପାମାଇନ୍ ହରମୋନ୍ ବୃଦ୍ଧି କରେ, ଯାହା ଅଳ୍ପ ସମୟ ପାଇଁ ସୁଖ ଓ ଆରାମର ଅନୁଭବ ଦେଇଥାଏ।

କିନ୍ତୁ ଏହି ପ୍ରଭାବ କ୍ଷୟ ହେଲେ ପୁନଃ ବ୍ୟବହାରର ଇଚ୍ଛା ବଢିଯାଏ, ଯାହା ନିକୋଟିନ୍ ନିର୍ଭରଶୀଳତାକୁ ବୃଦ୍ଧି କରିଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ନିକୋଟିନ୍ ପାଉଚ୍‌ର ବଢୁଥିବା ବିକ୍ରୟ ଓ ଯୁବମାନଙ୍କ ମଧ୍ୟରେ ଏହାର ବୃଦ୍ଧିଶୀଳ ବ୍ୟବହାର ଉପରେ ଚିନ୍ତା ବ୍ୟକ୍ତ କରିଛି। "ତମାଖୁ ମୁକ୍ତ" ଓ "କ୍ଲିନ୍" ଭଳି ବିଜ୍ଞାପନ ଯୁବମାନଙ୍କୁ ଭ୍ରମିତ କରୁଥିବା ବୋଲି WHO କହିଛି।ବିଶେଷଜ୍ଞ ମତ:ବିଶେଷଜ୍ଞଙ୍କ କହିବା ଅନୁସାରେ, “ନିକୋଟିନ୍ ପାଉଚ୍‌ରେ ଥିବା ନିକୋଟିନ୍ ଉଚ୍ଚ ନିଶାଜନକ।

ଏହା ହୃଦରୋଗ, ଉଚ୍ଚ ରକ୍ତଚାପ ଓ ମାନସିକ ସମସ୍ୟାକୁ ବଢାଇପାରେ।” ନିକୋଟିନ୍ ପାଉଚ୍ ବ୍ୟବହାର ଫଳରେ ଅଳ୍ପ ଓ ଦୀର୍ଘ ଅବଧିରେ ବିଭିନ୍ନ ସମସ୍ୟା ଦେଖାଯାଇପାରେ।

ଏହା ହୃଦ୍‌ଗତି ବଢାଇଥାଏ, ରକ୍ତଚାପ ବଢାଇପାରେ ଏବଂ ନିଶାର ଆଶଙ୍କା ତିବ୍ର କରେ।

ହଠାତ୍ ଗିଳିଲେ ନିକୋଟିନ୍ ବିଷକ୍ରିୟା ମଧ୍ୟ ହୋଇପାରେ।ଏହା ନିରାପଦ ବିକଳ୍ପ କି?ଅନେକ ଯୁବକ ଧୂମପାନ ଛାଡିବା ପାଇଁ ଏହାକୁ ବ୍ୟବହାର କରୁଥିଲେ ମଧ୍ୟ, ବିଶେଷଜ୍ଞମାନେ ଡାକ୍ତରୀ ପରାମର୍ଶ ବିନା ଏହାର ବ୍ୟବହାରକ ନକରିବା ପାଇଁ ପରାମର୍ଶ ଦେଉଛନ୍ତି।

ଏହା ଗୋଟିଏ ନିଶାର ସ୍ଥାନରେ ଅନ୍ୟ ଏକ ନିଶାକୁ ବୃଦ୍ଧି କରେ।

ନିକୋଟିନ୍ ପାଉଚ୍‌କୁ ଧୂମପାନର ସୁରକ୍ଷିତ ବିକଳ୍ପ ଭାବରେ ଦେଖିବା ଭୁଲ୍ ଧାରଣା ଅଟେ।

ଯୁବମାନେ ଏହାର ଆକର୍ଷଣରେ ପଡ଼ିବା ପୂର୍ବରୁ ଏହାର ନିଶାଜନକ ପ୍ରଭାବ ଓ ସ୍ୱାସ୍ଥ୍ୟ ବିପଦ ବିଷୟରେ ସଚେତନ ହେବା ଆବଶ୍ୟକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media