PM Modi: ଲଭ୍ଲୀନାଙ୍କ ଦେଶପ୍ରେମକୁ ମୋଦୀଙ୍କ ପ୍ରଶଂସା
"ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲୀନାଙ୍କ ଦେଶପ୍ରେମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ସାକ୍ଷାତ କରିବା ସମୟରେ ମୋଦୀ ଗ୍ଲାସ୍ଗୋର ଏକ ରେସ୍ତୋରାଁ ଦ୍ବାରା ଭୁଲ ଭାରତୀୟ ମାନଚିତ୍ର ପ୍ରଦର୍ଶନକୁ ନେଇ ହୋଇଥିବା ବିବାଦ ପ୍ରସଙ୍ଗ ଉଠାଇଥିଲେ।
ସେ ବ୍ୟଙ୍ଗରେ ଲଭଲୀନାଙ୍କୁ ପଚାରିଥିଲେ,"କଣ ହେଲା ଯେ ସେହି ରେସ୍ତୋରାଁବାଲା ସହିତ ଝଗଡ଼ା କରୁଥିଲ"?
ଏହାର ଉତ୍ତରରେ ଲଭଲୀନା କହିଥିଲେ, “ଆମେ ଖୁସି ମନେଇବାକୁ ରେସ୍ତୋରାଁକୁ ଯାଇଥିଲୁ,କିନ୍ତୁ ସେଠାରେ ଭାରତର କ୍ଷତବିକ୍ଷତ ମାନଚିତ୍ର ଦେଖି ଆମକୁ ଭଲ ଲାଗି ନଥିଲା।
ରେସ୍ତୋରାଁ ମାଲିକ ମଧ୍ୟ ଏହାକୁ ସୁଧାରିବାକୁ ପ୍ରତିଶ୍ରୁତି ଦେଇଥିଲେ।""Advertisment ଏହା ପରେ ମୋଦୀ ପ୍ରଶଂସା କରି କହିଥିଲେ ଯେ ଖୁସି ମନେଇବାକୁ ବାହାରିଥିବା ବେଳେ ଦେଶର ଭୁଲ ମାନଚିତ୍ରକୁ ଠଉରାଇବା ଏକ ବଡ଼ କଥା।
ଉକ୍ତ ଭିଡିଓଟି ଏକ ସାଧାରଣ ଭିଡିଓ ନଥିଲା, ତାହାକୁ ଦୀର୍ଘ ଦିନ ଧରି ଲୋକେ ମନେ ରଖିବେ।
ଭୁଲ ସ୍ବୀକାର ସହ ସୁଧାରିବାକୁ ପ୍ରତିଶ୍ରୁତି ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଗ୍ଲାସ୍ଗୋରେ ଥିବା ମିଷ୍ଟର ସିଙ୍ଗସ୍ ଇଣ୍ଡିଆ ରେସ୍ତାରାଁରେ ଭାରତୀୟ ଦଳ ଖୁସି ମନାଉଥିବାବେଳେ ଲଭଲୀନା ସେଠାକାର ଟିସ୍ୟୁ ପେପର ଓ ଲୋଗୋରେ ଥିବା ତ୍ରୁଟିପୂର୍ଣ୍ଣ ଭାରତୀୟ ମାନଚିତ୍ରକୁ ଦେଖିଥିଲେ।
ଉକ୍ତ ମାନଚିତ୍ରରେ ଭାରତର ଉତ୍ତରପୂର୍ଣ୍ଣ ରାଜ୍ୟଗୁଡ଼ିକ ନଥିଲା।
ଏ ବିଷୟରେ ସେ ରେସ୍ତୋରାଁ ପରିଚାଳକଙ୍କୁ ଜଣାଇଥିଲେ।
ଜବାବରେ ରେସ୍ତୋରାଁ ପକ୍ଷରୁ ଭୁଲ ସ୍ବୀକାର କରାଯିବା ସହ ଭୁଲ ସୁଧାରିବାକୁ ପ୍ରତିଶ୍ରୁତି ଦେଇଥିଲେ।
BCCI: ବାଂଲାଦେଶ ଗସ୍ତ ନେଇ ସରକାରଙ୍କ ଅନୁମତି ଲୋଡ଼ିବ ବିସିସିଆଇ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
